ସଂତୃପ୍ତ ମିଶ୍ର

ଭାରତୀୟ ବ୍ୟବସାୟୀ ଓ ରାଜନେତା
(ସନ୍ତୃପ୍ତ ମିଶ୍ରରୁ ଲେଉଟି ଆସିଛି)

ସଂତୃପ୍ତ ମିଶ୍ର ଜଣେ ଭାରତୀୟ ଓଡ଼ିଆ ରାଜନେତା । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ପୂର୍ବରୁ କାର୍ଯ୍ୟ କରିଥିବା ମିଶ୍ର ଚାକିରୀରୁ ସେଚ୍ଛାକୃତ ଭାବରେ ଅବସର ନେଇ ୨୦୨୪ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧][୨]

ସଂତୃପ୍ତ ମିଶ୍ର
Santrupt Misra
୨୦୧୪ ମସିହାରେ ସଂତୃପ୍ତ ମିଶ୍ର
ଜନ୍ମ (1965-08-15) ୧୫ ଅଗଷ୍ଟ ୧୯୬୫ (ବୟସ ୫୮)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜ
ଉତ୍କଳ ବିଶ୍ୱବିଦ୍ୟାଳୟ
ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନ
ବୃତ୍ତି(ସମୂହ)କର୍ପୋରେଟ୍ ଏକ୍ସିକ୍ୟୁଟିଭ୍
ରାଜନେତା

ଜନ୍ମ ଓ ଶିକ୍ଷା ସମ୍ପାଦନା

ସଂତୃପ୍ତ ମିଶ୍ର ୧୯୬୫ ମସିହାର ଅଗଷ୍ଟ ୧୫ ତାରିଖରେ ବୁର୍ଲାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ବିଶ୍ୱମୋହନ ମିଶ୍ର ଜଣେ ପ୍ରାଧ୍ୟାପକ ଥିଲେ ଓ ମାଆ ସରଜୁବାଳା ମିଶ୍ର ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗରେ କାମ କରିଥିଲେ । ସେ ପୁରୀ ଜିଲ୍ଲାର ମୂଳ ବାସିନ୍ଦା[୪][୫] ଏବଂ କଟକରେ ତାଙ୍କର ପିଲାଦିନ କଟିଥିଲା । କଟକର ସେକେଣ୍ଡାରୀ ବୋର୍ଡ଼ ସ୍କୁଲରୁ ଏକାଦଶ ଶ୍ରେଶୀ ପାସ୍ କରିବା ପରେ ସେ ରେଭେନ୍ସା କଲେଜରେ ସ୍ନାତକ ଯାଏଁ ପଢ଼ିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।[୬] ସେ ମୁମ୍ବାଇସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ପଢ଼ିଥିଲେ । ଏହାପରେ ସେ ଏକ ଘରୋଇ କମ୍ପାନୀରେ ଚାକିରୀରେ ଯୋଗ ଦେଇଥିଲେ ଏବଂ ପରେ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ୧୯୯୦ରୁ ୧୯୯୩ ଯାଏଁ ସେ ଇଉରୋପରେ ରହି ଗବେଷଣା କରିଥିଲେ ।

ପେଷା ସମ୍ପାଦନା

୧୯୯୪ ମସିହାରେ ସେ ହିନ୍ଦୁସ୍ତାନ ଇଉନିଲିଭର୍‌ରେ ଯୋଗ ଦେଇଥିଲେ[୭][୮] ଏବଂ ୧୯୯୬ ମସିହାରେ ଆଦିତ୍ୟ ବିର୍ଲାରେ ଯୋଗ ଦେଇଥିଲେ[୯] ଏବଂ ୨୦୨୪ ମସିହାରେ ଅବସର ନେବାଯାଏଁ ସେଠାରେ ହିଁ କାର୍ଯ୍ୟ କରିଥିଲେ ।[୧୦] ଏହା ବ୍ୟତୀତ ସେ କାର୍ବନ ବ୍ଲାକର ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୧୧][୧୨]

