ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର
ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର (ଓସିଡି), (ଇଂରାଜୀ ଭାଷାରେ obsessive–compulsive disorder (OCD) ଏକ ମାନସିକ ବେମାରୀ ଯେଉଁଥିରେ ରୋଗୀ ବାରମ୍ବାର ଗୋଟିଏ କାମ ତନଖି କରିବା ଇଚ୍ଛା ଅନୁଭବ କରେ, ଗୋଟିଏ ପ୍ରକାର ଇଚ୍ଛା ବାରମ୍ବାର ହୁଏ ଓ ରୁଟିନ କାମ ଜବରଦସ୍ତ ବାରମ୍ବାର କରିବା ଆବଶ୍ୟକ ମନେ କରେ । ଲୋକ ଏ ପ୍ରକାର ଇଚ୍ଛା ବା କାର୍ଯ୍ୟକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏମାନେ କରିଥିବା ସାଧାରଣ କାର୍ଯ୍ୟ: ହାତ ଧୁଆ, ଜିନିଷ ଗଣିବା ଓ କବାଟ କିଳା ହୋଇଛି କି ନା ତଦାରଖ କରିବା । ଜିନିଷ ଫୋପାଡ଼ିବାରେ କେତେକ ଲୋକଙ୍କର ଅସୁବିଧା ହୁଏ । ଏହି କାର୍ଯ୍ୟଦ୍ୱାରା ଦୈନନ୍ଦିନ ଜୀବନ ଯାତ୍ରା ଉପରେ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।[୧] ଗୋଟିଏ କାମ କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିପାରେ ।[୨] ଅଧିକଂଶ ବୟସ୍କ ଲୋକ ନିଜର ବ୍ୟବହାର ଅର୍ଥହୀନ ବୋଲି ଅନୁଭବ କରନ୍ତି ।[୧] ଟିକ, ଉତ୍କଣ୍ଠା ଡିଜାର୍ଡ଼ର ଓ ଆତ୍ମହତ୍ୟା ପ୍ରବଣତା ଏହି ରୋଗ ସହିତ ସଂଯୁକ୍ତ ସଙ୍କଟ ଥାଏ ।[୨][୩]
ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Psychiatry |
ଆଇସିଡ଼ି-୧୦ | F42. |
ଆଇସିଡ଼ି-୯-ସିଏମ୍ | 300.3 |
ଓଏମ୍ଆଇଏମ୍ | 164230 |
ରୋଗ ଡାଟାବେସ | 33766 |
ମେଡ଼ିସିନ-ପ୍ଲସ | 000929 |
ଇ-ମେଡ଼ିସିନ | article/287681 |
MeSH | D009771 |
ଏହି ରୋଗର କାରଣ ଅଦ୍ୟାବଧି ଜଣାଯାଇ ନାହିଁ ।[୧] ଆଇଡେଣ୍ଟିକାଲ ଯମଜ ପିଲାଙ୍କର ନନ୍ ଆଇଡେଣ୍ଟିକାଲ ଯମଜ ପିଲାଙ୍କ ଅପେକ୍ଷା ଏହି ରୋଗ ଅଧିକ ହେଉଥିବାରୁ ଜେନେଟକ ପ୍ରଭାବ ଥିବା ସନ୍ଦେହ କରାଯାଏ । ସଙ୍କଟ କାରକମାନଙ୍କର ନାମ:- ଚାଇଲ୍ଡ ଆବ୍ୟସ ବା ଶିଶୁ ଅତ୍ୟାଚାରର ଇତିହାସ କିମ୍ବା ଅନ୍ୟାନ୍ୟ ମାନସିକ ଚାପ ଏହି ରୋଗ ହେବାରେ ସହାୟକ ହୁଏ । ସଂକ୍ରମଣ ପରେ କେତେକ କେଶ ହେବା ଉଲ୍ଲେଖ ରହିଛି । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତା ପୂର୍ବରୁ ଅନ୍ୟାନ୍ୟ ମେଡିକାଲ କାରଣ ବା ଔଷଧ ଖାଇଥିବା କଥା ଖୋଜି ବିଦାୟ କରିବାକୁ ପଡ଼େ ।[୨] ଏହାର ଭୟାବହତା ବା ଗମ୍ଭୀରତାର ମାନ ଜାଣିବାକୁ ୟେଲ-ବ୍ରୌନ ଅବସେସିଭ କମ୍ପଲସିଭ ସ୍କେଲ ବ୍ୟବହାର କରାଯାଏ ।[୪] ଏକା ପ୍ରକାର ଲକ୍ଷଣ ଥିବା ରୋଗମାନଙ୍କର ନାମ:- ଉତ୍କଣ୍ଠା ଡିଜଅର୍ଡ଼ର (anxiety disorder), ମେଜର ଡିପ୍ରେସିଭ ଡିଜଅର୍ଡ଼ର, ଖାଇବା ଡିଜ୍ଅର୍ଡ଼ର, ଟିକ ଡିଜ୍ଅର୍ଡ଼ର ଓ ଅବସେସିଭ-କମ୍ପଲସିଭ ପର୍ସନାଲିଟି ଡିଜଅର୍ଡ଼ର.[୨]
ବ୍ୟବହାରିକ ଥେରାପି (behavioral therapy) ଓ ବେଳେବେଳେ ସିଲେକ୍ଟିଭ ସେରୋଟୋନିନ ଇନହିବିଟର ଔଷଧ ଦିଆଯାଇ ଓସିଡି ରୋଗର ଚିକିତ୍ସା କରାଯାଏ । ଯେଉଁ କାରଣ ଯୋଗୁ ରୋଗ ହୋଇଥିବା ଜଣାଯାଏ ସେହି କାରଣମାନଙ୍କଠାରୁ ରୋଗୀକୁ ଦୂରରେ ରଖାଯାଏ ଓ ପୁନଃ ପୁନଃ କରୁଥିବା କାମକୁ କରିବାକୁ ଦିଆଯାଏ ନାହିଁ ।[୫] କ୍ୱେସିଆପାଇନ ଭଳି ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଏସଏସଆରସି ସହିତ ମିଶେଇ ଦେଲେ ପ୍ରତିରୋଧକାରୀ ରୋଗରେ ଉପକାର ମିଳେ କିନ୍ତୁ ଏହାର ଅଧିକ ପାର୍ଶ୍ୱପ୍ରତିକ୍ରିୟା ଥାଏ ।[୬] ଚିକିତ୍ସା ନ କଲେ ରୋଗ ବର୍ଷ ବର୍ଷ ଧରି ରହିଥାଏ ।[୨]
