ସତୀ (ହିନ୍ଦୁ ଦେବୀ)

ହିନ୍ଦୁ ଦେବୀ

ସତୀ (ଇଂରଜୀ ଭାଷାରେ Sati, ସଂସ୍କୃତ: सती, ଛାଞ୍ଚ:IAST3), ଅନ୍ୟ ନାମ Dākṣāyaṇī, (Sanskrit: दाक्षायणी ଅର୍ଥ ଦକ୍ଷକନ୍ୟା). Tamil Tamil: தாட்சாயிணி Tāṭcāyiṇi , Telugu Dākṣāyaṇī ତେଲୁଗୁ: దాక్ష్యాయని, କନ୍ନଡ଼ ଭାଷାରେ ದಾಕ್ಷಾಯಣಿ/ Dakshayani) ଜଣେ ହିନ୍ଦୁ ଦେବୀ ଯାହାଙ୍କୁ ବୈବାହିକ ପରମ ସୁଖ ଓ ଦୀର୍ଘଜୀବନ ନିମନ୍ତେ ପୂଜା କରାଯାଏ । ଶିବଙ୍କର ପ୍ରଥମ ପତ୍ନୀ ଥିଲେ ଆଦି ପରାଶକ୍ତି ଓ ସତୀ । ପାର୍ବତୀ ଭାବରେ ସତୀଙ୍କର ପୁନଃ ଅବତାର ହୁଏ ।

ସତୀ
ସତୀଙ୍କ ମୃତ୍ୟୁରେ ଶିବଙ୍କର କ୍ରନ୍ଦନ
ଶକ୍ତିର ଦେବୀ, ବୈବାହିକ ସୁଖ ଓ ଚିର ଜୀବନ
ଅନ୍ଯ ନାମସତୀ, ଦକ୍ଷକନ୍ଦରୀ, ଦାକ୍ଷାୟଣୀ, ଦକ୍ଷକନ୍ୟା, ଭବାନୀ, ଦକ୍ଷ‌ଯଜ୍ଞ ବିନାଶିନୀ
Devanagariसती
Sanskrit TransliterationSatī
Affiliationପାର୍ବତୀ, ଆଦି ପରାଶକ୍ତି, ଶକ୍ତିଙ୍କର (Shakti) ଅବତାର, ଦେବୀ (Devi), Durga
ଲୋକକୈଳାଶ ପର୍ବତ (Mount Kailash)
ସ୍ୱାମୀ/ସ୍ତ୍ରୀଶିବ
ପିତାମାତା
ଦକ୍ଷ ପ୍ରଜାପତି (Prajapati Daksha)
ଭାଇଭଉଣୀ

ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ସଂସାରର ମୋହମାୟା ତ୍ୟାଗ କରି ଶିବ ତପସ୍ୟାରତ ରହିଲେ ଜଗତର କଲ୍ୟାଣ ନିମନ୍ତେ ସତୀ ଓ ପାର୍ବତୀ କ୍ରମାନୁସାରେ ତାଙ୍କୁ ଫେରେଇ ଆଣନ୍ତି ।[][]

ରାଣୀ ପ୍ରସୁତି ଗୋଟିଏ ଝିଅ ଇଚ୍ଛା କରୁଥିଲେ । ଏଥି ନିମନ୍ତେ ଦେବୀ ଆଦି ପରାଶକ୍ତିଙ୍କୁ ଧ୍ୟାନ କରିବାକୁ ଉଭୟ ଦକ୍ଷ ଓ ରାଣୀଙ୍କୁ ବ୍ରହ୍ମା ଉପଦେଶ ଦେଲେ । ସେ ଦୁଇଜଣ ସନ୍ୟାସୀ ପୋଷାକ ଧାରଣ କରି ଜଙ୍ଗଲରେ ଗୋଟିଏ ସ୍ଥାନରେ ବସି ଆଦି ପରାଶକ୍ତିଙ୍କୁ ଧ୍ୟାନ କରିବାକୁ ଲାଗିଲେ । ଅନେକ ଦିନର ଧ୍ୟାନ ପରେ ଆଦି ପରାଶକ୍ତି ଆବିର୍ଭୂତା ହୋଇ ତାଙ୍କୁ ଧ୍ୟାନରୁ ଉଠେଇଲେ ଓ ବର ମାଗିବାକୁ କ‌ହିଲେ । ଦକ୍ଷ ଅଦ୍ଭୁତ ଭାବରେ ପରାଶକ୍ତିଙ୍କୂ ଝିଅ ରୂପେ ପାଇବାକୁ ବର ମାଗିଲେ । ବର ଦେବା ସଙ୍ଗେ ସଙ୍ଗେ ଦେବୀ ଏକ ସର୍ତ୍ତ ରଖି କ‌ହିଲେ ଯଦି ଉକ୍ତ କନ୍ୟାକୁ ଭବିଷ୍ୟତରେ ଅପମାନିତ କରନ୍ତି, ତେବେ ସେ ତାଙ୍କ ନିଜ ସ୍ୱର୍ଗୀୟ ବାସସ୍ଥାନ‌କୁ ଫେରିଆସିବେ । ଦକ୍ଷ ଓ ପ୍ରସୁତି ଏଥିରେ ସ୍ୱୀକୃତି ପ୍ରଦାନ କଲେ ।

