ସତ୍ୟବାଦୀ ବଳିଆରସିଂହ
ସତ୍ୟବାଦୀ ବଳିଆରସିଂହ (ଜନ୍ମ: ୧୮ ଜୁନ ୧୯୫୦) ଜଣେ ଇତିହାସ ଗବେଷକ ଓ ଲେଖକ ।[୧] ଶଦୀଦ ରଘୁ ଦିବାକର, ରଣପୁର ବିଦ୍ରୋହ, ରଣପୁର ଇତିହାସ, ଲାଲମାଟିର କବିତା, ଜାତିର ଏକତା-ତ୍ରିରଙ୍ଗା ପତାକା, ଆମ ଜାତୀୟ ପତାକା, ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ ଆଦି ପୁସ୍ତକର ରଚନା କରିଥିଲେ ଦିବାକର ।[୨] ଏଥି ସହିତ ସେ ମହଲା ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି ।
ସତ୍ୟବାଦୀ ବଳିଆରସିଂହ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଲେଖକ ଐତିହାସିକ |
ସମ୍ପର୍କୀୟ | ଦିବାକର ପରିଡ଼ା (ସମ୍ପର୍କୀୟ) |
ଜନ୍ମ, ଶିକ୍ଷା ଏବଂ ଚାକିରୀ
ସମ୍ପାଦନାସତ୍ୟବାଦୀ ବଳିଆରସିଂହ ୧୮ ଜୁନ ୧୯୫୦ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ଗଡ଼ବାଣିକିଲୋ ହେଉଛି ଶହୀଦ ଦିବାକର ପରିଡ଼ାଙ୍କ ଗାଁ ଏବଂ ସତ୍ୟବାଦୀ ହେଉଛନ୍ତି ଦିବାକର ପରିଡ଼ାଙ୍କର ସମ୍ପର୍କୀୟ ପୁତୁରା ।[୨]
ସତ୍ୟବାଦୀ ୧୯୬୭ ମସିହାରେ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ କରିବା ପରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ବାଣୀବିହାରରେ ରାଜନୀତି ବିଜ୍ଞାପନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୭୩ ମସିହାରେ ନିଜ ଗ୍ରାମ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ।[୨]
ଏହାପରେ ପରେ ସେ ଶିକ୍ଷକରୁ ପ୍ରଧାନ ଶିକ୍ଷକ ଭାବରେ ନାରାୟଣୀପଡ଼ା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଗୋଡ଼ିକିଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସ୍କୁଲ ସବ୍ଇନ୍ସପେକ୍ଟର, ନନ୍ଫର୍ମାଲ ଏଜୁକେଶନର କୋ-ଅର୍ଡିନେଟର ଭାବରେ ମଧ୍ୟ କରିଥିଲେ । ଶେଷରେ ୨୦୦୮ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[୨]
ଐତିହାସିକ ଲେଖକ
ସମ୍ପାଦନାସତ୍ୟବାଦୀ ଶିକ୍ଷା କ୍ଷେତ୍ରରେ ନିଜର କାର୍ଯ୍ୟ ଶେଷ କରିବା ପରେ ଇତିହାସ ଉପରେ ମଧ୍ୟ ଅନେକ ଗବେଷଣା କରିଛନ୍ତି ।[୨] ଜଣେ ଐତିହାସିକ ଭାବରେ ସେ ତାଙ୍କର ଗବେଷଣାର ତଥ୍ୟକୁ ନେଇ କିଛି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।[୨] ତାଙ୍କ ରଚିତ ପୁସ୍ତକଗୁଡ଼ିକ ହେଲା; ଶହିଦ ରଘୁ ଦିବାକର, ରଣପୁର ବିଦ୍ରୋହ, ରଣପୁର ଇତିହାସ, ଲାଲମାଟିର କବିତା ସଙ୍କଳନ, ଜାତିର ଏକତା-ତ୍ରିରଙ୍ଗା ପତାକା, ଆମ ଜାତୀୟ ପତାକା, ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ, ଇତ୍ୟାଦି ।[୨]
ଗବେଷଣାର ତଥ୍ୟ ଅନୁସାରେ ପୁସ୍ତକ ଲେଖିବା ବ୍ୟତୀତ ସତ୍ୟବାଦୀଙ୍କର ଲିଖିତ ସ୍ତମ୍ଭ ମଧ୍ୟ ବିଭିନ୍ନ ଖବର କାଗଜ ଏବଂ ପତ୍ରପତ୍ରିକାରେ ପ୍ରକାଶ ପାଇଥାଏ ।[୨] ତାଙ୍କ ରଚିତ ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ସ୍ତମ୍ଭ ବିଭିନ୍ନ ସମ୍ବାଦପତ୍ର ଏବଂ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।[୨] ଏତଦ୍ବ୍ୟତୀତ ଖୋର୍ଦ୍ଧା ବିଷୁବ ମିଳନ ସମିତି, କୋଣାର୍କ ସାହିତ୍ୟ ସଂସଦ ପରି ଅନେକ ସାହିତ୍ୟ ସଂଗଠନ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି ।[୨]
ରଚିତ ପୁସ୍ତକ
ସମ୍ପାଦନାବିଭିନ୍ନ ପତ୍ରପତ୍ରିକାରେ ସତ୍ୟବାଦୀଙ୍କ ଶତାଧିକ ସ୍ତମ୍ଭ ଓ ପ୍ରବନ୍ଧ ଲେଖା ପ୍ରକାଶିତ ହୋଇଛି ।[୩]
- ଶଦୀଦ ରଘୁ ଦିବାକର, ୧୯୮୩
- ରଣପୁର ବିଦ୍ରୋହ, ୧୯୮୫
- ରଣପୁର ଇତିହାସ, ୧୯୮୭
- ଲାଲମାଟିର କବିତା, ୨୦୦୧
- ଜାତିର ଏକତା-ତ୍ରିରଙ୍ଗା ପତାକା, ୨୦୦୧
- ଆମ ଜାତୀୟ ପତାକା, ୨୦୦୧
- ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ୨୦୦୨
- ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ୨୦୦୬
- ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ୨୦୧୨
- ଅନାଇରହିଛି ଗଡ଼ ଗଡ଼ଖାଇ, ୨୦୧୯
- ଖୋର୍ଦ୍ଧା ଇତିହାସର ଅନୁତୁଡ଼ିଶାଳ: ବରୁଣେଇ, ୨୦୨୧
- ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡ଼େମୀ ସାରସ୍ୱତ ସାହିତ୍ୟ ସମ୍ବର୍ଦ୍ଧନା
- ସବକା ସାଥ ସବକା ବିକାଶ ସମ୍ମାନ (କେନ୍ଦ୍ର ସରକାର)
- ଡକ୍ଟର ରାଧାନାଥ ରଥ ସମ୍ମାନ
- ଶହୀଦ ରଘୁ ଦିବାକାର ସାହିତ୍ୟ ପୁରସ୍କାର[୪]
ଆଧାର
ସମ୍ପାଦନା- ↑ "ପୂର୍ବତନ ମନ୍ତ୍ରୀ ବେଣୁଧର ବଳିଆର ସିଂହଙ୍କ ସ୍ମୃତିସଭା". sambad.in. 10 January 2018. Retrieved 18 July 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "ପ୍ରଥମ ରୋଜଗାର : ବୋଉକୁ ୨୦୦ ଟଙ୍କା ଦେଇଥିଲି". ଧରିତ୍ରୀ. 12 November 2017. Archived from the original on 31 August 2018. Retrieved 24 August 2018.
- ↑ "ଦେଶ ଜାତିର ପରିଚୟ ଦିଏ ଇତିହାସ". ଧରିତ୍ରୀ ଛୁଟିଦିନ. 22 August 2021. p. ୬. Retrieved 24 August 2021.
- ↑ "ଅଳ୍ପ ଆଳାପ". No. ସମ୍ବାଦ ରବିବାର ୨୧ ମଇ ୨୦୨୩ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 21 May 2023. Archived from the original on 21 May 2023. Retrieved 21 May 2023.