ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ

ଜୀବବୈଜ୍ଞାନ-ଭିତ୍ତିକ ଶ୍ରେଣୀବିଭାଗ ହେଉଛି ଜୀବମାନଙ୍କର ବିଭକ୍ତି କାରଣର ଏକ ଉପାୟ । ଲକ୍ଷଣର ସ୍ତର ଓ ପରସ୍ପର ସମ୍ବନ୍ଧିତ ଲକ୍ଷଣ ଗୁଡ଼ିକୁ ବ୍ୟବହାର କରି ଜୀବମାନଙ୍କର ଶ୍ରେଣୀବିଭାଗ କରି ଯାଇଥାଏ । ଏଠାରେ କୋଷର ପ୍ରକୃତିଠାରୁ ଆରମ୍ଭ କରି ବିଭିନ୍ନ ଜୀବ ମଧ୍ୟରେ ଅନେକ ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷଣ ଥିଲେ ମଧ୍ୟ ଜୀବମାନଙ୍କ ଶ୍ରେଣୀ ବିଭାଗ ସମୟରେ କେତେକ ଆନ୍ତଃସମ୍ବନ୍ଧିତ (interrelated) ଲକ୍ଷଣଦ୍ୱାରା ହିଁ ଜୀବଗୋଷ୍ଠୀରେ ଶ୍ରେଣୀ ବିଭାଗ କରାଯାଇଥାଏ । ଉଦାହରଣ : ୧. ସୁନ୍ୟଷ୍ଟୀୟ କୋଷରେ କୋଷାଙ୍ଗନ୍ୟଷ୍ଟି ଥାଏ । ଯାହାଦ୍ୱାରା ବହୁକୋଷୀ ଜୀବ ମାନଙ୍କର କୋଷୀୟ ପ୍ରକ୍ରିୟା ଅଲଗା ଅଲଗା ଭଲ ଭାବରେ କାର୍ଯ୍ୟ କରିପାରେ । ୨. ପ୍ରାକ୍‌ନ୍ୟଷ୍ଟୀୟ କୋଷରେ ଏକ ସଂଗଠିତ ନ୍ୟଷ୍ଟି ନଥାଏ ଏବଂ ସେହି କୋଷର ବିଭିନ୍ନ କ୍ରିୟାଗୁଡ଼ିକ ସୁନ୍ୟଷ୍ଟୀୟ କୋଷଗୁଡ଼ିକରେ ଅଲଗା ଭାବେ କାର୍ଯ୍ୟ କରିଥାଏ । ୩. ଏହି ନ୍ୟଷ୍ଟି ବିଶିଷ୍ଟ କୋଷ ପରବର୍ତ୍ତୀ ସମୟରେ ବହୁକୋଷରେ ବିଭକ୍ତ ହୋଇ ବିଶେଷ କାର୍ଯ୍ୟ କରିପାରନ୍ତି । ଏଣୁ ନ୍ୟଷ୍ଟିଯୁକ୍ତ କୋଷ ସୁସଙ୍ଗଠିତ ଜୀବଜଗତର ଶ୍ରେଣୀବିଭାଗରେ ଏକ ବିଶେଷ ଲକ୍ଷଣ ଭାବରେ କାର୍ଯ୍ୟ କରିଥାଏ ।

ଜୀବନମହାସାମ୍ରାଜ୍ଯKingdomPhylumClassOrderFamilyGenusSpecies
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗର ଆଠଟି ମୁଖ୍ଯ ସ୍ତର। ମଧ୍ଯବର୍ତ୍ତୀ ଗୌଣ ସ୍ତରଗୁଡ଼ିକୁ ଚିହ୍ନଟ କରାଯାଇ ନାହିଁ।

ଶ୍ରେଣୀବିଭାଗର ପଦାନୁକ୍ରମ (hietarchy of classification)

ସମ୍ପାଦନା
 
Aristotle, 384–322 BC.
 
Carolus Linnaeus

ଏକାଧିକ ଜାତିର ସମାହାରରେ ଗୋଟିଏ ପ୍ରଜାତି ଗଠିତ ହୋଇଥାଏ । ସେହିପରି ଏକ ବା ଏକାଧିକ ପ୍ରଜାତିର ସମାହାରରେ ଗୋଟିଏ ବଂଶ (family), ଏକ ବା ଏକାଧିକ ବଂଶର ସମାହାରରେ ଗୋଟିଏ ବର୍ଗ (order) ଏବଂ ଏକ ବା ଅଧିକ ବର୍ଗର ସମାହାରରେ ଗୋଟିଏ ଶ୍ରେଣୀ (class) ଗଠିତ ହୁଏ । ସେହିପରି କେତେକ ଶ୍ରେଣୀର ସମାହାରରେ ପର୍ବ (phylum) ଓ ବିଭିନ୍ନ ପର୍ବର ସମାହାରରେ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଗଠିତ ହୋଇଥାଏ ।

ବାହାର ଆଧାର

ସମ୍ପାଦନା