ବାଇପୋଲାର ଡିଜଅଡର

ମାନସିକ ବିକୃତି

ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ ।[][] ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । [] ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶ‌ୟନ ଆବଶ୍ୟକତା କମିଯାଏ । [] ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । [] ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । [] ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବ‌ହାର ଏହା ସ‌ହ ସଂଯୁକ୍ତ ଥାଏ । []

Bipolar disorder
Bipolar disorder is characterized by transitions between depression and mania
ବିଭାଗpsychiatry[*], clinical psychology[*]
ଆଇସିଡ଼ି-୧୦F31.
ଆଇସିଡ଼ି-୯-ସିଏମ୍296.0, 296.1, 296.4, 296.5, 296.6, 296.7, 296.8
ଓଏମ୍‌ଆଇଏମ୍125480 309200
ରୋଗ ଡାଟାବେସ7812
ମେଡ଼ିସିନ-ପ୍ଲସ000926
ଇ-ମେଡ଼ିସିନmed/229
Patient UKବାଇପୋଲାର ଡିଜଅଡର
MeSHD001714

ଏହି ରୋଗର କାରଣ ଏବେ ବି ଅସ୍ପଷ୍ଟ, ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୋଇପାରେ । [] ଅନେକ ସ୍ୱଳ୍ପ ପ୍ରଭାବ ସମ୍ପର୍ଣ୍ଣ ଜିନମାନଙ୍କର ଏହି ରୋଗ ହେବାରେ ଭୂମିକା ଥାଏ । [][] ପରିବେଶ ଉପାଦାନ ମଧ୍ୟରେ ମାନସିକ ଚାପଶୈଶବ ଅବ‌ହେଳା (childhood abuse) ମୁଖ୍ୟ କାରଣ ଥାଏ । [] ଯଦି ରୋଗୀର ଅତି କମ୍‌ରେ ଗୋଟିଏ ଥର ମାନିକ ଘଟଣା ଥାଏ ତା'ହେଲେ ବାଇପୋଲାର ୧ ଡିଜଅଡର ଓ ଯଦି ଅତି କମ୍‌ରେ ଗୋଟିଏ ହାଇପୋମାନିକ ଘଟଣା ସ‌ହ ଘୋଟିଏ ବଡ଼ ଅବସାଦ ଘଟଣା ଥାଏ ତା'ହେଲେ ବାଇପୋଲାର ୨ ଡିଜଅଡର କୁହାଯାଏ । ସ୍ୱଳ୍ପ ଲକ୍ଷଣ ସମ୍ପର୍ଣ୍ଣ ଦୀର୍ଘକାଳୀନ ରୋଗ ଥିଲେ ସାଇକ୍ଲୋଥାଇମିକ ଡିଜଅଡର କୁହାଯାଏ । ନିଶା ଓ ଅନ୍ୟ ଡାକ୍ତରୀ କାରଣ‌ଯୋଗୁ ହେଲେ ଏହାର ବର୍ଗୀକରଣ ଅନ୍ୟ ଭାବରେ ହୁଏ । [] ସମ ସମସ୍ୟା ସମ୍ପର୍ଣ୍ଣ ଅନ୍ୟ ରୋଗମାନଙ୍କ ନାମ: ନିଶା ଅପବ୍ୟବ‌ହାର, ବ୍ୟକ୍ତିତ୍ୱ ଡିଜଅଡର, ଅନୁଧ୍ୟାନ ଅଭାବ ଡିଜଅଡର ଓ ସିଜୋଫ୍ରେନିଆ ତ‌ଥା ଅନେକ ଡାକ୍ତରୀ ରୋଗ । []

