ସନ୍ତୋଷ ଟ୍ରଫି
ସନ୍ତୋଷ ଟ୍ରଫି ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା ସନ୍ତୋଷର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହୋଇଛି।ସନ୍ତୋଷ ବର୍ତ୍ତମାନ ବାଂଲାଦେଶରେ ଅବସ୍ତିତ । କିନ୍ତୁ ସ୍ୱାଧୀନତା ପୂର୍ବରୁ ଅଖଣ୍ଡ ଭାରତୀୟ ରାଜ୍ୟଭାବେ ରହିଥିବା ସନ୍ତୋଷ ନାମରେ ହିଁ ଏହି ଟ୍ରଫିର ନାମକରଣ ହେଇଛି । ୧୯୪୧ ମସିହାରୁ ପ୍ରତିବର୍ଷ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଇଆସୁଛି ଏହି ପ୍ରତିଯୋଗିତା । ଏଥିରେ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ସରକାରୀ ସଂଗଠନଗୁଡ଼ିକ ଅଂଶଗ୍ରହଣ କରିଆସୁଛନ୍ତି । ରନର୍ସ ଅଫ ଟ୍ରଫି କମଳା ଗୁପ୍ତାଙ୍କ ନାମରେ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମହୀଶୁର ଫୁଟବଲ ଆସୋସିଏଶନ ପକ୍ଷରୁ ସମ୍ପାଙ୍ଗୀ କପ ୧୯୫୨ ମସିହାରୁ ଦିଆହୋଇଆସୁଛି । ସମ୍ପାଙ୍ଗୀ ମହୀଶୁର(ବର୍ତ୍ତମାନ କର୍ଣ୍ଣାଟକ)ର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଥିଲେ ଏବଂ ତାଙ୍କ ନାମରେ ଏହି ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି।
Founded | ୧୯୪୧ |
---|---|
Region | ଭାରତ |
Number of teams | ୩୧ |
Current champions | ସର୍ଭିସେସ (୨ଥର ଚାମ୍ପିଆନ) |
Most successful team(s) | ପଶ୍ଚିମବଙ୍ଗ(ବେଙ୍ଗଲ୍)(୩୧ ଥର ଚାମ୍ପିଆନ) |
Television broadcasters | ଟେନ ସ୍ପୋର୍ଟ୍ସ |
୨୦୧୨ ସନ୍ତୋଷ ଟ୍ରଫି |
ଲକ୍ଷ୍ୟ
ସମ୍ପାଦନା୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା । କିନ୍ତୁ ୧୯୯୬ରେ ନ୍ୟାଶନାଲ ଫୁଟବଲ ଲିଗ ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ୱ କମିଯାଇଛି । ନ୍ୟାଶନାଲ ଫୁଟବଲ ଲିଗରେ ଦେଶର ପ୍ରତିଷ୍ଠିତ ଖେଳାଳିଙ୍କ ସମେତ ଦେଶ ବାହାରର ଖେଳାଳିଙ୍କ ସମାଗମ ଯୋଗୁଁ ଏହା ଦେଶର ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିବେଚିତ ହେଇଛି । ଏବେ ସନ୍ତୋଷ ଟ୍ରଫିକୁ ଭବିଷ୍ୟତ ଗଢିବା ପାଇଁ ବ୍ୟବହାର କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ଏବେ ଅଲିମ୍ପିକ ଢାଞ୍ଚାରେ ଆୟୋଜନ କରାଯାଉଛି।ଟୁର୍ଣ୍ଣାମେଣ୍ଟରେ କେବଳ ୨୩ ବର୍ଷରୁ କମ ବୟସର ଖେଳାଳିମାନଙ୍କୁ ସାମିଲ କରାଯାଉଥିବାରୁ ଭବିଷ୍ୟତ ଖେଳାଳିଙ୍କୁ ଚିହ୍ନଟ କରିବାପାଇଁ ସବୁଠାରୁ ବଡ଼ ପ୍ଲାଟଫର୍ମ ଭାବେ ଉଭାହେଇଛି।ଯୁବ ଖେଳାଳିମାନେ ମଧ୍ୟ ଏହାର ସଦୁପଯୋଗ କରିଛନ୍ତି ।
ଗଠନ
ସମ୍ପାଦନାସନ୍ତୋଷ ଟ୍ରଫିର ଫର୍ମାଟ ବାରମ୍ବାର ପରିବର୍ତ୍ତନ ହେଇଛି । ଏବେ ଗ୍ରହଣ କରାଯାଇଥିବା ଫର୍ମାଟରେ ଅଂଶଗ୍ରହଣକାରୀ ଦଳ ଗୁଡିକୁଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳୁଛି । ସେମି ଫାଇନାଲ ମ୍ୟାଚ ନକ୍ ଆଉଟ୍ ଭିତ୍ତିରେ ଖେଳାଯିବ । ନିର୍ଦ୍ଧାରିତ ସମୟରେ ମ୍ୟାଚ ମୀମାଂସା ହୋଇନପାରିଲେ ଅତିରିକ୍ତ ସମୟ ଖେଳାଯିବ।ଏଥିରେ ଗୋଲ୍ଡେନ ଗୋଲ ହେଲେ ମ୍ୟାଚର ଫଳାଫଳ ନିର୍ଣ୍ଣିତ ହେଇପାରିବ । କିନ୍ତୁ ଏଥିରେ ଖେଳ ସମାନ ସ୍ତରରେ ରହିଲେ ପେନାଲ୍ଟି ଶୁଟ୍ ଆଉଟର ପଦ୍ଧତି ଅନୁସୃତ ହେବାର ନିୟମ ରହିଛି । ବର୍ତ୍ତମାନ ୧୭ ଏବଂ ୧୯ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ଏଲିଟ୍ ଓ ଅନ୍ୟଟି ହେଲା ପ୍ଲେଟ ଡିଭିଜନ ।
ବିଜେତା/ଉପବିଜେତା
ସମ୍ପାଦନାଦଳ | ବିଜେତା | ଉପବିଜେତା | ଫାଇନାଲରେ ପ୍ରବେଶ |
---|---|---|---|
ପଶ୍ଚିମବଙ୍ଗ (ବେଙ୍ଗଲ୍) | ୩୧ | ୧୨ | ୪୩ |
ପଞ୍ଜାବ | ୮ | ୬ | ୧୪ |
କେରଳ | ୫ | ୭ | ୧୨ |
ଗୋଆ | ୫ | ୭ | ୧୨ |
ମହାରାଷ୍ଟ୍ର (ବମ୍ବେ) | ୪ | ୧୧ | ୧୫ |
କର୍ଣ୍ଣାଟକ (ମାଇଜୋର) | ୪ | ୫ | ୯ |
ରେଲ୍ୱ୍ଏ | ୩ | ୫ | ୮ |
ଆନ୍ଧ୍ର ପ୍ରଦେଶ (ହାଇଦ୍ରାବାଦ) | ୩ | ୩ | ୬ |
ସର୍ଭିସେସ | ୨ | ୫ | ୭ |
ଦିଲ୍ଲୀ | ୧ | ୧ | ୨ |
ମଣିପୁର | ୧ | ୧ | ୨ |
ତାମିଲନାଡୁ (ମାଡ୍ରାସ) | 0 | ୨ | ୨ |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- [୧] at [All India Football Federation website]
- The AIFF official website
- The Football capital of India
- India page on official AFC website