ସଂଘମିତ୍ରା ମିଶ୍ର

ଓଡ଼ିଆ ସାହିତ୍ୟିକ

ସଂଘମିତ୍ରା ମିଶ୍ର (ଜନ୍ମ: ୨୦ ଜୁନ ୧୯୫୩ )ଜଣେ ଲେଖକ, କବି, ନାଟ୍ୟ ଓ କବିତା ସମାଲୋଚକ ଏବଂ ବିଶିଷ୍ଟ ଶିକ୍ଷାବିତ ଅଟନ୍ତି । ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ ଶୀର୍ଷକ ଲେଖା ପାଇଁ ସେ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।[୧][୨] ତାଙ୍କ ରଚିତ ଅନେକ ନାଟକ ଆକାଶବାଣୀଦ୍ୱାରା ମଞ୍ଚସ୍ଥ ହୋଇଛି ।

ସଂଘମିତ୍ରା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1953-06-20) ୨୦ ଜୁନ ୧୯୫୩ (ବୟସ ୭୦)
ଖଣ୍ଡସାହି, କଟକ
ବୃତ୍ତିପ୍ରାଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ, ଇଂରାଜୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ ଭାଷା)
ଶିକ୍ଷାନୁଷ୍ଠାନପ୍ରାଣନାଥ ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜଗନ୍ନାଥ ମହାପାତ୍ର
ସମ୍ପର୍କୀୟବଂଶୀଧର ମିଶ୍ର (ପିତା), ଶ୍ରୀମତୀ ଦେବୀ (ମାତା),
କୃଷ୍ଣବଲ୍ଲଭୀ (ବଡ଼ ଭଉଣୀ)
ୱେବସାଇଟ
drsanghamitramishra.in

ପରିବାର ଓ ପ୍ରାଥମିକ ଜୀବନ ସମ୍ପାଦନା

ସଂଘମିତ୍ରା ମିଶ୍ର ମାତା ଶ୍ରୀମତୀ ଦେବୀ ଏବଂ ପିତା ବଂଶୀଧର ମିଶ୍ରଙ୍କ ଔରସରୁ କଟକ ଜିଲ୍ଲାର ଖଣ୍ଡାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ବଂଶୀଧର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇଂରେଜ ବିରୁଦ୍ଧତ୍ମାକ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଏକ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା, ଫଳତଃ ସେ ନିଜ ପରିବାରକୁ ଛାଡ଼ି ୨୫ ବର୍ଷ କାଳ ଆତ୍ମଗୋପନ କରିରହିଥିଲେ । ସ୍ୱାଧୀନତା ପରେ ସେ ୧୯୫୧ ମସିହାରେ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୧୯୫୩ ମସିହା ଜୁନ ୨୦ ତାରିଖରେ ସଂଘମିତ୍ରା ମିଶ୍ରଙ୍କର ଜନ୍ମ ହୋଇଥିଲା । ଖଣ୍ଡାସାହିସ୍ଥିତ ଜଗନ୍ନାଥ ଗ୍ରାମୀଣ ବିଦ୍ୟାଳୟରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା । ଏହାପରେ ସେ ନିଜ ବଡ଼ ଭଉଣୀ କୃଷ୍ଣବଲ୍ଲଭୀଙ୍କ ସହିତ ରହି ଖୋର୍ଦ୍ଧା ଜିଲ୍ଲାର ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲେ । ସତର ବର୍ଷ ବୟସରେ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସହ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ତାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ବି.ଇ.ଡି. କରିଥିଲେ । "ଆଧୁନିକ ନାଟକ" ସନ୍ଧର୍ବରେ ଗବେଷଣା କରି ସେ ପିଏଚଡି ମଧ୍ୟ ଲାଭ କରିଛନ୍ତି ।[୩] ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବରେ କାର୍ଯ୍ୟ କରିଛନ୍ତି ।[୪]

ରଚନାବଳୀ ସମ୍ପାଦନା

  • ମମତାର ଉପପାଦ୍ୟ
  • ନାଟକ, ନାଟ୍ୟକାର ଓ ନାଟକୀୟତା
  • ନାଟକ ପରଂପରା ଓ ପରିଭାଷା
  • ନାୟିକା ନିଜ ଦର୍ପଣରେ
  • କବିତା ଆଲୋଚନାର କେତୋଟି ପାହାଞ୍ଚ
  • ନାଟକର ନବ ମୂଲ୍ୟାୟନ
  • ସନ୍ଥକବି ଯଶୋବନ୍ତ ଦାସ
  • ନିଜର ଭାବିଲା ପରେ
  • ଓଡ଼ିଆ ଓ ହିନ୍ଦୀ ପ୍ରତୀକ ନାଟକ
  • ନାଟକ:ସୀମା ଓ ସଂଭାୱ
  • ଯକ୍ଷପ୍ରଶ୍ନ
  • କବିତା:ସ୍ଥିତି ଓ ବିସ୍ତୃତି
  • ଇତିହାସର ହଜିଲା ଖିଅ
  • ଆଧୁନିକ ଓଡ଼ିଆ କବିତା
  • ପାଠ ବତାଏ ବାଟ (ଏକାଙ୍କିକା)
  • ଆତ୍ମବିଶ୍ୱାସର ଚାବିକାଠି
  • ଅନୁଭୂତିର ପରିଧି
  • ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ
  • ଗାଇବା ଗୀତ ବସିବା ମିତ
  • ବୋଉ ଓ ଅନ୍ୟାନ୍ୟ କବିତା
  • କବିତ୍ୱ ଓ ସୃଜନଶୀଳତା
  • ଗୋପାଳ ଛୋଟରାୟ
  • ରସରାଜ ଗୀତିସାମ୍ରାଜ୍ୟ
  • ସମୟର ଡେଣା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୯[୫]
  • ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ୨୦୧୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୨୦୦୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]
  • ଗୋଦାବରୀଶ ମିଶ୍ର ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)‌[୭]
  • ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ), ୨୦୦୨ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ଗୋକର୍ଣ୍ଣିକା ସମ୍ମାନ
  • କାହ୍ନୁଚରଣ ଖୁଣ୍ଟିଆ ସ୍ମୃତି ପୁରସ୍କାର (୨୦୦୩)
  • ରାଧାକାନ୍ତ ସ୍ମୃତି ସମ୍ମାନ (୨୦୦୫)
  • ଶତଦ୍ରୁ ଜୟନ୍ତୀ ସମ୍ମାନ (୨୦୦୯)
  • ପଣ୍ଡିତ ଗୋଦାବରୀଶ ସମ୍ମାନ (୨୦୧୬)[୮]
  • ସାହିତ୍ୟାୟନ ସମ୍ମାନ (୨୦୧୮)[୯]

ଆଧାର ସମ୍ପାଦନା

  1. "Odisha Sahitya Akademi". odishasahityaakademi.org. Retrieved 2019-02-19.
  2. https://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
  3. Jagannātha Prasāda Dāsa; Arlene Zide (1992). Under a silent sun: a selection of Oriya women's poems. Vikas Pub. House.
  4. Sahitya Akademi (2005). Annual Report. Sahitya Akademi.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on ୩୦ ଅପ୍ରେଲ ୨୦୨୧. Retrieved 28 October 2021. {{cite web}}: Check date values in: |archivedate= (help)
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨୮ ଅକ୍ଟୋବର ୨୦୨୧. {{cite web}}: Check date values in: |accessdate= (help)
  7. "ସଂଘମିତ୍ରା ପାଇଲେ ଗୋଦାବରୀଶ ମିଶ୍ର ସମ୍ମାନ". ଧରିତ୍ରୀ. Retrieved 28 October 2021.
  8. https://m.dailyhunt.in/news/india/oriya/odisha+samachar-epaper-eodisha/pandita+godabarisha+sammana+2016+paibe+praphesara+sanghamitra+mishra+o+natya+niddhershaka+shriyukta+sachchi+dasa-newsid-59218184
  9. http://sambad.in/metro/research-on-lokanatay-161069/

ଅଧିକ ତଥ୍ୟ ସମ୍ପାଦନା