ସବଡୁରାଲ ହେମାଟୋମା
ସବଡ଼ୁରାଲ ହେମାଟୋମା (subdural hematoma/ SDH ) ରୋଗରେ ମସ୍ତିଷ୍କକୁ ଘେରି ରହିଥିବା ଡୁରା ମାଟର ଓ ଆରକନଏଡ ମାଟର ମଧ୍ୟବର୍ତ୍ତୀ ସ୍ଥାନରେ ରକ୍ତ ସଂଗ୍ରୁହିତ ହୋଇ ଜମିଯାଏ ।[୪] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବ୍ୟକ୍ତିତ୍ୱର ପରିବର୍ତ୍ତନ ଏବଂ ଚେତନାହାନୀ ହୋଇପାରେ | [୧] ରୋଗ ଜଟିଳ ହେଲେ ମସ୍ତିଷ୍କ ହାର୍ନିଆ ଓ ବାତ ହୋଇପାରେ ।[୪]
Subdural hematoma | |
---|---|
Subdural haematoma, subdural haemorrhage | |
ବିଭାଗ | Neurosurgery |
ଲକ୍ଷଣ | Headache, confusion, personality change, loss of consciousness[୧] |
କାରଣ | Trauma, blood thinners, aneurysms, brain tumors, following lumbar puncture, spontaneous[୨] |
ବିପଦ କାରକ | Alcoholism[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan[୩] |
ସଠିକ ରୋଗ ନିର୍ଣ୍ଣୟ | Hydrocephalus ex vacuo, subdural abscess[୪] |
ଚିକିତ୍ସା | Surgery, observation[୧] |
ଏହା ସାଧାରଣତଃ ମସ୍ତିଷ୍କ ଆଘାତ ଯୋଗୁ ସବଡ଼ୁରାଲ ପଥ ଦେଇ ଯାଉଥିବା ଶିରା ଛିଣ୍ଡିଗଲେ ସବଡ଼ୁରାଲ ହେମାଟୋମା ସୃଷ୍ଟି ହୋଇଥାଏ | [୪] ପିଲାମାନଙ୍କର ଦୁର୍ଘଟଣା ଯୋଗୁ ବା ଇଚ୍ଛାକୃତ ହୋଇପାରେ ।[୪] ଏଥିରେ କୌଣସି ଆଘାତ ସମ୍ବନ୍ଧୀୟ କାରଣ, ରକ୍ତ ପତଳାକାରୀ, ଆନିୟୁରିଜମ, ମସ୍ତିଷ୍କ ଅର୍ବୁଦ, ଲମ୍ବର ପଙ୍କଚର ଏବଂ ସ୍ୱତଃପ୍ରବୃତ୍ତ ଅନ୍ତର୍ଭୁକ୍ତ ହୁଏ ନାହିଁ | [୨] ମଦ୍ୟପାନ ଏକ ବିପଦ କାରକ ଅଟେ | [୧] ସାଧାରଣତଃ ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୫]
ରକ୍ତସ୍ରାବ ହଠାତ୍ ଆରମ୍ଭ ହୋଇ ଆକାରରେ ବଡ଼ ଧରଣର ହେଲେ ଅସ୍ତ୍ରୋପଚାର କରାଯାଏ | [୨] ଅସ୍ତ୍ରୋପଚାରରେ ଏକ କ୍ରାନିଓଟୋମି କିମ୍ବା ବର ହୋଲ କରାଯାଏ । [୧] ଛୋଟ ସବଡ଼ୁରାଲଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରେ | [୧]
ସାଂଘାତିକ ମୁଣ୍ଡ ଆଘାତ ରୋଗୀଙ୍କ ମଧ୍ୟରୁ ୫ରୁ ୨୫% ଲୋକଙ୍କ ମୁଣ୍ଡରେ ସବଡ଼ୁରାଲ ହେମାଟୋମା ହୋଇଥାଏ | [୬] ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ କ୍ରନିକ୍ ସବଡ଼ୁରାଲ ପ୍ରଭାବିତ ହୋଇଥାଆନ୍ତି | [୭] ସାଧାରଣତଃ ଯୁବକ ଏବଂ ବୃଦ୍ଧମାନଙ୍କଠାରେ ଏହି ଅବସ୍ଥା ଅଧିକ ଦେଖାଯାଏ | [୪] ଆକ୍ୟୁଟ ସବଡ଼ୁରାଲ୍ ହେମାଟୋମା ଫଳରେ ୫୦ରୁ ୯୦% କ୍ଷେତ୍ରରେ ମୃତ୍ୟୁ ହୋଇପାରେ | [୨] ସବଆକ୍ୟୁଟ୍ ଏବଂ କ୍ରୋନିକ୍ ସବଡ଼ୁରାଲ୍ ଗୁଡିକରେ ଫଳାଫଳ ଭଲ ହୁଏ | [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Subdural haematoma". nhs.uk (in ଇଂରାଜୀ). 23 October 2017. Retrieved 16 October 2020.
- ↑ ୨.୦ ୨.୧ ୨.୨ ୨.୩ Vega, RA; Valadka, AB (April 2017). "Natural History of Acute Subdural Hematoma". Neurosurgery clinics of North America. 28 (2): 247–255. doi:10.1016/j.nec.2016.11.007. PMID 28325459.
- ↑ "Subdural haematoma - Diagnosis". nhs.uk (in ଇଂରାଜୀ). 23 October 2017. Retrieved 16 October 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Pierre, L; Kondamudi, NP (January 2020). "Subdural Hematoma". PMID 30422565.
{{cite journal}}
: Cite journal requires|journal=
(help) - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NHS2020Diag
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Subdural Hematoma: Background, Pathophysiology, Etiology". Emedicine. 10 June 2020. Retrieved 16 October 2020.
- ↑ Yadav, YR; Parihar, V; Namdev, H; Bajaj, J (October 2016). "Chronic subdural hematoma". Asian journal of neurosurgery. 11 (4): 330–342. doi:10.4103/1793-5482.145102. PMID 27695533.
{{cite journal}}
: CS1 maint: unflagged free DOI (link)