ସାଳନ୍ଦୀ ନଦୀ

ଓଡ଼ିଶାର ନଈ

ସାଳନ୍ଦୀ ନଦୀ ଉତ୍ତର ଓଡ଼ିଶାର ଏକ ନଦୀ । ଏହା ମୟୂରଭଞ୍ଜ ଜିଲ୍ଲାରୁ ବାହାରି କେନ୍ଦୁଝର, ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ ।[୧] ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍‌କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।[୨]

ସାଳନ୍ଦୀ
ନଦୀ
ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ଼ ଡ୍ୟାମ୍
ଦେଶ ଭାରତ
Parts ଓଡ଼ିଶା
ଅଞ୍ଚଳ ଉପକୂଳ ଓଡ଼ିଶା
City ଭଦ୍ରକ
Landmark ହଦଗଡ଼ ବନ୍ଧ
Source
 - location ମେଘସନୀ, ମୟୂରଭଞ୍ଜ, ଓଡ଼ିଶା, ଭାରତ
Mouth
 - elevation ୦ m (୦ ft)
Length ୧୪୪ km (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । mi)

ଉତ୍ପତ୍ତି ସମ୍ପାଦନା

ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର ମେଘସନୀ ପର୍ବତରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।[୩]

କିମ୍ବଦନ୍ତୀ ସମ୍ପାଦନା

ଭଦ୍ରକର ଆହାରପଦାସ୍ଥିତ ଭଦ୍ରକାଳୀ ମନ୍ଦିର ଉପରେ ଯେତେବେଳେ ମୁସଲମାନ ଶାସକଙ୍କଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ ଭଦ୍ରକାଳୀ ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି ଭଦ୍ରକାଳୀ ଗଣ୍ଡ ଭାବରେ ଖ୍ୟାତ ।[୩]

ଆଧାର ସମ୍ପାଦନା

  1. "Bhadrak Wildlife Division :: Odisha Wildlife Organisation". www.wildlife.odisha.gov.in. Odisha Wildfile Organizatin. Retrieved 21 September 2020.
  2. "Hadgarh PA :: Odisha Wildlife Organisation". www.wildlife.odisha.gov.in. Odisha Wildfile Organizatin. Retrieved 21 September 2020.
  3. ୩.୦ ୩.୧ "Bhadrakali : A Complete Study" (PDF). Orissa Review: 128. 1 September 2009. Retrieved 21 September 2020.