ସତ୍ୟବତୀ
ସତ୍ୟବତୀ (ଇଂରାଜୀ ଭାଷାରେ Satyavati, (ସଂସ୍କୃତ: सत्यवती; ଅନ୍ୟ ବନାନ ସତ୍ୟୱତୀ/ Satyawati) ହସ୍ତିନାପୁରର କୁରୁ ରାଜା ଶାନ୍ତନୁଙ୍କର ରାଣୀ ଓ ମହାଭାରତ ପ୍ରସିଦ୍ଧ ପାଣ୍ଡବ ତଥା କୌରବ (ହିନ୍ଦୁ ମହାକାବ୍ୟ ମହାଭାରତର ମୂଖ୍ୟ ଚରିତ୍ରମାନ ) ରାଜପୁତ୍ରମାନଙ୍କର ମାତାମାତାମହ ଥିଲେ । ଆଉ ମଧ୍ୟ ସେ ମହାକାବ୍ୟ ମହାଭାରତ ଲେଖକ ମହର୍ଷି ବ୍ୟାସଙ୍କର (Vyasa) ମାତା ଥିଲେ । ତାଙ୍କ ଜୀବନ କାହାଣୀ ମହାଭାରତ, ହରିବଂଶ (Harivamsa) ଓ ଦେବୀ ଭାଗବତ ପୁରାଣରେ (Devi Bhagavata Purana)[୧] ଦେଖିବାକୁ ମିଳେ ।
ସତ୍ୟବତୀ | |
---|---|
ସବିଶେଷ | |
ପରିବାର | Uparichara Vasu (father) Dusharaj (adoptive father) |
Spouse(s) | Shantanu |
Children | Vyasa with Parashara, Chitrangada and Vichitravirya with Shantanu |
ଚେଦି ବଂଶର ରାଜା ବସୁ (ଅନ୍ୟ ନାମ ଉପରିଚାର ବସୁ) ଓ ଅଭିଶପ୍ତ ଅପ୍ସରା ମତ୍ସ୍ୟକନ୍ୟା ଆଦ୍ରିକ ଔରସରୁ ଜାତ ସତ୍ୟବତୀ ଜଣେ ସାଧାରଣ ମହିଳା ଭାବରେ ଲାଳିତ ପାଳିତ ହୋଇଥିଲେ । ଯମୁନା ନଦୀ କୁଳରେ ବାସ କରୁଥିବା ନାବିକ ମୁଖିଆ ଦୁଶରାଜର ପୋଷ୍ୟ କନ୍ୟା ଥିଲେ । ନିଷାଦରାଜ ନାମକ କେଉଟଙ୍କ ପାଳିତାକନ୍ୟା ଥିଲେ ସତ୍ୟବତୀ । ତାଙ୍କରି ଜନ୍ମ ବିଷୟରେ ପୁରାଣରେ ଯେଉଁ ବର୍ଣ୍ଣନା ଅଛି ତାହା ଏହିଭଳି । ମାଛ ଧରିବା ବେଳେ ନିଷାଦରାଜ ଥରେ ଏକ ବିରାଟ ମାଛ ଜାଲରେ ପଡିଥିବାର ଦେଖିଲେ । ତେବେ ଏହି ମାଛର ପେଟ କାଟିଦେବାମାତ୍ରେ ଗୋଟିଏ ଶିଶୁପୁତ୍ର ଓ ଗୋଟିଏ ଶିଶୁକନ୍ୟା ବାହାରିଲେ । ରାଜା ଏ ଖବର ପାଇ ଶିଶୁପୁତ୍ରଟିକୁ ନିଜର ପାଳିତ ପୁତ୍ରରୂପ୍ରେ ଗ୍ରହଣ କଲେ । ହେଲେ ଶିଶୁ କନ୍ୟାଟି ଦେହରୁ ମାଛର ଗନ୍ଧ ନିର୍ହତ ହେଉଥିବାରୁ ସେ କନ୍ୟାଟିକୁ ରାଜା ଗ୍ରହଣ ନ କରିବାରୁ ଅଗତ୍ୟା ନିଷାଦରାଜ ତାହାକୁ ପାଳିତାକନ୍ୟା ରୂପେ ଗ୍ରହଣ କରି ପାଳିବାକୁ ଲାଗେଲେ । ବାସ୍ତବରେ ଏହି କନ୍ୟାଟି ବ୍ରହ୍ମାଙ୍କ ଶାପରେ ମତ୍ସ୍ୟଭାବ ପ୍ରାପ୍ତ ହୋଇଥିବା "ଆଦ୍ରିକା" ନାମକ ଅପସରାର ଗର୍ଭରୁ ଉପରିଚର ବସୁଙ୍କଦ୍ୱାରା ଜନ୍ମଗ୍ରହଣ କରିଥିବା ଝିଅ ।
ଯୁବତୀ ଭାବରେ ସେ ଭ୍ରମଣ କରୁଥିବା ଋଷି (rishi) ପରାଶରଙ୍କୁ ଭେଟି ବିବାହ କଲେ ଓ ତାଙ୍କ ଔରସରୁ ପୁତ୍ର ବ୍ୟାସଙ୍କୁ ଜନ୍ମ ଦେଲେ । ଋଷି ତାଙ୍କ ଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ପରିବର୍ତ୍ତିତ କରି କସ୍ତୁରୀ ବାସ୍ନା ଭରିଦେବା ପରେ ଏକ ଯୋଜନ ପର୍ଯ୍ୟନ୍ତ ସେଇ ବାସ୍ନା ହେଉଥିବାରୁ ତାଙ୍କୁ ଲୋକମାନେ ଯୋଜନଗନ୍ଧା ଓ ଗନ୍ଧବତୀ ନାମରେ ଡାକିଲେ ।