ରାଜନୀତି ସମ୍ପାଦନା

୨୦୨୪ ଜାନୁଆରୀରେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ପଦରେ ଥିବାବେଳେ ସେ ଚାକିରୀରୁ ସେଚ୍ଛାକୃତ ଭାବରେ ଅବସର ନେଇ ଓଡ଼ିଶା ଫେରିଥିଲେ[୧୩] ଏବଂ ୨୦୨୪ ଫେବୃଆରୀରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧୪] ସେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି ।[୧୫][୧୬]

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୯୮୯ ମସିହାରେ ସେ ଅଳକା ମିଶ୍ରଙ୍କୁ ବିବାହ କରିଥିଲେ, ଯିଏକି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।

ଆଧାର ସମ୍ପାଦନା

  1. "Corporate boost for BJD as former Aditya Birla exec joins Patnaik party". The Indian Express (in ଇଂରାଜୀ). 9 February 2024. Retrieved 25 February 2024.
  2. "Odisha Corporate leader Santrupt Misra joins BJD". The Week (in ଇଂରାଜୀ). Retrieved 2024-02-25.
  3. "Leadership is a responsibility and not an aspiration for a role: Dr. Santrupt Misra". India Education | Latest Education News | Global Educational News | Recent Educational News (in ଆମେରିକୀୟ ଇଂରାଜୀ). 2024-02-25. Retrieved 2024-02-25.
  4. Sethy, Itishree (2024-02-09). "Former Corporate Leader Santrupt Misra Joins BJD". Pragativadi (in ଆମେରିକୀୟ ଇଂରାଜୀ). Retrieved 2024-02-25.
  5. "Corporate Leader Santrupt Misra Joins BJD". Argus English (in ଇଂରାଜୀ). 2024-02-09. Retrieved 2024-02-25.
  6. Mohanty, Dikhyaa (2024-02-10). "Odisha: Corporate Honcho Santrupt Misra Joins BJD - Interview Times" (in ଆମେରିକୀୟ ଇଂରାଜୀ). Retrieved 2024-02-25.
  7. "Aditya Birla Group HR Head Santrupt Misra Seeks Early Retirement". odishabytes. 30 December 2023. Retrieved 25 February 2024.
  8. Dash, Mrunal Manmay. "Former Aditya Birla Group HR chief Santrupt Misra joins BJD". Former Aditya Birla Group HR chief Santrupt Misra joins BJD (in ଇଂରାଜୀ). Retrieved 2024-02-25.
  9. "Aditya Birla Group HR chief Santrupt Misra takes early retirement, Ashok Ramchandran to take over". Moneycontrol (in ଇଂରାଜୀ). 28 December 2023. Retrieved 25 February 2024.
  10. Sengupta, Devina (2023-12-28). "Aditya Birla Group HR head Misra takes early retirement". mint (in ଇଂରାଜୀ). Retrieved 2024-02-25.
  11. "Santrupt Misra - Board of Directors". Aditya Birla Capital. Retrieved 25 February 2024.
  12. "Former director of human resources of Aditya Birla Group Santrupt Misra joins BJD". www.telegraphindia.com (in ଇଂରାଜୀ). Retrieved 2024-02-25.
  13. "Santrupt Misra, Director HR, Aditya Birla Group Resigns". BW people (in ଇଂରାଜୀ). 28 December 2023. Retrieved 25 February 2024.
  14. "Pti". www.ptinews.com. Retrieved 2024-02-25.
  15. "Santrupt Misra joins BJD, appointed national spokesperson". The Times of India. 9 February 2024. Retrieved 25 February 2024.
  16. Mansingh, Sangita (9 February 2024). "ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର, ଦଳର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ". OdishaLIVE. Retrieved 25 February 2024.

ବାହାର ଲିଙ୍କ୍ ସମ୍ପାଦନା