ପଦ୍ମିନୀ ରାଉତ

ଓଡ଼ିଆ ଚେସ ଖେଳାଳି

ପଦ୍ମିନୀ ରାଉତ (ଜନ୍ମ : ୫ ଜାନୁଆରୀ ୧୯୯୪) ଜଣେ ଭାରତୀୟ ଚେସ ଖେଳାଳି । ସେ ଉଭୟ ଇଣ୍ଟରନେସନାଲ ମାଷ୍ଟର[୧] ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଥିଲେ ।[୨] ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ[୩] ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ । ୨୦୦୭ ମସିହାରେ ସେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ ।[୪]

ପଦ୍ମିନୀ ରାଉତ
Padmini Rout, Vlissingen 2009
ଦେଶ ଭାରତ
ଜନ୍ମ (1994-01-05) ୫ ଜାନୁଆରୀ ୧୯୯୪ (ବୟସ ୨୬)
ବଡ଼ମ୍ବା, ଓଡ଼ିଶା
ଉପାଧୀମହିଳା ଗ୍ରାଣ୍ଡମାଷ୍ଟର (୨୦୦୭)
ଫିଡେ ମାନ୍ୟତା୨୪୫୪(ଫିଡେ ବିଶ୍ୱ ମାନ୍ୟତା), ମାର୍ଚ୍ଚ ୨୦୧୫
Peak rating୨୩୯୨ ନଭେମ୍ବର ୨୦୧୧

ଚେସ ଖେଳାଳି ଜୀବନସମ୍ପାଦନ କରନ୍ତୁ

୨୦୦୫ ମସିହାରେ ପଦ୍ମିନୀ ନାଗପୁରଠାରେ ୧୧ବର୍ଷରୁ କମ ସ୍ପର୍ଦ୍ଧାରେ ଜାତୀୟ ପ୍ରତିଯୋଗୀତା ଜିତିଥିଲେ । ଏହାଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗୀତା ବିଜୟ । ୨୦୦୬ରେ ସେ ୧୩ବର୍ଷରୁ କମ ଜାତୀୟ ପ୍ରତିଯୋଗୀତା ଓ ୧୨ବର୍ଷରୁ କମ ଏସୀୟ ପ୍ରତିଯୋଗୀତା ଜିତିଥିଲେ ।[୫] ୨୦୦୮ରେ ସେ ୧୪ବର୍ଷରୁ କମ ସ୍ପର୍ଦ୍ଧାରେ ଉଭୟ ଏସୀୟ ପ୍ରତିଯୋଗୀତା[୬] ଓ 'ବିଶ୍ୱ ଯୁବ ଚେସ ପ୍ରତିଯୋଗୀତା' ଜିତିଥିଲେ । ୨୦୦୯ରେ ସେ ୨୦ବର୍ଷରୁ କମ ଏସୀୟ ଜୁନିୟର ମହିଳା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।[୭] ୨୦୧୦ରେ ସେ ୧୯ବର୍ଷରୁ କମ ଜାତୀୟ ଜୁନିୟର ମହିଳା ପ୍ରତିଯୋଗୀତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗୀତାରେ[୮] ଓ ବିଶ୍ୱ ଜୁନିୟର ପ୍ରତିଯୋଗୀତାରେ କାଂସ୍ୟ ପଦକ ହାସଲ କରିଥିଲେ ।[୯][୧୦]

ପଦ୍ମିନୀ, ଜାତୀୟ ମହିଳା ଚେସ ଚାମ୍ପିୟନସିପ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ବର୍ଷ ଧରି ଜିତିଥିଲେ । ୨୦୧୫ରେ ସେ ରାଷ୍ଟ୍ରମଣ୍ଡଳ ମହିଳା ଚାମ୍ପିୟନସିପି ମଧ୍ୟ ଜିତିଥିଲେ ।.[୧୧] ୨୦୧୮ରେ ସେ ଏସୀୟ ମହିଳା ଚେସ ଚାମ୍ପିୟନସିପ ମଧ୍ୟ ଜିତିଥିଲେ ।[୧୨]

ଭାରତୀୟ ଜାତୀୟ ମହିଳା ଚେସ ଦଳ ତରଫରୁ ସେ "ମହିଳା ଚେସ ଅଲିମ୍ପିୟାଡ଼", "ୱାର୍ଲଡ଼ ଟିମ ଚେସ ଚାମ୍ପିୟନସିପ", "ୱିମେନସ ଏସୀୟା ଟିମ ଚାମ୍ପିୟନସିପ" ମଧ୍ୟ ଖେଳିଥିଲେ ।[୧୩]