ବ୍ରହ୍ମାଙ୍କ ଆଦେଶ ଅନୁସାରେ ଆସି ପରାଶକ୍ତି ଧରାଧାମରେ ମାନୁଷୀ ରୂପରେ ଅବତୀର୍ଣ୍ଣ ହେଲେ । ଦକ୍ଷ ଓ ପ୍ରସୁତି ତାଙ୍କ କନ୍ୟାର ନାମ ସତୀ ରଖିଲେ । ବ୍ରହ୍ମାଙ୍କର ପୁତ୍ର ଦକ୍ଷ ଥିଲେ ଓ ସେ ଜଣେ ମହାନ୍ ରାଜା ଥିଲେ । ଦକ୍ଷ ଓ ପ୍ରସୁତିଙ୍କର ସତୀ ୨୩ତମ ସନ୍ତାନ ଥିଲେ ଓ ସେଥି ଯୋଗୁ ତାଙ୍କୁ ଦାକ୍ଷାୟଣୀ ମଧ୍ୟ କୁହାଯାଏ । ଆଦି ପରାଶକ୍ତିଙ୍କୁ ମାନବୀ ଜନ୍ମ ନେବାକୁ କ‌ହିବା ପଛରେ ବ୍ରହ୍ମାଙ୍କର ଇଚ୍ଛା ଥଲା, ସେ ଭକ୍ତିପୂତ ହୋଇ ଓ ଧ୍ୟାନରେ ସନ୍ତୁଷ୍ଟ କରି ଶିବଙ୍କୁ ବିବାହ କରନ୍ତୁ । ନାରଦଙ୍କଠାରୁ ଶିବଙ୍କ କାହାଣୀ ଓ କିମ୍ବଦନ୍ତୀ ଶୁଣି ଶୁଣି ସତୀ ଶିବଙ୍କର ଭକ୍ତ ହୋଇଗଲେ । ଝିଅ ସ‌ହିତ ଯେ କୌଣସି ଉପ‌ଯୁକ୍ତ ପୁରୁଷକୁ ବିବାହ କରେଇବାକୁ ତାଙ୍କ ପିତାଙ୍କର ଇଚ୍ଛା ତାଙ୍କୁ ଭଲ ଲାଗିଲାନି ।

ଶିବଙ୍କୁ ତପସ୍ୟା କରି ପାଇବା ନିମନ୍ତେ ରାଜପ୍ରାସାଦର ସୁଖ ଓ ପ୍ରାଚୁର୍ଯ୍ୟକୁ ପରିତ୍ୟାଗ କରି ସତୀ ଜଙ୍ଗଲକୁ ଚାଲିଗଲେ ଓ ସେଠାରେ କଠୋର ତପସ୍ୟା କରିବାକୁ ଲାଗିଲେ । ଧୀରେ ଧୀରେ ସେ ଖାଦ୍ୟ ପରିତ୍ୟାଗ କଲେ, ଏମିତି ସମୟ ଆସିଲା ଯେ ସେ କେବଳ ଗୋଟିଏ ପତ୍ର ଆହାର କରି ରହୁଥିଲେ । ପରେ ତାହା ମଧ୍ୟ ସେ ପରିତ୍ୟାଗ କରିବାରୁ ତାଙ୍କୁ ଅପର୍ଣ୍ଣା କୁହାଯାଏ । ଶିବ ଅବଶେଷରେ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କ ସମ୍ମୁଖରେ ପ୍ରକଟ ହେବାରୁ ତାଙ୍କର ଇଚ୍ଛା ଫଳବତୀ ହେଲା ଓ ଶିବ ତାଙ୍କୁ ନିଜ କନ୍ୟା କରିବାକୁ ରାଜି ହେଲେ ।