ପରେ ରାଜା ଶାନ୍ତନୁ ତାଙ୍କର ସୌନ୍ଦର୍ଯ୍ୟ ଓ ସୁବାସରେ ମୋହିତ ହୋଇ ସତ୍ୟବତୀଙ୍କ ପ୍ରେମରେ ପଡ଼ିଗଲେ । ସେ ଶାନ୍ତନୁଙ୍କୁ ଏକ ସର୍ତ୍ତରେ ବିବାହ କରିଥିଲେ ଯେ ତାଙ୍କ ବଡ଼ ପୁଅ ରାଜପୁତ୍ର ଭିଷ୍ମଙ୍କ ବଦଳରେ ତାଙ୍କ ଔରସ ଜାତ ପିଲା ସିଂହାସନରେ ବସିବେ । ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବିର୍ଯ୍ୟ ନାମରେ ଦୁଇଟି ପୁତ୍ର ଜାତ ହେଲେ । ଶାନ୍ତନୁଙ୍କ ମୃତ୍ୟୁ ପରେ ଭିଷ୍ମଙ୍କ ସହାୟତାରେ ସେ ଓ ତାଙ୍କ ରାଜପୁତ୍ର ରାଜ୍ୟଶାସନ କରିବାକୁ ଲାଗିଲେ । ତାଙ୍କର ଦୁଇ ପୁତ୍ର ଦୁର୍ଭାଗ୍ୟକୁ ପୁତ୍ରହୀନ ହେବାରୁ ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବ୍ୟାସଙ୍କ ଔରସରୁ ଦୁଇ ବିଧବା ବୋହୁଙ୍କୁ ନିୟୋଗ (niyoga) ମାଧ୍ୟମରେ ପୁତ୍ରବତୀ କରେଇଥିଲେ । ଏହିପରି ଧ୍ରୁତରାଷ୍ଟ୍ର ଓ ପଣ୍ଡୁ ଜନ୍ମ ହୋଇଥିଲେ ଯେଉଁମାନେ ଯଥାକ୍ରମେ କୌରବ ଓ ପାଣ୍ଡବମାନଙ୍କର ପିତା ହୋଇଥିଲେ । ପଣ୍ଡୁଙ୍କ ମୃତ୍ୟୁ ପରେ ସତ୍ୟବତୀ ବଣକୁ ଯାଇ ତପସ୍ୟା କଲେ ଓ କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।
ସତ୍ୟବତୀଙ୍କର ଉପସ୍ଥିତ ବୁଦ୍ଧି, ଦୂରଦର୍ଶିତା ଓ ରାଜନୀତି (realpolitik) ପ୍ରଶଂସା ଯୋଗ୍ୟ ଥିଲା, କିନ୍ତୁ ତାଙ୍କର ଅନୈତିକ ଲକ୍ଷ ହାସଲ ଓ ଅନ୍ଧ ଉଚ୍ଚାକାଂଖ୍ୟା ଯୋଗୁ ସମାଲୋଚିତ ହୋଇଥିଲେ ।
ସାହିତ୍ୟ ଉତ୍ସ ଓ ନାମକରଣ
ସମ୍ପାଦନାମହାଭାରତରେ ସତ୍ୟବତୀଙ୍କ ବିଷୟରେ ବିଶେଷ କିଛି ଲେଖା ନାହିଁ; କିନ୍ତୁ ହରିବଂଶ ଓ ଦେବୀ ଭାଗବତ ପୁରଣରେ ତାଙ୍କର ଚରିତ ପୁଂଖାନୁପୁଂଖ ଭାବରେ ଲେଖାଯାଇଛି । [୧]
ମହାଭାରତରେ ସତ୍ୟବତୀଙ୍କର ଅନେକ ନାମ ଥିଲା ଯେପରିକି ସାସେୟୀ, ଗନ୍ଧକଳୀ, ଗନ୍ଧବତୀ, କାଳି, ମତ୍ସ୍ୟଗନ୍ଧା ଓ ଯୋଜନଗନ୍ଧା । ଭିଷ୍ମ ତାଙ୍କୁ ଦାସେୟୀ ନାମରେ ଡାକୁଥିଲେ ଯାହାର ଅର୍ଥ ମତ୍ସ୍ୟରାଜା ଦାସ ତାଙ୍କୁ ପୋଷ୍ୟକନ୍ୟା କରି ନିଜ କନ୍ୟା ଭଳି ପାଳିଥିଲେ । [୧][୨] ରାଜା ବସୁଙ୍କର କନ୍ୟା ହୋଇଥିବାରୁ ତାଙ୍କୁ ବାସବୀ ନାମକରଣ ହୋଇଥିଲା । ତାଙ୍କର ଦେହ ରଙ୍ଗ କଳା ଥିବାରୁ ଜନ୍ମ ନାମ କାଳି ଥିଲା । ସତ୍ୟବତୀ ନାମର ଅର୍ଥ ସତ୍ୟପୁର୍ଣ୍ଣ । ପରବର୍ତ୍ତୀ ଜୀବନରେ ତାଙ୍କର ଅନ୍ୟ ନାମ ମତ୍ସ୍ୟଗନ୍ଧା ବା ମତ୍ସ୍ୟଗନ୍ଧୀ ଥିଲା ।