ସଦନ ନାଏକ

ଓଡ଼ିଆ ରାଜନୀତିଜ୍ଞ

ସଦନ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସଦନ ନାଏକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବାସୁଦେବ ମାଝି
ପର ଅଧିକାରୀବାସୁଦେବ ମାଝି
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ(2025-01-08)୮ ଜାନୁଆରୀ ୨୦୨୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀତିଳୋତ୍ତମା ନାଏକ
ସନ୍ତାନ
ବାପା/ବୋଉଜଗବନ୍ଧୁ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ସଦନ ନାଏକଙ୍କ ବାପାଙ୍କ ନାମ ଜଗବନ୍ଧୁ ନାଏକ ଓ ପତ୍ନୀଙ୍କ ନାମ ତିଳୋତ୍ତମା ନାଏକ ।[]

ରାଜନୈତିକ ଜୀବନ

ସମ୍ପାଦନା

ସଦନ ନାଏକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

ସମ୍ପାଦନା

ଜଗଦଲପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨୦୨୫ ମସିହାର ଜାନୁଆରୀ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

  1. ୧.୦ ୧.୧ "Shri Sadan Naik". odishaassembly.nic.in. Odisha Assembly. Retrieved 4 March 2022.
  2. "କୋଟପାଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ". prameyanews7. Retrieved 9 January 2025.