ଚିତ୍ରାଙ୍ଗଦ

(Chitrāngadaରୁ ଲେଉଟି ଆସିଛି)

ହିନ୍ଦୁ ମହାକାବ୍ୟ ବର୍ଣ୍ଣିତ ରାଜା ଶାନ୍ତନୁ ଏବଂ ସତ୍ୟବତୀଙ୍କ ପୁତ୍ର ତଥା ବିଚିତ୍ରବୀର୍ଯ୍ୟଙ୍କ ବଡ଼ ଭାଇ ଥିଲେ ଚିତ୍ରାଙ୍ଗଦ । ମହାଭାରତ ଏହି ଚରିତ୍ର ରାଜା ଶାନ୍ତନୁଙ୍କ ପରେ କିଛି କାଳ ପାଇଁ ହସ୍ତିନାପୁରର ରାଜ ସିଂହାସନ ଅଳଂକୃତ କରିଥିଲେ ।[୧]

Chitrāngada.jpg
ଚିତ୍ରାଙ୍ଗଦ

ମହାଭାରତର ଏକ ଯୋଦ୍ଧା ସମ୍ପାଦନା

ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟଙ୍କ ପିଲାଦିନରେ ହିଁ ରାଜା ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା । ରାଣୀ ସତ୍ୟବତୀଙ୍କ ଇଚ୍ଛା ଅନୁଯାୟୀ ଭୀଷ୍ମ ଶାନ୍ତନୁଙ୍କ ବିୟୋଗ ପରେ ଜ୍ୟେଷ୍ଠପୁତ୍ର ଭାବେ ଚିତ୍ରାଙ୍ଗଦଙ୍କୁ କୁରୁ ରାଜ୍ୟର ସିଂହାସନରେ ଆସୀନ କରାଗଲା ।[୨] ଚିତ୍ରଙ୍ଗଦ ଜଣେ ମହାନ ଯୋଦ୍ଧା ଥିଲେ ଏବଂ ଅନେକ ଶକ୍ତିଶାଳୀ ଶତ୍ରୁ ଏବଂ ଅସୁରଙ୍କୁ ପରାସ୍ତ କରିଥିଲେ । ଶେଷରେ, ତାଙ୍କରି ନାମ ଧାରଣ କରିଥିବା ଏକ ଗନ୍ଧର୍ବ ରାଜଙ୍କ ସହ ତାଙ୍କର ଯୁଦ୍ଧ ହୋଇଥିଲା । ହିରଣ୍ୟବତୀ ନଦୀ କୂଳରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ତିନି ବର୍ଷ ଧରି ଏକ ଭୟଙ୍କର ଯୁଦ୍ଧ ହୋଇଥିଲା । ଶେଷରେ ଗନ୍ଧର୍ବରାଜ ଚିତ୍ରାଙ୍ଗଦ କୁରୁ ରାଜା ଚିତ୍ରାଙ୍ଗଦଙ୍କୁ ପରାସ୍ତ କରି ହତ୍ୟା କଲେ । ଅନ୍ତିମ ସଂସ୍କାର ତଥା ଶୁଦ୍ଧିକ୍ରିୟା ରୀତିନୀତି କରିବା ପରେ ଭୀଷ୍ମ ସଙ୍ଗେ ସଙ୍ଗେ ଚିତ୍ରାଙ୍ଗଦଙ୍କ ସାନ ଭାଇ ବିଚିତ୍ରବୀର୍ଯ୍ୟଙ୍କୁ ରାଜ୍ୟ ଭାର ଅର୍ପଣ କଲେ ।[୩]

ଆଧାର ସମ୍ପାଦନା

  1. Shastri Chitrao (1964), p. 213
  2. "Mahabharat - Story Of Chitrangada And Vichitravirya". Epics Tour. Retrieved 29 December 2020.
  3. van Buitenen (1973), p. 227; Mbhr. 1.95.5-14 (Pune Critical Edition)