ସାଇନା ସଲୋନିକା
ଓଡ଼ିଆ ଚେସ ଖେଳାଳି
ସାଇନା ସଲୋନିକା, ଜଣେ ଭାରତୀୟ ଚେସ ଖେଳାଳି ।[୧] ୨୦୨୨ ମସିହା ଜୁନ ମାସରେ ସେ ୧୮ ବର୍ଷ ବୟସରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ) ଟାଇଟେଲ ହାସଲ କରିଥିଲେ । ମହିଳା ଅନ୍ତର୍ଜାତୀୟ ମାଷ୍ଟର ଟାଇଟେଲ ହାସଲ କରିବାରେ ସେ ତୃତୀୟ ଓଡ଼ିଆ ମହିଳା । ତାଙ୍କ ପୂର୍ବରୁ ପଦ୍ମିନୀ ରାଉତ ଓ କିରଣ ମନୀଷା ମହାନ୍ତି ଏହି ଟାଇଟେଲ ହାସଲ କରିସାରିଛନ୍ତି ।[୨]
ସାଇନା ସଲୋନିକା | |
---|---|
ଦେଶ | ଭାରତ |
ଜନ୍ମ | ୨୦୦୩ |
ଉପାଧୀ | ମହିଳା ଅନ୍ତର୍ଜାତୀୟ ମାଷ୍ଟର (୨୦୨୨) |
କୃତିତ୍ତ୍ୱ
ସମ୍ପାଦନା- ୨୦୧୦ ମସିହାରେ ୭ ବର୍ଷରୁ କମ୍ ବିଭାଗରେ ସେ ଜାତୀୟ ଚାମ୍ପିଆନ
- ୨୦୧୩ ମସିହାରେ ୟୁଏଇରେ ଆୟୋଜିତ ୧୦ ବର୍ଷରୁ କମ୍ ବାଳିକା ବର୍ଗରେ ବିଶ୍ବ ଚାମ୍ପିଆନ
- ୨୦୧୯ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସେ ‘ମୁଁ ହିରୋ ମୁଁ ଓଡ଼ିଶା’ ପୁରସ୍କାର
- ୨୦୧୨ ମସିହାରେରେ ସେ ସର୍ବକନିଷ୍ଠ ଓଡ଼ିଶା ଝିଅ ଭାବେ ଅନ୍ତର୍ଜାତୀୟ ମହିଳା କ୍ୟାଣ୍ଡିଡେଟ ମାଷ୍ଟର୍ (ଡବ୍ଲ୍ୟୁସିଏମ) ଟାଇଟେଲ
- ୨୦୧୬ ମସିହାରେ ତାଙ୍କୁ ଅନ୍ତର୍ଜାତୀୟ ମହିଳା ଫିଡେ ମାଷ୍ଟର୍ (ଡବ୍ଲ୍ୟୁଏଫାଐଅ) ଟାଇଟେଲ
- ୨୦୧୬ ମସିହାରେ ୨୦୯୩ ରେଟିଂ ସହ ସେ ନିଜ ବୟସ ବର୍ଗରେ ଦେଶ ତଥା ଏସିଆ ମହାଦେଶର ଏକ ନମ୍ବର ଚେସ ଖେଳାଳି
- ୨୦୨୨ ମସିହା ଫେବୃଆରୀରେ ସେ ଓଡ଼ିଶା ରାଜ୍ୟ ବରିଷ୍ଠ ମହିଳା ଚାମ୍ପିଆନସିପରେ ବିଜୟ
ବ୍ୟକ୍ତିଗତ ଜୀବନ
ସମ୍ପାଦନାସାଇନା ୨୦୦୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗଣେଶ୍ବର ଜେନା ଓ ମାତାଙ୍କ ନାମ ବବିତା ଜେନା । ପିତାମାତାଙ୍କ ପ୍ରୋତ୍ସାହନ ପାଇ ସେ ଚେସ ଖେଳିବା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଚେସ ବ୍ୟତିତ ତାଙ୍କୁ ମଡେଲିଂ ଓ ଆଙ୍କରିଂ କରିବାକୁ ଭଲଲାଗେ ।[୩]
ଆଧାର
ସମ୍ପାଦନା- ↑ "profile info Salonika, Saina". www.fide.com. fide.com. Archived from the original on 27 June 2022. Retrieved 27 June 2022.
- ↑ "Teenager Saina Salonika Odisha's Third Woman IM; Know Others To Get The Title". www.odishabytes.com. odisha bytes. Archived from the original on 27 June 2022. Retrieved 27 June 2022.
- ↑ "ଚେସ୍ବୋର୍ଡର ରାଣୀ ସାଇନା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 June 2022. Retrieved 27 June 2022.
ଅଧିକ ତଥ୍ୟ
ସମ୍ପାଦନା- ସାଇନା ସଲୋନିକା rating card at FIDE