ଜନସଂଖ୍ୟାର ୨.୩ % ଲୋକ ଜୀବନରେ ଥରେ ହେଲେ ଏହି ରୋଗ ଭୋଗନ୍ତି ।[୭] ଯେ କୌଣସି ବର୍ଷରେ ହିସାବକୁ ନେଲେ ପୃଥିବୀରେ ୧.୨ % ହାରରେ ଏହି ରୋଗ ହୁଏ ।[୨] କୋଡିଏ ବର୍ଷ ବୟସ ପୂର୍ବରୁ ଏହି ରୋଗ ଆରମ୍ଭ ହୋଇଥାଏ ଓ ୩୫ ବର୍ଷ ପରେ ଏହି ରୋଗ ଆରମ୍ଭ ହେବା ଦେଖାଯାଏ ନାହିଁ ।[୧][୨] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ଇଂରାଜୀ ଭାଷାରେ ଅବସେସିଭ-କମ୍ପଲସିଭ ଶବ୍ଦଟି ଅନୌପଚାରିକ ଭାବେ ଏଭଳି ଲୋକକୁ ବୁଝାଏ ଯେ ଧ୍ୟାନ ସମ୍ପର୍ଣ୍ଣ, ପୁର୍ଣ୍ଣତାବାଦୀ, ତଲ୍ଲୀନ କିମ୍ବା ସ୍ଥିରତାପୁର୍ଣ୍ଣ ଅଟନ୍ତି ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "What is Obsessive-Compulsive Disorder (OCD)?". Retrieved 27 May 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Diagnostic and statistical manual of mental disorders : DSM-5 (5 ed.). Washington: American Psychiatric Publishing. 2013. pp. 237–242. ISBN 9780890425558.
- ↑ Angelakis, I; Gooding, P; Tarrier, N; Panagioti, M (25 March 2015). "Suicidality in obsessive compulsive disorder (OCD): A systematic review and meta-analysis". Clinical Psychology Review. 39: 1–15. doi:10.1016/j.cpr.2015.03.002. PMID 25875222.
- ↑ Fenske JN, Schwenk TL (August 2009). "Obsessive compulsive disorder: diagnosis and management". Am Fam Physician. 80 (3): 239–45. PMID 19621834.
- ↑ Grant JE (14 August 2014). "Clinical practice: Obsessive-compulsive disorder". The New England Journal of Medicine. 371 (7): 646–53. doi:10.1056/NEJMcp1402176. PMID 25119610.
- ↑ Decloedt EH, Stein DJ (2010). "Current trends in drug treatment of obsessive-compulsive disorder". Neuropsychiatr Dis Treat. 6: 233–42. doi:10.2147/NDT.S3149. PMC 2877605. PMID 20520787.
{{cite journal}}
: CS1 maint: unflagged free DOI (link) - ↑ Goodman, WK; Grice, DE; Lapidus, KA; Coffey, BJ (September 2014). "Obsessive-compulsive disorder". The Psychiatric clinics of North America. 37 (3): 257–67. doi:10.1016/j.psc.2014.06.004. PMID 25150561.
- ↑ Bynum, W.F.; Porter, Roy; Shepherd, Michael (1985). "Obsessional Disorders: A Conceptual History. Terminological and Classificatory Issues.". The anatomy of madness : essays in the history of psychiatry. London: Routledge. pp. 166–187. ISBN 9780415323826.