ସାଧାରଣ ବଣ୍ଟନ ବ୍ୟବସ୍ଥା

ଭାରତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ସାଧାରଣ ବଣ୍ଟନ ବ୍ୟବସ୍ଥା (Public distribution system (PDS))(Hindi:सार्वजनिक वितरण प्रणाली) ଖାଦ୍ୟ, ଉପଭୋକ୍ତା ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କଦ୍ୱାରା ସ୍ଥାପନା କରାଯାଇଥିବା ଏକ ବ୍ୟବସ୍ଥା । ଏହା ଯୁଗ୍ମ ଭାବେ ରାଜ୍ୟ ସରକାରଙ୍କ  ସହ କାର୍ଯ୍ୟ କରେ । ଏହି ବ୍ୟବସ୍ଥାରେ ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଅଣଖାଦ୍ୟପଦାର୍ଥ ଭାରତରେ ଗରିବମାନଙ୍କ ପାଇଁ ବଣ୍ଟନ କରାଯାଏ । ନିତ୍ୟ ବ୍ୟବହାର୍ଯ୍ୟ ସମେତ ମୂଳ ଭୋଜନ ଯଥା [[ଗହମ]], [[ଚାଉଳ]], [[ଚିନି]] , [[କିରୋସିନି]] ଆଦି ସମଗ୍ର ଦେଶରେ ସ୍ଥାପିତ ହୋଇଥିବା [[ସାଧାରଣ ବଣ୍ଟନ ଦୋକାନ]] ([[ରାସନ ଦୋକାନ]] ନାମରେ ମଧ୍ୟ ଜଣା) ନେଟବର୍କ ଜରିଆରେ ବଣ୍ଟାଯାଏ । [[ଭାରତୀୟ ଖାଦ୍ୟ ଆୟୋଗ]](Food Corporation of India) ଏକ [[ସରକାରଙ୍କ ଉପକ୍ରମ]], ପିଡିଏସର ଯୋଗାଣ ଏବଂ ପରିଚାଳନା ଦାୟିତ୍ୱ ନେଉଛି ।

ସାର୍ବଜନୀନ ଖର୍ଚ୍ଚକୁ ନଜର ପକାଇଲେ ଏହା ହେଉଛି ସବୁଠୁ ମୁଖ୍ୟ ଖାଦ୍ୟ ସୁରକ୍ଷା ନେଟବର୍କ । ତେବେ ରାସନ ଦୋକାନଗୁଡ଼ିକଦ୍ୱାରା ବିତରଣ ହେଉଥିବା ଖାଦ୍ୟ ଶସ୍ୟ ନିୟମିତ ଦରକାରୀ ଖର୍ଚ୍ଚ ମେଣ୍ଟାଇ ପାରୁନାହିଁ ଏବଂ ଏହା ଅନେକାଂଶରେ ନିମ୍ନମାନର ଅଟେ । ପିଡିଏସ ଶସ୍ୟର ଭାରତରେ ହାରାହାରି ଖର୍ଚ୍ଚ ସ୍ତର ବ୍ୟକ୍ତି ପିଛା ୧ କେଜି ପ୍ରତି ମାସ ଅଟେ । ପିଡିଏସ ମଧ୍ୟ ଏହାର ସହରାଞ୍ଚଳ ପାତରଅନ୍ତର ପାଇଁ ବହୁବାର ସମାଲୋଚିତ ହୋଇଛି ଏହା ବ୍ୟୟ ବହୁଳ ବ୍ୟବସ୍ଥା ଏବଂ ପ୍ରକୃତ ଗରିବଙ୍କଠାରୁ ଦାରିଦ୍ର୍ୟ ଦୂର କରିବାରେ ଅସମର୍ଥ ହୋଇଛି । ଏହା ଦୁର୍ନୀତିକୁ ପ୍ରଶୟ ଦେବାର ଏକ ମାଧ୍ୟମ ରୂପେ ପରିଚିତ ହୋଇଛି । ଏବେ ଚୀନ ବ୍ୟତିତ ଭାରତ ହେଉଛି ବିଶ୍ୱର ସର୍ବାଧିକ ଶସ୍ୟ ମହଜୁଦକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଏଥିପାଇଁ ଭାରତ ସରକାର ୭୫୦ ନିୟୁତ ($13.6 billion) ବାର୍ଷିକ ଖର୍ଚ୍ଚ କରନ୍ତି ଏହା ଜିଡିପି (GDP)ର ପାଖାପାଖି ୧ ପ୍ରତିଶତ ଅଟେ । ଭାରତରେ ଏବେଯାଏ ପ୍ରାୟ ୨୧ ପ୍ରତିଶତ କୁପୋଷଣର ଶିକାର ଅଟନ୍ତି । [] ଖାଦ୍ୟ ଶସ୍ୟ ବଣ୍ଟନ ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କର କାର୍ଯ୍ୟ ଅଟେ । [] ଏବେ ସୁଦ୍ଧା ଭାରତରେ ପ୍ରାୟ ୫୦୦,୦୦୦ ଫେୟାର ପ୍ରାଇସ ସପ ଅଛି । []

ରୂପରେଖ

ସମ୍ପାଦନା

ସାଧାରଣ ବଣ୍ଟନ ଦୋକାନ

ସମ୍ପାଦନା

ଅପରେସନ ବ୍ଲାକ

ସମ୍ପାଦନା

ଅହୁରି ଦେଖନ୍ତୁ

ସମ୍ପାଦନା

ବାହ୍ୟ ଲିଙ୍କ

ସମ୍ପାଦନା
  1. "As Grain Piles Up, India's Poor Still Go Hungry". New York Times. June 7, 2012.
  2. "5.17 The Public Distribution System is -------" (PDF). Budget of India (2000-2001). 2000. Archived from the original (PDF) on 2010-12-24. Retrieved 2015-08-04.
  3. "Public Distribution System". Ministry of Consumer Affairs, Food and Public Distribution (India).