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ପଦ୍ମିନୀ ୧୯୯୪ମସିହା ଜାନୁଆରୀ ୫ତାରିଖରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଧ୍ୟାପକ ଅଶୋକ କୁମାର ରାଉତ ଓ ମାତା ସସ୍ମିତା ଧଳ । ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ ୯ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ ।[୧୪] ସେ 'ଇଣ୍ଡିଆନ ଅଏଲ" କମ୍ପାନୀରେ କାର୍ଯ୍ୟ କରନ୍ତି । ଭାରତ ସରକାର ତାଙ୍କୁ ସ୍ୱଚ୍ଛ ଭାରତ ଆମ୍ବାସଡ଼ର ଭାବରେ ମଧ୍ୟ ମନୋନୀତ କରିଛନ୍ତି ।[୧୫]

କୃତିତ୍ତ୍ୱସମ୍ପାଦନ କରନ୍ତୁ

  • ଏସୀୟ ଯୁବ ଚେସ୍ ପ୍ରତିଯୋଗିତା ବିଜେତା (୨୦୦୫, ୨୦୦୬)
  • ୨୦୦୬: ଜାତୀୟ ୧୩ ବର୍ଷରୁ କମରେ ବିଜେତା
  • ୨୦୦୮: ଜାତୀୟ ୧୪ ବର୍ଷରୁ କମରେ ବିଜେତା ଓ ଏକଲବ୍ୟ ପୁରସ୍କାର ବିଜେତା
  • ୨୦୧୦: ଏସୀୟ ଯୁବ ୨୦ ବର୍ଷରୁ କମରେ ତୃତୀୟ ସ୍ଥାନ
  • ୨୦୧୦: ବିଶ୍ୱ ଜୁନିୟର ପ୍ରତିଯୋଗିତାରେ ତୃତୀୟ ସ୍ଥାନ
  • ୨୦୧୧ରେ ଏସୀୟ ବ୍ୟକ୍ତିଗତ ବାଳିକା ବିଭାଗରେ ତୃତୀୟ ସ୍ଥାନ

ଆଧାରସମ୍ପାଦନ କରନ୍ତୁ

  1. "Rout Padmini chess games and profile - Chess-DB.com". chess-db.com. Retrieved 2019-11-22.
  2. Bhattacharya, Rimli (2018-01-31). "Did You know About Chess Grandmaster Padmini Rout?". Feminism In India (in ଇଂରାଜୀ). Retrieved 2019-11-22.
  3. "The 'Indian Chess Queen' Padmini Rout turns 25 - ChessBase India". www.chessbase.in. Retrieved 2019-11-22.
  4. "Padmini Rout gets Ekalabya Award". timesofindia.indiatimes.com. times of india. Retrieved 9 January 2020.
  5. Personalities: Padmini Rout. Orisports.com
  6. Akbarinia, Arash (2008-07-24). "Asian Youth Championship in Teheran". ChessBase. Retrieved 22 February 2016.
  7. Asian Junior Girls Chess Championship 2009. chess-results.com.
  8. Asian Junior Girls Chess Championship 2010. chess-results.com.
  9. "Negi disappoints but Padmini wins bronze - Times of India". The Times of India. 2010-08-17. Retrieved 2019-11-01.
  10. World Junior Girls Championship 2010. chess-results.com.
  11. "Abhijeet Gupta wins Commonwealth Chess Championship". Delhi Chess Association. 2015-06-30. Archived from the original on 4 March 2016. Retrieved 22 February 2016.
  12. "17th Asian Continental Chess Championships (2nd Manny Pacquiao Cup)". chess-results.com. Retrieved 2019-08-08.
  13. "Asian Nations Cup: Team India bags four medals! – All India Chess Federation | Official Website". Retrieved 2019-08-08.
  14. [୧]
  15. "କ୍ରୀଡ଼ା ଓ କ୍ରୀଡ଼ାବିତ" (ସମାଜ ରବିବାର ୦୫/୦୧/୨୦୨୦ ପୃଷ୍ଠା ୭). ସମାଜ. Retrieved 9 January 2020.

ଅଧିକ ତଥ୍ୟସମ୍ପାଦନ କରନ୍ତୁ