ଜୀବବୀଜ୍ଞାନରେ ସାମ୍ରାଜ୍ୟ (ଲାତିନରେ ରେଗ୍ନମ୍) ଜଗତ ପରେ ଦ୍ୱିତୀୟତମ ଟାକ୍ସୋନୋମୀୟ ସ୍ତର । ସାମ୍ରାଜ୍ୟଗୁଡ଼ିକ କ୍ଷୁଦ୍ରତର ପର୍ବରେ ବିଭକ୍ତ ହୋଇଛି ।

ଜୀବନମହାସାମ୍ରାଜ୍ଯKingdomPhylumClassOrderFamilyGenusSpecies
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗର ଆଠଟି ମୁଖ୍ଯ ସ୍ତର। ମଧ୍ଯବର୍ତ୍ତୀ ଗୌଣ ସ୍ତରଗୁଡ଼ିକୁ ଚିହ୍ନଟ କରାଯାଇ ନାହିଁ।

ଆମେରୀକିୟ ତଥା କାନାଡୀୟ ପାଠ ବହିରେ ଛଅଟି ସାମ୍ରାଜ୍ୟ ବିଷୟରେ ଦର୍ଶାଯାଏ, କିନ୍ତୁ ବ୍ରିଟେନ, ଭାରତ, ବ୍ରାଜିଲ ପରି ଦେଶମାନଙ୍କରେ ପଞ୍ଚସାମ୍ରାଜ୍ୟ ବିଷୟରେ ଦର୍ଶାଯାଏ ।

ବର୍ତ୍ତମାନର ବିଭାଗୀକରଣ ପଦ୍ଧତିରେ ସାମ୍ରାଜ୍ଯକୁ ଆଉ ବ୍ଯବହାର କରାଯାଏ ନାହିଁ କାରଣ ସାମ୍ରାଜ୍ଯଗୁଡ଼ିକ ଏକବଂଶୀୟ ନୁହଁନ୍ତି, ଅର୍ଥାତ୍ ତାଙ୍କର କୌଣସି ନିକଟସ୍ଥ ସମପୂର୍ବଜ ନାହାଁନ୍ତି ।

ସଜ୍ଞା ତଥା ସମ୍ବନ୍ଧିତ ପଦସମ୍ପାଦନ କରନ୍ତୁ

ଖ୍ରୀଷ୍ଟାବ୍ଦ ୧୭୩୫ରେ ଯେତେବେଳେ କାର୍ଲ ଲିନିଅସ୍ ଜୀବବୀଜ୍ଞାନରେ ସ୍ତରାଧାରିତ ନାମକରଣର ପ୍ରବର୍ତ୍ତନ କଲେ, ସେତେବେଳେ ସେ ସାମ୍ରାଜ୍ଯକୁ ସର୍ବୋଚ୍ଚ ସ୍ତରରେ ରଖିଥିଲେ । ଏହା ପରେ ପରେ ଚାରୋଟି ମୁଖ୍ଯ ସ୍ତର ରଖିଥିଲେ, ଯଥା - ବର୍ଗ, ଗଣ, ପ୍ରଜାତିଜାତି[୧] ପରେ ଦୁଇଟି ନୂଆ ସ୍ତର ପ୍ରବେଶ କରାଗଲା ଫଳରେ ନୂତନ କ୍ରମଶଃ ହେଲା - ସାମ୍ରାଜ୍ୟ, ପର୍ବ, ବର୍ଗ, ଗଣ, କୁଳ, ପ୍ରଜାତି ଏବଂ ଜାତି ।[୨] ୧୯୯୯ ମସିହାରେ ମହାସାମ୍ରାଜ୍ଯ ସ୍ତରଟି ଅଣାଗଲା ।[୩]

ସାମ୍ରାଜ୍ୟରେ ପୂର୍ବପ୍ରତ୍ଯୟ ଯୋଡ଼ି ଦୁଇଟି ଅତିରିକ୍ତ ସ୍ତର ଗଢାଯାଇଛି, ଯଥା - ଉପସାମ୍ରାଜ୍ୟ, ଲଘୁସାମ୍ରାଜ୍ଯ । କେତେକ ବିଭାଗୀକରଣ ପ୍ରଣାଳୀରେ ଉପସାମ୍ରାଜ୍ୟ ଏବଂ ଲଘୁସାମ୍ରାଜ୍ଯ ମଧ୍ଯରେ ଶାଖାସାମ୍ରାଜ୍ଯ ରଖାଯାଇଥାଏ, ଉ. ସ୍ୱ. - କାଭାଲିଏର-ସ୍ମିଥଙ୍କ ବିଭାଗୀକରଣରେ ଥିବା ପ୍ରୋଟୋଷ୍ଟୋମିଆ ଏବଂ ଡିଉଟେରୋଷ୍ଟୋମିଆ[୪]

