ଗ୍ଲୁକାଗନ
ଗ୍ଲୁକାଗନ ହେଉଛି ଏକ ଔଷଧ ଏବଂ ହରମୋନ ।[୩] ଏକ ଔଷଧ ଭାବରେ ଏହା ଶରୀରରେ ଥିବା ନିମ୍ନ ରକ୍ତ ଶର୍କରା, ଅତିମାତ୍ରାର ବିଟା ବ୍ଲକର, ଅତି ମାତ୍ରାର କ୍ୟାଲସିଅମ ଚାନେଲ ବ୍ଲକର ଏବଂ ଆନାଫାଇଲକ୍ସିସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ଶିରା, ମାଂସପେଶୀ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୪] ନାକରେ ଦିଆଯାଇଥିବା ଏକ ସଂସ୍କରଣ ମଧ୍ୟ ଉପଲବ୍ଧ ହୁଏ ।[୫]
Clinical data | |
---|---|
Trade names | GlucaGen, Baqsimi, Gvoke, others |
AHFS/Drugs.com | monograph |
MedlinePlus | a682480 |
data | |
Pregnancy category | |
Routes of administration | Nasal, intravenous (IV), intramuscular injection (IM), subcutaneous injection |
Legal status | |
Legal status | |
Identifiers | |
| |
ECHA InfoCard | 100.029.722 |
Chemical and physical data | |
Formula | C153H225N43O49S |
Molar mass | 3482.747314 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ପୋଟାସିୟମ୍ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୩] ଯେଉଁମାନଙ୍କର ଫିଓକ୍ରୋମୋସାଇଟୋମା କିମ୍ବା ଇନସୁଲିନୋମା ଥାଏ ସେମାନଙ୍କୁ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁ ପାଇଁ କ୍ଷତିକାରକ ବୋଲି ଜଣାପଡି ନାହିଁ । [୬] ଗ୍ଲୁକାଗନ ଏକ ଗ୍ଲାଇକୋଜେନୋଲାଇଟିକ୍ ପରିବାରର ଔଷଧ ।[୪] ଯକୃତରେ ଗ୍ଲାଇକୋଜେନକୁ ଗ୍ଲୁକାଗନ ଭାଙ୍ଗିଦେଇ ଗ୍ଲୁକୋଜରେ ପରିଣତ କରେ ଓ କାର୍ଯ୍ୟକ୍ଷମ ହୁଏ । [୪]
୧୯୬୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଗ୍ଲୁକାଗନ ଅନୁମୋଦିତ ହୋଇଥିଲା ।[୪] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୭] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ମାତ୍ରାର ହୋଲସେଲ ମୂଲ୍ୟ ପ୍ରାୟ ୨୫.୭୫ ଆମେରିକୀୟ ଡଲାର ଅଟେ ।[୮] ଯୁକ୍ତରାଜ୍ୟରେ ଏହାର ମାତ୍ରାର ମୂଲ୍ୟ ୧୧.୫୨ ।ଆମେରିକୀୟ ଡଲାର ଅଟେ ।[୩] ଯୁକ୍ତରାଷ୍ଟ୍ରରେ ଏକ ମାତ୍ରାର ହୋଲସେଲ ମୂଲ୍ୟ ହେଉଛି ୨୪୭.୩୨ ଆମେରିକୀୟ ଡଲାର [୯] ଏହା ଗ୍ଲୁକାଗନ ହରମୋନର ଏକ ଉତ୍ପାଦିତ ରୂପ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Glucagon Use During Pregnancy". Drugs.com. 16 October 2019. Archived from the original on 27 December 2016. Retrieved 16 May 2020.
- ↑ "GlucaGen Hypokit 1 mg - Summary of Product Characteristics (SmPC)". (emc). 15 June 2015. Archived from the original on 12 November 2020. Retrieved 16 May 2020.
- ↑ ୩.୦ ୩.୧ ୩.୨ British national formulary : BNF 69 (69 ed.). British Medical Association. 2015. p. 487. ISBN 9780857111562.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Glucagon". The American Society of Health-System Pharmacists. Archived from the original on 26 December 2016. Retrieved 8 December 2016.
- ↑ Commissioner, Office of the (2020-03-24). "FDA approves first treatment for severe hypoglycemia that can be administered without an injection". FDA (in ଇଂରାଜୀ). Archived from the original on 17 May 2020. Retrieved 2020-05-16.
- ↑ "Glucagon (GlucaGen) Use During Pregnancy". www.drugs.com. Archived from the original on 27 December 2016. Retrieved 27 December 2016.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "Glucagon". International Drug Price Indicator Guide. Archived from the original on 22 January 2018. Retrieved 8 December 2016.
- ↑ "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 24 December 2016. Retrieved 27 December 2016.