ଶ୍ୟାମସୁନ୍ଦର ମହାପାତ୍ର (ଲେଖକ)
ଓଡ଼ିଆ ସାହିତ୍ୟିକ
ଶ୍ୟାମସୁନ୍ଦର ମହାପାତ୍ର (୧୯ ସେପ୍ଟେମ୍ବର ୧୯୪୩ - ୩୦ ଅକ୍ଟୋବର ୨୦୨୪)[୧] ଜଣେ ଓଡ଼ିଆ ଲୋକସଂସ୍କୃତିବିତ୍, ଗବେଷକ, କବି ଓ ପ୍ରାବନ୍ଧିକ ଥିଲେ । ନିଜ ସାରସ୍ୱତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ ।[୨]
ଶ୍ୟାମସୁନ୍ଦର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବଣକାଟି, ଶିଆଳମୁଣ୍ଡି, ମୟୂରଭଞ୍ଜ ଜିଲ୍ଲା | ୧୯ ସେପ୍ଟେମ୍ବର ୧୯୪୩
ମୃତ୍ୟୁ | ୩୦ ଅକ୍ଟୋବର ୨୦୨୪ ମୁମ୍ବାଇ | (ବୟସ ୮୧)
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ, ଶାନ୍ତି ନିକେତନ |
ଜୀବନସାଥୀ | ରୂପା ମହାପାତ୍ର |
ସନ୍ତାନ | ସଞ୍ଚିତା, ସଙ୍ଗୀତା |
ସମ୍ପର୍କୀୟ | ଭଗବାନ ମହାପାତ୍ର (ପିତା), ନିଶାମଣି ଦେବୀ (ମାତା) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଶ୍ୟାମସୁନ୍ଦର ୧୯୪୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବଣକାଟିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର, ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚ୍ ଡି ଶିକ୍ଷା ଲାଭ କରିଥିଲେ । ସେ ଫୋକଲାର ଏକାଡ଼େମୀ, ଉତ୍କଳ ସାହିତ୍ୟ ସମାଜ ସଦସ୍ୟ, ଭାରତୀୟ ଫୋକଲାର କଂଗ୍ରେସ ପରିଚାଳନା କମିଟିର ସଦସ୍ୟ ରହିଥିଲେ । ଲୋକସଂସ୍କୃତି ଉପରେ ସେ ବ୍ୟାପକ ଗବେଷଣା କରିବା ସହିତ ହାସ୍ୟବ୍ୟଙ୍ଗ ରଚନାରେ ପାରଦର୍ଶିତା ଲାଭ କରିଥିଲେ । ବ୍ୟଙ୍ଗସାହିତ୍ୟ ପାଇଁ ସେ ସରସ ସାହିତ୍ୟ ସମିତି, କଟକ ତରଫରୁ ରସରାଜ ଉପାଧି ପ୍ରାପ୍ତ ।
ରଚନାବଳୀ
ସମ୍ପାଦନା- ଇଂରେଜୀ ସାହିତ୍ୟର ଇତିହାସ ୧୯୭୯[୩]
- ଶ୍ୱେତ ହଂସୀର ଜ୍ୱାଳା (ଅନୁବାଦ କବିତା) ୧୯୮୧[୪]
- ଓଡ଼ିଆ ଲୋକ ସାହିତ୍ୟ (ସଂପାଦନା) ୧୯୮୨
- ସାହିତ୍ୟ ସ୍ନାନ ୧୯୯୧
- ଲୋକ ସାହିତ୍ୟ ତତ୍ତ୍ୱ ୧୯୯୫
- ଭଟ୍ଟ ନନା (ଅନୁବାଦ ଏକାଙ୍କିକା)
- ପାଶ୍ଚାତ୍ୟ ପୁରାଣ ପ୍ରଦର୍ଶିକା
- ସାନ୍ତାଳ ଲୋକ କାହାଣୀ
- ଓଡ଼ିଆ ଲୋକସାହିତ୍ୟ ସମୀକ୍ଷା (ଯୁଗ୍ମ ସଂକଳକ- ମିହିର କୁମାର ସାହୁ)
- ବାଙ୍କ ଚାହାଣୀ (କବିତା)[୫]
- ପୁନଶ୍ଚ ବାଙ୍କ ଚାହାଣୀ (କବିତା)
- ସୁବର୍ଣ୍ଣ ସମାଲୋଚନା (ସଂପାଦନା)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୧୩
- ସରସ ସାହିତ୍ୟ ସଂସଦ ପକ୍ଷରୁ 'ରସରାଜ' ଉପାଧି
ଆଧାର
ସମ୍ପାଦନା- ↑ https://samajaepaper.in/imageview_7_3110202413615617_4_75_31-10-2024_15_i_1_sf.html
- ↑ ଛାଞ୍ଚ:Http://odishasahityaakademi.org/English/ovation7.php
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୧. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୦୯-୧୬୧୦.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୫୯. ISBN 81-7586-097-9.