ଇତିହାସସମ୍ପାଦନ କରନ୍ତୁ

ଦ୍ୱିସାମ୍ରାଜ୍ଯ ପ୍ରଣାଳୀସମ୍ପାଦନ କରନ୍ତୁ

ସଜୀବମାନଙ୍କୁ ପ୍ରାଣୀ ଓ ଉଦ୍ଭିଦରେ ବିଭକ୍ତ କରିବାର ଉଦ୍ଯମ ଏକ ପ୍ରାଚୀନ ପ୍ରକ୍ରିୟା । ଆରିଷ୍ଟୋଟଲ (୩୮୪-୩୨୨ ଖ୍ରୀ.ପୂ.) ତାଙ୍କର ପୁସ୍ତକ ପ୍ରାଣୀମାନଙ୍କ ଇତିହାସରେ ପ୍ରାଣୀମାନଙ୍କର ବିଭାଜନ କରିଥିଲେ । ତାଙ୍କ ଶିଷ୍ଯ ଥିଓଫ୍ରାଷ୍ଟସ (୩୭୧-୨୮୭ ଖ୍ରୀ.ପୂ) ଏକ ତଦ୍ରୁପ ପୁସ୍ତକ ହିଷ୍ଟୋରିଆ ପ୍ଲାଣ୍ଟାରମ୍ ଉଦ୍ଭିଦ ଉପରେ ରଚନା କରିଥିଲେ ।

୧୭୩୫ରେ କାର୍ଲ ଲିନିଅସ୍, ଆଧୁନିକ ଜୀବବୈଜ୍ଞାନିକ ନାମକରଣ ପାଇଁ ସୂତ୍ର ପ୍ରଣୟନ କଲେ ଯାହା ବର୍ତ୍ତମାନ ନାମକରଣସୂତ୍ର ଦ୍ବାରା ନିୟନ୍ତ୍ରିତ ହୁଏ। ସେ ଦୁଇଟି ସାମ୍ରାଜ୍ୟ ବ୍ଯାଖ୍ଯା କରିଥିଲେ, ପ୍ରାଣୀ ସାମ୍ରାଜ୍ୟ (ରେଗ୍ନମ୍ ଆନିମଲେ) ଏବଂ ପରିବା ସାମ୍ରାଜ୍ୟ (ରେଗ୍ନମ୍ ଭେଜିଟାବିଲେ) । ଲିନିଅସ୍ ନିର୍ଜୀବ ଖଣିଜଦ୍ରବ୍ୟକୁ ମଧ୍ଯ ଏକ ତୃତୀୟ ସାମ୍ରାଜ୍ୟ, ଖଣିଜ ସାମ୍ରାଜ୍ୟରେ ରଖିଥିଲେ ।



ସଜୀବ

ସାମ୍ରାଜ୍ୟ ଆନିମଲେ (ପଶୁପକ୍ଷୀ)



ସାମ୍ରାଜ୍ୟ ଭେଜିଟାବିଲେ (ଉଦ୍ଭିଦ)



ନିର୍ଜୀବ

ସାମ୍ରାଜ୍ୟ ଲାପିଡିଅମ (ଖଣିଜଦ୍ରବ୍ୟ)




ତ୍ରିସାମ୍ରାଜ୍ଯ ପ୍ରଣାଳୀସମ୍ପାଦନ କରନ୍ତୁ

 
ହେକେଲଙ୍କ ତ୍ରିସାମ୍ରାଜ୍ଯ ବିଶିଷ୍ଟ ମୂଳ ଚିନ୍ତାଧାରା, ଯେଉଁଥିରେ ପ୍ରୋଟିଷ୍ଟା ବୋଲି ଏକ ନୂତନ ସାମ୍ରାଜ୍ଯ ଯୋଡାଗଲା ।