ସାଧାରଣତଃ ଏହି ରୋଗୀମାନଙ୍କର ମନସ୍ତ‌ତ୍ତ୍ୱ ଚିକିତ୍ସାମତି ସଂସ୍ଥାପନା ଔଷଧ କିମ୍ବା ମନୋବିକାର ଚିକିତ୍ସା କରାଯାଏ । ଲିଥିଅମ ଓ ଆଣ୍ଟିକନଭଲ୍‌ସାଣ୍ଟ ଔଷଧ ମତି ସଂସ୍ଥାପନା ନିମନ୍ତେ ଦିଆଯାଏ । ରୋଗୀର ଅନିଚ୍ଛା ସତ୍ତ୍ୱେ ଡାକ୍ତରଖାନା ଚିକିତ୍ସା ଦରକାର ହୋଇପାରେ ଯେତେବେଳେ କି ରୋଗୀର ନିଜ ଓ ଅନ୍ୟପ୍ରତି ସଙ୍କଟ ଥାଏ ତ‌ଥାପି ଚିକିତ୍ସା କରିବାକୁ ଇଚ୍ଛା କରେନି । ଅତିଶୟ ବ୍ୟବ‌ହାରିକ ଅସୁବିଧା ଥିଲେ ସ୍ୱଳ୍ପକାଳୀନ ବେଞ୍ଜୋଡାଏଜେପିନ ବା ଆଣ୍ଟିସାଇକୋଟିକ ଦିଆଯାଏ । ମାନିଆ ସମୟରେ ଆଣ୍ଟିଡିପ୍ରେସାଣ୍ଟ ଦେବା ବନ୍ଦ କରିଦିଆଯାଏ । ଅବସାଦ ସମୟରେ ଯଦି ଆଣ୍ଟିଡିପ୍ରେସାଣ୍ଟ ଦିଆଯାଏ ତେବେ ଏହା ସ‌ହ ମୁଡସ୍ଟାବିଲାଇଜର ଦିଆଯାଏ । ଅନ୍ୟ ଚିକିତ୍ସା କିଛି କାମ ନ କଲେ ଇଲେକ୍ଟ୍ରୋକନଭଲ୍‌ସିଓଥେରାପି (Electroconvulsive therapy) ଉପକାରରେ ଆସେ । ଔଷଧ ବନ୍ଦ କରିବାକୁ ହେଲେ ହଠାତ୍ ବନ୍ଦ ବ କରି ଧୀରେ ବନ୍ଦ କରାଯାଏ । ଅଧିକାଂଶ ଲୋକଙ୍କର ସାମାଜିକ, ଆର୍ଥିକ କିମ୍ବା କର୍ମ ବୈଷୟିକ ଅସୁବିଧା ଏହି ରୋଗ ଯୋଗୁ ଥାଏ । ହାରାହାରି ୧/୩ରୁ ୧/୪ ସମୟରେ ଏହି ଅସୁବିଧା ହୁଏ । ସାଧାରଣ ଲୋକମାନଙ୍କର ମୃତ୍ୟୁ ସଙ୍କଟ ଅପେକ୍ଷା ଏହି ରୋଗୀଙ୍କର ୨ଗୁଣ ଅଧିକ ସଙ୍କଟ ଥାଏ । ଏହା ଦରିଦ୍ର ଜୀବନ‌ଚର୍ଯ୍ୟା ଓ ଔଷଧମାନଙ୍କର ପ୍ରତିକ୍ରିୟା ଯୋଗୁ ହୁଏ । []

ଆମେରିକାରେ ୩ % ଲୋକଙ୍କର ଜୀବନର ଯେ କୌଣସି ସମୟରେ ବାଇପୋଲାର ରୋଗ ହୁଏ । [] ଅନ୍ୟ ଦେଶମାନଙ୍କରେ ଏହି ହାର ୧% ଥାଏ । ସାଧାରଣତଃ ୨୫ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ । [] ପୁରୁଷ ଓ ମହିଳାମାନଙ୍କର ସମାନ ହାର ଥାଏ । [] ଆମେରିକାରେ ୧୯୯୧ ବର୍ଷରେ ଏହି ରୋଗର ଆର୍ଥିକ କ୍ଷତି ପ୍ରାୟ ୪୫ ବିଲିଅନ ଡଲାର । [] ବାର୍ଷିକ ୫୦ କର୍ମଦିବସରେ ଅନୁପସ୍ଥିତି ଏହି ରୋଗ ସ‌ହ ସମ୍ପର୍କ ଥିବା ଜଣାଯାଏ । [] ଅଧିକାଂଶ ସମୟରେ ବାଇପୋଲାର ଡିଜଅଡର ରୋଗୀ ସାମାଜିକ ଲାଞ୍ଛନ (social stigma) ସ‌ହ୍ୟ କରନ୍ତି ।[]


  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Anderson, IM; Haddad, PM; Scott, J (Dec 27, 2012). "Bipolar disorder". BMJ (Clinical research ed.). 345: e8508. doi:10.1136/bmj.e8508. PMID 23271744.
  2. ୨.୦ ୨.୧ ୨.୨ American Psychiatry Association (2013). Diagnostic and Statistical Manual of Mental Disorders (5th ed. ed.). Arlington: American Psychiatric Publishing. pp. 123–154. ISBN 0890425558. {{cite book}}: |edition= has extra text (help)
  3. Goodwin, Guy M. "Bipolar disorder". Medicine. 40 (11): 596–598. doi:10.1016/j.mpmed.2012.08.011.
  4. Schmitt A, Malchow B, Hasan A, Falkai P (February 2014). "The impact of environmental factors in severe psychiatric disorders". Front Neurosci. 8 (19). doi:10.3389/fnins.2014.00019. PMC 3920481. PMID 24574956.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  5. Diflorio, A; Jones, I (2010). "Is sex important? Gender differences in bipolar disorder". International review of psychiatry (Abingdon, England). 22 (5): 437–52. doi:10.3109/09540261.2010.514601. PMID 21047158.
  6. ୬.୦ ୬.୧ Hirschfeld, RM; Vornik, LA (Jun 2005). "Bipolar disorder—costs and comorbidity". The American journal of managed care. 11 (3 Suppl): S85-90. PMID 16097719.