ସମୁଦ୍ର
ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର । [୧]
ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଛି ।
ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।
ସଂଜ୍ଞା
ସମ୍ପାଦନାସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ୱୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।
ବସ୍ତୁତତ୍ତ୍ୱ
ସମ୍ପାଦନାବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୁଦ୍ର ଥିବାର ସଙ୍କେତ ମିଳି ଅଛି । ପୃଥିବୀର ଏହି ସମୁଦ୍ର କେଉଁଠାରୁ ଅସିଛି ତାହା ଆଜି ପର୍ଯ୍ୟନ୍ତ ଏକ ବଡ଼ ରହସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର ପୃଥିବୀର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ରଦ୍ୱାରା ଘୋଡ଼ାଇ ହୋଇ ରହିଛି ।
ସମୁଦ୍ର ଜଳ
ସମ୍ପାଦନାSolute | ‰ of water (by mass) |
% of total solutes | ||
---|---|---|---|---|
Chloride | 19 | .3 | 55 | .0 |
Sodium | 10 | .8 | 30 | .6 |
Sulfate | 2 | .7 | 7 | .7 |
Magnesium | 1 | .3 | 3 | .7 |
Calcium | 0 | .41 | 1 | .2 |
Potassium | 0 | .40 | 1 | .1 |
Bicarbonate | 0 | .10 | 0 | .4 |
Bromides | 0 | .07 | 0 | .2 |
Carbonate | 0 | .01 | 0 | .05 |
Strontium | 0 | .01 | 0 | .04 |
Borate | 0 | .01 | 0 | .01 |
Fluoride | 0 | .001 | < 0 | .01 |
All others | < 0 | .001 | < 0 | .01 |
ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବୀଭୂତ ପଦାର୍ଥଗୁଡ଼ିକ ମଧ୍ୟରୁ ଧାତବ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।
ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ୱରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।
ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।
ସମୁଦ୍ର ଢେଉ
ସମ୍ପାଦନାସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗଗୁଡ଼ିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।
ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣାଗୁଡ଼ିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।
ସମୁଦ୍ର କୂଳ
ସମ୍ପାଦନାଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।
ଜଳଚକ୍ର
ସମ୍ପାଦନାଜଳଚକ୍ରକୁ ସୁଚାର ରୂପରେ ଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ଯ୍ୟକିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।
ସମୁଦ୍ର ମଧ୍ୟରେ ଜୀବନ
ସମ୍ପାଦନାସମୁଦ୍ର ହେଉଛି ଜୀବନର ଏକ ଗନ୍ତାଘର । ସମୁଦ୍ରରେ ଥିବା ଜୀବମାନଙ୍କ ସଂଖ୍ୟା ଅସରନ୍ତି ଅଟେ । ପୁଣି ପ୍ରତିବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ଆସି ଥାଏ । ଏବେ ମଧ୍ୟ ଏପରି ଅନେକ ସାମୁଦ୍ରିକ ଜୀବ ଅଛନ୍ତି ଯେଉଁମାନେକି ଆଜି ଯାଏଁ ଆବିଷ୍କାର ହୋଇନାହାଁନ୍ତି ।
ମଣିଷ ଓ ସମୁଦ୍ର
ସମ୍ପାଦନାମାନବ ଇତିହାସରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ । ପୁରାତନ କାଳରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ୱୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।
ବାଣିଜ୍ୟ
ସମ୍ପାଦନାମାନବ ଇତିହାସର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ୱୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।
ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।
ଗମନାଗମନ
ସମ୍ପାଦନାପୁରାତନ କାଳରୁ ସମୁଦ୍ରକୁ ଗମନାଗମନର ପଥ ଭାବରେ ବ୍ୟବହାର କରାଯାଉଅଛି । ଆଗ କାଳରେ ଲୋକମାନେ ଛୋଟ ଛୋଟ ଡଙ୍ଗାକୁ ବ୍ୟବହାର କରି ସମୁଦ୍ରରେ ଯାତାୟତ କରୁ ଥିଲେ କିନ୍ତୁ ଆଜିକାଲି ବଡ଼ ବଡ଼ ଜାହାଜ ମାନଙ୍କରେ ଏହି ଗମନାଗମନ ହେଉଛି ।
ସାମୁଦ୍ରିକ କ୍ରୀଡ଼ା
ସମ୍ପାଦନାଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବାଠାରୁ ଆରମ୍ଭ କରି, ପାୱର ବୋଟିଙ୍ଗ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣ୍ଣ କାମଗୁଡ଼ିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।
ସାମୁଦ୍ରିକ ଶକ୍ତି
ସମ୍ପାଦନାସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ ଜୁଆର, ଭଟ୍ଟା ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।
ଆଧାର
ସମ୍ପାଦନା- ↑ "list of the 5 oceans". orma.com. Retrieved 31 July 2016.