୧୬୭୪ ମସିହାରେ ଆଣ୍ଟୋନ୍ଯେ ଭାନ ଲ୍ଯୁୱେନ୍ହୋକ, ଆଣବୀକ୍ଷଣିକ ବିଜ୍ଞାନର ଜନକ, ଲଣ୍ଡନର ରାଜକୀୟ ସମାଜ (ରୋୟାଲ୍ ସୋସାଇଟି ଅଫ୍ ଲଣ୍ଡନ୍)କୁ ଏକ ପତ୍ରଦ୍ୱାରା ଆଣବୀକ୍ଷଣିକ ଏକକୋଷୀ ଜୀବମାନଙ୍କ ଅସ୍ତିତ୍ବ ବିଷୟରେ ଜଣାଇଲେ । ସେପର୍ଯ୍ୟନ୍ତ ଅଣୁଜୀବମାନଙ୍କର ଅସ୍ତିତ୍ବ ଜନସାଧାରଣଙ୍କୁ ଅଗୋଚର ଥିଲା । ତଥାପି ଲିନିଅସ ତାଙ୍କ ଜୀବଜଗତର ବର୍ଗୀକରଣରେ କୌଣସି ଅଣୁଜୀବକୁ ସ୍ଥାନ ଦେଲେ ନାହିଁ ।

ପ୍ରଥମେ ଅଣୁଜୀବମାନଙ୍କୁ ପ୍ରାଣୀ ଓ ଉଦ୍ଭିଦ ସାମ୍ରାଜ୍ୟରେ ରଖାଯାଇ ଥିଲା । କିନ୍ତୁ ଊନବିଂଶ ଶତାବ୍ଦୀର ମଧ୍ଯ ଭାଗରୁ ଏହି ଦ୍ୱି-ସାମ୍ରାଜ୍ଯ ପ୍ରଣାଳୀରେ ତ୍ରୁଟି ଅନୁଭବ କରାଗଲା ।[୫]

୧୮୬୦ ମସିହାରେ, ଜୋନ୍ନ ହଗ, ସମସ୍ତ ଅଣୁଜୀବ ତଥା ନିମ୍ନମାନର ଜୀବମାନଙ୍କ ପାଇଁ ଏକ ତୃତୀୟ ସାମ୍ରାଜ୍ୟ - ପ୍ରୋଟୋକ୍ଟିଷ୍ଟାର ପ୍ରସ୍ତାବନା ଦେଲେ ।[୫] ୧୮୬୬ ମସିହାରେ, ଅର୍ଣ୍ଣଷ୍ଟ ହେକେଲ ଏକ ତୃତୀୟ ସାମ୍ରାଜ୍ୟ - ପ୍ରୋଟିଷ୍ଟାର ପ୍ରସ୍ତାବନା ଦେଲେ, ଯେଉଁଥିରେ ସେହି ଜୀବମାନେ ରହିଲେ ଯିଏ ନା ଉଦ୍ଭିଦ ନା ପ୍ରାଣୀରେ ପରିଗଣିତ ହେଲେ ।


ଜୀବଜଗତ

ସାମ୍ରାଜ୍ୟ ପ୍ରୋଟିଷ୍ଟା କିମ୍ବା ପ୍ରୋଟୋକ୍ଟିଷ୍ଟା



ସାମ୍ରାଜ୍ୟ ପ୍ଲାଣ୍ଟି



ସାମ୍ରାଜ୍ୟ ଆନିମଲିଆ




ଆଧାରସମ୍ପାଦନ କରନ୍ତୁ

  1. Linnaeus, C. (1735). Systemae Naturae, sive regna tria naturae, systematics proposita per classes, ordines, genera & species.
  2. See e.g. McNeill, J., ed (2006). "International Code of Botanical Nomenclature (Vienna Code) adopted by the Seventeenth International Botanical Congress, Vienna, Austria, July 2005" (electronic ed.). Vienna: International Association for Plant Taxonomy. Archived from the original on 6 October 2012. https://web.archive.org/web/20121006231936/http://ibot.sav.sk/icbn/main.htm. Retrieved 2011-02-20. ,"article 3.1".
  3. Woese, C.R.; Kandler, O.; Wheelis, M.L. (1990). "Towards a natural systs: proposal for the domains Archaea, Bacteria, and Eucarya". Proceedings of the National Academy of Sciences of the United States of America. 87 (12): 4576–9. Bibcode:1990PNAS...87.4576W. doi:10.1073/pnas.87.12.4576. PMC 54159. PMID 2112744.
  4. Cavalier-Smith, T. (1998). "A revised six-kingdom system of life". Biological Reviews. 73 (3): 203–66. doi:10.1111/j.1469-185X.1998.tb00030.x. PMID 9809012.
  5. ୫.୦ ୫.୧ Scamardella, Joseph M. (1999). "Not plants or animals: a brief history of the origin of Kingdoms Protozoa, Protista and Protoctista". International Microbiology. 2 (4): 207–16. PMID 10943416.