ସିଗେଲୋସିସ
ସିଗେଲୋସିସ (Shigellosis) ଏକ ପ୍ରକାର ତରଳ ଝାଡ଼ା ଯାହା ସିଗେଲା (Shigella) ନାମକ ଏକ ଜୀବାଣୁ ସଂକ୍ରମଣଦ୍ୱାରା (bacterial infection) ହୁଏ । ସଂସ୍ପର୍ଶରେ ଆସିବାର ଦିନେ ଦୁଇ ଦିନ ପରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ଓ ତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା ଓ ଝାଡ଼ା ଯିବା ସମୟରେ ଯନ୍ତ୍ରଣା ହୁଏ । ମଳରେ ରକ୍ତ ପଡ଼ିପାରେ । ପାଞ୍ଚରୁ ୭ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ । କେଶ୍ ଜଟିଳ ହେଲେ ସଂକ୍ରମଣ ପରବର୍ତ୍ତୀ ଗଣ୍ଠିପ୍ରଦାହ (Post infectious arthritis), ସେପ୍ସିସ, ବାତ (seizures), ହେମୋଲାଇଟିକ ୟୁରେମିକ ସିଣ୍ଡ୍ରମ (hemolytic uremic syndrome) ହୋଇପାରେ ।[୧]
ସିଗେଲୋସିସ | |
---|---|
ବ୍ୟାସିଲାରି ଡିସେଣ୍ଟେରି/ Bacillary dysentery, ମାର୍ଲୋ ସିଣ୍ଡ୍ରୋମ/ Marlow syndrome | |
ବିଭାଗ | ସଂକ୍ରାମକ ରୋଗ (Infectious disease} |
ଲକ୍ଷଣ | ତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା [୧] |
ଆକ୍ରାନ୍ତ ସମୟ | ସଂସ୍ପର୍ଶର ୧-୨ ଦିନ ପରେ ।[୧] |
ଅବଧି | ୫-୭ ଦିନ[୧] |
କାରଣ | ସିଗେଲା (Shigella)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମଳ କଲଚର (Stool culture)[୧] |
ପ୍ରତିକାର | ହାତ ଧୁଆ (Handwashing)[୧] |
ଔଷଧ | ଆଣ୍ଟିବାୟୋଟିକ (Antibiotics) (ସାଂଘାତିକ କେଶ୍ ହୋଇଥିଲେ)[୧] |
ଚିକିତ୍ସା | ବିଶ୍ରାମ ଓ ତରଳ ପଦାର୍ଥ ପାନ କରିବା । [୧] |
ପୁନଃପୌନିକ | >୮୦ ନିୟୁତ[୨] |
ମୃତ୍ୟୁ ସାନ୍ଦ୍ରତା | ୭୦୦,୦୦୦[୨] |
ଚାରି ପ୍ରକାର ନିର୍ଦ୍ଦିଷ୍ଟ ସିଗେଲା ଜୀବାଣୁ ଏହି ରୋଗ କରିପାରନ୍ତି ।[୨] ସଂକ୍ରମିତ ମଳ (feces) ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ପ୍ରଦୂଷିତ ଖାଦ୍ୟ, ଜଳ ଓ ହାତ ମାଧ୍ୟମରେ ଏହା ବ୍ୟାପେ ମାଛିଦ୍ୱାରା (flies) ବା ଡାଇପର ବଦଳ ସମୟରେ ମଧ୍ୟ ଏହା ବ୍ୟାପେ । ମଳ କଲଚର (stool culture) କରି ଏହି ରୋଗର ପୁଷ୍ଟି କରାଯାଏ ।[୧]
ଉତ୍ତମରୂପେ ହାତ ଧୋଇଲେ ପ୍ରତିଷେଧ ହୋଇଯାଏ । କୌଣସି ଟିକା (vaccine) ଏହି ରୋଗ ନିମନ୍ତେ ତିଆରି ହୋଇନାହିଁ । କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ସିଗେଲୋସିସ ସ୍ୱତଃ ଭଲ ହୋଇଯାଏ । ଯଥେଷ୍ଟ ତରଳ ପଦାର୍ଥ ପାନ କରିବା ସହିତ ବିଶ୍ରାମ କରିବାକୁ ସୁପାରସ କରାଯାଏ । ବିସମଥ ସବସାଲିସିଲେଟ (Bismuth subsalicylate) ଦେଲେ ଲକ୍ଷଣ ହୋଇପାରେ; କିନ୍ତୁ ଅନ୍ତନଳୀ ଧୀର କରିବାକୁ ଲୋପେରାମାଇଡ (loperamide) ଦେବାକୁ ସୁପାରିସ କରାଯାଏନାହିଁ । କେଶ୍ ସାଂଘାତିକ ହେଲେ ଆଣ୍ଟିବାୟୋଟିକ (antibiotic) ଦିଆଯାଇପାରେ କିନ୍ତୁ ବହୁତ ଆଣ୍ଟବାୟୋଟିକ ପ୍ରତିରୋଧ (antibiotic resistancs) ମଧ୍ୟ ଥାଇପାରେ । ସାଧାରଣତଃ ସିପ୍ରୋଫ୍ଲୋକ୍ସାସିନ୍ ଓ ଆଜିଥ୍ରୋମାଇସିନ ଦିଆଯାଏ ।[୧]
ପୃଥିବୀରେ ବାର୍ଷିକ ପ୍ରାୟ ୮୦ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ ଓ ୭ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ।ବିକାଶଶୀଳ (developing world) ଦେଶମାନଙ୍କରେ ଏ ରୋଗ ଅଧିକ ହୁଏ ।[୨] ବଡ଼ ପିଲାଙ୍କୁ ସାଧାରଣତଃ ଅଧିକ ହୁଏ । ସ୍କୁଲ ଓ ଶିଶୁ ରହୁଥିବା ସ୍ଥାନମାନଙ୍କରେ ଏଇ ମହାମାରୀ (Outbreaks) ଅଧିକ ହୁଏ । ପଥିକ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏ ରୋଗ ହେବା ଅତି ସାଧାରଣ କଥା । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ଅଧ ନିୟୁତ ଲୋକ ଏ ରୋଗର ଶିକାର ହୁଅନ୍ତି । [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "General Information| Shigella – Shigellosis | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 ଅଗଷ୍ଟ 2016. Archived from the original on 16 ଅପ୍ରେଲ 2017. Retrieved 20 ଅପ୍ରେଲ 2017.
- ↑ ୨.୦ ୨.୧ ୨.୨ ୨.୩ Guidelines for the control of shigellosis, including epidemics due to Shigella dysenteriae type 1 (PDF). WHO. 2005. p. 2. ISBN 924159330X. Archived (PDF) from the original on 21 ଅଗଷ୍ଟ 2017. Retrieved 20 ଅପ୍ରେଲ 2017.
ଦେଖନ୍ତୁ ମଧ୍ୟ
ସମ୍ପାଦନାବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |