ସାନନ୍ଦ ଦ୍ୱିଜ
ସାନନ୍ଦ ଦ୍ୱିଜ ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ[୧] ।
ଏହି କବିଙ୍କ କୁଳ ପରିଚୟ କିମ୍ବା ଆନୁଷଙ୍ଗିକ ତଥ୍ୟ ରାଶି କିଛି ମିଳି ନାହିଁ । ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲକ୍ଷକରି ତାଙ୍କ ରଚିତ ଦୁଇଟି ଜଣାଣ ତାଙ୍କୁ ଲୋକପ୍ରିୟ କରାଇପାରିଛି । ସେହି ଦୁଇଟି ହେଲା
- "କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଆକ୍ଷି"
- କରୁଣାକର ! ଆହେ କରୁଣାକର ଆରତେ ଡାକୁଅଛି ଯୋଡିଣ କର ହେ ।
ତାଙ୍କର ଏହି ଦିଓଟି ଜଣାଣ ତାଙ୍କର ଏକାନ୍ତ ଜଗନ୍ନାଥ ଭକ୍ତି ବିଷୟରେ ସୂଚାଇ ଦିଏ ।
ଗ୍ରାମୋଫୋନ ରେକର୍ଡରେ ସାନନ୍ଦ ଦ୍ୱିଜଙ୍କ ଜଣାଣ
ସମ୍ପାଦନାଜଗନ୍ନାଥ ପ୍ରେମୀ, ସାହିତିକ୍ୟ ତଥା ଚିକତ୍ସକ ଶ୍ରୀ କବି ପ୍ରସାଦ ମିଶ୍ର ଓ ରାଉଲକେଲାର ରାଉଲକେଲା କଳା ପରିଷଦ ୧୯୭୭ ମସିହାରେ ସାନନ୍ଦ ଦ୍ୱିଜଙ୍କ "କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଆକ୍ଷି" ଜଣାଣକୁ କଲିକତାର ଇନରେକୋ ରେକର୍ଡ କମ୍ପାନୀ ଜରିଆରେ ଗ୍ରାମୋଫୋନ ରେକର୍ଡ଼ ମାଧ୍ୟମରେ ଆଣିଥିଲେ[୨] । କଣ୍ଠ ଦାନ କରିଥିଲେ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ର, ସ୍ୱର ସଂଯୋଜନା କରିଥିଲେ ଶ୍ରୀ ବଂଶୀଧର ଦ୍ୱିବେଦୀ, ସଂଗୀତ ନିର୍ଦ୍ଧେଶନା ଦେଇଥିଲେ ଶ୍ରୀ ଭିକାରୀ ବଳ ।
ପରେ ପରେ କଲିକତାର ଗଠାନୀ ରେକର୍ଡ଼ କମ୍ପାନୀ ଶ୍ରୀ ଭିକାରୀ ବଳଙ୍କ କଣ୍ଠରେ ଏହି ଜଣାଣର ଗ୍ରାମୋଫୋନ ରେକର୍ଡ଼ ପ୍ରସ୍ତୁତ କରାଇଥିଲେ[୩] (ରେକର୍ଡ଼ ନାମ - "ଶ୍ୟାମ ହେ") । ଏହି ରେକର୍ଡଗୁଡ଼ିକ ଲୋକପ୍ରିୟ ହୋଇଥିଲେ[୪] ।
ଆଧାର
ସମ୍ପାଦନା- ↑ ନାୟକ, ଡକ୍ଟର କ୍ଷେତ୍ରବାସୀ; ନାୟକ, ଡକ୍ଟର ଲାବଣ୍ୟ (2010). ଶ୍ରୀ ଜଗନ୍ନାଥ ପଦ୍ୟାବଳୀ (ପ୍ରଥମ ସଂସ୍କରଣ ed.). ଭୁବନେଶ୍ୱର: ବୈଦିକ ଶିକ୍ଷା. p. ୨୭୩.
- ↑ "Kahaku Mun Karibaeen Sakhi". ୟୁଟ୍ୟୁବ. ଓଡ଼ିଆ ମେଲୋଡି- ଇନରେକୋ ରେକର୍ଡ଼. Retrieved 28 July 2018.
- ↑ ବଳ, ଭିକାରୀ. "କାହାକୁ ମୁଁ କରିବଇ ସାକ୍ଷୀ - Kahaku Mu Koriboi Saki". ୟୁଟୁବ. ଓଡ଼ିଆ ମେଲୋଡି- ଇନରେକୋ ରେକର୍ଡ଼. Retrieved 28 July 2018.
- ↑ "ସାନନ୍ଦ ଦ୍ୱିଜ". ପ୍ରୋଜେକ୍ଟପୋଥି. Archived from the original on 20 September 2017. Retrieved 28 July 2018.