ସିଜୋଆଫେକ୍ଟିଭ ବେମାରୀ

ଏକ ମାନସିକ ବିକୃତି ଯେଉଁଥିରେ ସିଜୋଫ୍ରେନିଆର ଲକ୍ଷଣ ସ‌ହିତ ମନୋଦଶା ବେମାରୀ ମିଶ୍ରିତ ଥାଏ ।

ସିଜୋଆଫେକ୍ଟିଭ ବେମାରୀ (SZA, SZD ) ହେଉଛି ଏକ ମାନସିକ ବିକୃତି ଯେଉଁଥିରେ ସିଜୋଫ୍ରେନିଆର ଲକ୍ଷଣ ସ‌ହିତ ମନୋଦଶା ବେମାରୀ ମିଶ୍ରିତ ଥାଏ ।[୪] [୧] ଏହାର ଲକ୍ଷଣଗୁଡିକରେ ଯାହା ଶୁଣାଯାଏ କିମ୍ବା ଦେଖାଯାଏ ତାହା ପ୍ରକୃତରେ ନ ଥାଏ, ଦୃଢ଼ ମିଥ୍ୟା ବିଶ୍ୱାସ, ଅସଂଗଠିତ ଚିନ୍ତାଧାରା, ଉଦାସୀନ ମନୋଭାବ, କିମ୍ବା ମାନିଆ ଅନ୍ତର୍ଭୁକ୍ତ କରିପାରେ । [୧] ଜଟିଳତା ମଧ୍ୟରେ ଉଦ୍‌ବେଗ, ପଦାର୍ଥ ଅପବ୍ୟବହାର ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [୨]

Schizoaffective disorder
It has been hypothesized that Vincent van Gogh had schizoaffective disorder
ବିଭାଗPsychiatry
ଲକ୍ଷଣHearing or seeing things that are not there, strongly held false beliefs, disorganized thinking, depressed mood, mania.[୧]
ଆକ୍ରାନ୍ତ ସମୟEarly adulthood[୨]
ଅବଧି> 1 month[୩]
କାରଣUnknown[୧]
ବିପଦ କାରକGenetics, social factors, emotional trauma, psychological stress[୩]
ସଠିକ ରୋଗ ନିର୍ଣ୍ଣୟSchizophrenia, bipolar, depression with psychosis[୨]
ଚିକିତ୍ସାCounselling, antipsychotics, mood stabilizers, antidepressants[୩]
PrognosisHalf of cases are favorable[୩]
ପୁନଃପୌନିକ0.3%[୩]

ଜେନେଟିକ୍ସ, ସାମାଜିକ କାରଣ, ଭାବପ୍ରବଣ ଆଘାତ ଏବଂ ମାନସିକ ଚାପ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । [୩] ଏହାର ମୂଳ କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଡୋପାମିନ୍, ନରଏପିନେଫ୍ରିନ ଏବଂ ସେରୋଟୋନିନ୍ ଜଡିତ ହୋଇପାରନ୍ତି । [୩] ରୋଗ ନିର୍ଣ୍ଣୟ ନିମନ୍ତେ ଅନ୍ତତଃ ପକ୍ଷେ ଏକ ମାସ ପର୍ଯ୍ୟନ୍ତ ଲକ୍ଷଣ ରହିବା ଆବଶ୍ୟକ, ଅନ୍ତତଃ ପକ୍ଷେ ଦୁଇ ସପ୍ତାହ ସାଇକୋସିସ ସହିତ ଭାବ ପ୍ରବଣତା ସମସ୍ୟା ନ ଥିବା ଆବଶ୍ୟକ ।[୩] ଏହାର ଦୁଇଟି ବାଇପୋଲାର ପ୍ରକାର ଅଛି ଯଥା ମାନିଆର ଲକ୍ଷଣ ସହିତ କେବଳ ଉଦାସୀନତାର ଲକ୍ଷଣ ସହିତ ।[୨] ସମାନ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ ସାଇକୋଟିକ୍ ଡିପ୍ରେସନ୍, ବାଇପୋଲାର ଡିଜଅଡରଏବଂ ସିଜୋଫ୍ରେନିଆ[୨]

ପରାମର୍ଶ, ଆଣ୍ଟିସାଇକୋଟିକ୍ସ, ମୁଡ୍ ଷ୍ଟାବିଲାଇଜର୍ ଏବଂ ଆଣ୍ଟିଡିପ୍ରେସାଣ୍ଟର କିଛି ମିଶ୍ରଣ ସହିତ ଚିକିତ୍ସା କରାଯାଏ ।[୩] ଯଦି ଏହି ରୋଗୀ ନିଜ ପାଇଁ କିମ୍ବା ଅନ୍ୟମାନଙ୍କ ପାଇଁ ବିପଦପୂର୍ଣ୍ଣ ଥାଏ, ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହୋଇପାରେ ।[୩] ପ୍ରତିରୋଧକ କ୍ଷେତ୍ରରେ ଇଲେକ୍ଟ୍ରୋକନଭଲ୍‌ସିଭ ଥେରାପି ବ୍ୟବହାର କରାଯାଇପାରେ ।[୩] ଜନସଂଖ୍ୟାର ୦.୩ % ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[୩] [୨] ଆରମ୍ଭ ସାଧାରଣତ ପ୍ରାକ୍ ଯୁବାବସ୍ଥାରେ ହୋଇଥାଏ । [୨] ଏହା ପ୍ରଥମେ ୧୯୫୨ ମସିହାରେ ସ୍କିଜୋଫ୍ରେନିଆର ଏକ ଉପ ପ୍ରକାର ଭାବରେ ଅନ୍ତର୍ଭୂକ୍ତ କରାଯାଇଥିଲା । [୩]

  1. ୧.୦ ୧.୧ ୧.୨ ୧.୩ "Schizoaffective Disorder Overview - Causes". www.nami.org. Archived from the original on 1 April 2020. Retrieved 14 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 105-110. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Wy, TJP; Saadabadi, A (January 2020). "Schizoaffective Disorder". PMID 31082056. {{cite journal}}: Cite journal requires |journal= (help)
  4. "F25 Schizoaffective disorders". ICD-10 Version:2010. World Health Organization. Archived from the original on 2 November 2014. Retrieved 14 January 2021.