ଆନନ୍ଦିତା ସତୀ ପିତା ଗୃହକୁ ଫେରିଆସିଲେ କିନ୍ତୁ ପିତାଙ୍କ ମୁଖରେ ଆନନ୍ଦର ଚିହ୍ନ ନଥିଲା । ସେ ବିବାହ କରେଇଦେଲେ ଓ ସତୀ ଶିବଙ୍କ ସ‌ହିତ କୈଳାଶକୁ ଚାଲିଗଲେ । କ୍ରୋଧାନ୍ୱିତ ଦକ୍ଷ ସତୀ ସ‌ହିତ କୌଣସି ସମ୍ପର୍କ ରଖିଲେନି । ଦକ୍ଷ ଏକ ଯଜ୍ଞ କରିବାକୁ ସ୍ଥିର କରି ଶିବ ଓ ସତୀଙ୍କ ବ୍ୟତୀତ ସମସ୍ତ ଦେବ ଦେବୀଙ୍କୁ ନିମନ୍ତ୍ରଣ କଲେ । ଯଜ୍ଞ କଥା ଶୁଣି ସତୀ ପିତା ଗୃହକୁ ଯିବାକୁ ଶିବଙ୍କୁ ପ୍ରବର୍ତ୍ତେଇଲେ କିନ୍ତୁ ଶିବ ଏଥିରେ ଅରାଜି ହେଲେ । ସତୀ ଏକାକୀ ପିତା ଗୃହକୁ ଯାତ୍ରା କଲେ କିନ୍ତୁ ତାଙ୍କୁ ଦେଖି ଦକ୍ଷ କ୍ରୋଧାନ୍ୱିତ ହୋଇଗଲେ । ପିତାଙ୍କୁ ବୁଝେଇବାକୁ ସତୀ ଚେଷ୍ଟା କଲେ କିନ୍ତୁ କିଛି ଫଳ ମିଳିଲାନି ।

ଦକ୍ଷ ପାଟିତୁଣ୍ଡ କରିବା ଜାରୀ ରଖିବାରୁ ସତୀ କ୍ରୋଧାନ୍ୱିତା ହୋଇ ଦେବୀ ଆଦି ପରାଶକ୍ତି ସ୍ୱରୂପ ଧରିଲେ । ଧରିତ୍ରୀକୁ ଧ୍ୱଂସ କରିବାକୁ ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା । ଭୂମାତା ଏହା ସ‌ହ୍ୟ କରିପାରିଲେନି । ସମସ୍ତ ଦେବାଦେବୀ ଓ ପରିବାର ସ୍ୱଜନ ଭୟାତୁର ହୋଇ ତାଙ୍କୁ ପୂଜା କରିବାକୁ ଲାଗିଲେ । ସାରା ଜଗତର ମା ଥିଲେ ସେ ଜଗଦମ୍ବା । ଆଦି ପରାଶକ୍ତି ଦକ୍ଷଙ୍କୁ ଶିବଙ୍କଦ୍ୱାରା ମୃତ୍ୟ ବରଣ କରିବା ଅଭିଶାପ ଦେଇଥଲେ । ଯଜ୍ଞ ପ୍ରଥାକୁ ମଧ୍ୟ ସମ୍ପୁର୍ଣ୍ଣ ନହେବାକୁ ଅଭିଶାପ ଦେଲେ । ତାହାର ସାତ୍ତ୍ୱିକ ଅବସ୍ଥା ଦୂରିଭୂତ ହୋଇ ତାମସିକ ଅବସ୍ଥା ଆସିବାକୁ ଅଭିଶାପ ଦେଲେ ।

ସେହି ମୁହୂର୍ତ୍ତରୁ ସେ ସଂସାରର ସମସ୍ତ ସମ୍ପର୍କ‌କୁ ପରିତ୍ୟାଗ କରିବା ଘୋଷଣା କରିଦେଲେ ।

ଶିବଙ୍କୁ ଓ ମର ଶରୀରର ମାଆଙ୍କୁ ପ୍ରଣାମ ଜଣେଇ ଭବିଷ୍ୟତରେ ଝିଅକୁ ସମ୍ମାନ ଦେବାଭଳି ଏକ ପିତାଙ୍କ କୋଳରେ ପୁନର୍ଜନ୍ମ ଲାଭ କରିବାକୁ ଆଶା ରଖିଲେ ।

ଏହା କ‌ହି ସେ ତାଙ୍କ ମର ଶରୀରକୁ ସାଧନା ବଳରେ ଆହୁତି ଦେଲେ ।

ଶକ୍ତିଙ୍କର ତ‌ତ୍ତ୍ୱ ଚାଲିଯିବା ପରେ ମର ଶରୀର ଭୂଲୁଣ୍ଠିତ ହୋଇ ଅଗ୍ନିଶିଖାରେ ପରିଣତ ହୋଇଗଲା ।

  1. Kinsley, David (1987, reprint 2005). Hindu Goddesses: Visions of the Divine Feminine in the Hindu Religious Tradition, Delhi: Motilal Banarsidass, ISBN 81-208-0394-9, p.38
  2. Kinsley, David (1987, reprint 2005). Hindu Goddesses: Visions of the Divine Feminine in the Hindu Religious Tradition, Delhi: Motilal Banarsidass, ISBN 81-208-0394-9, p.35