ଶ୍ରୀରାମଚନ୍ଦ୍ର ଦାଶ

ଓଡ଼ିଆ ସାହିତ୍ୟିକ

ଶ୍ରୀରାମଚନ୍ଦ୍ର ଦାଶ(୧୭ ନଭେମ୍ବର ୧୯୧୮[୧]-୧୦ ଅଗଷ୍ଟ ୧୯୯୪), ଓଡ଼ିଶାର ଜଣେ ଶିକ୍ଷାବିତ, ପ୍ରାବନ୍ଧିକ ଏବଂ ସମ୍ବିଧାନ ବିଶେଷଜ୍ଞ ଥିଲେ ।[୨] ରାଜନୀତି ବିଜ୍ଞାନକୁ ଏକ ସ୍ୱତନ୍ତ୍ର ବିଷୟ ଭାବରେ ପରିଚିତ କରାଇବା ଦିଗରେ ସେ କାମ କରିଥିଲେ । ନିଜ ପୁସ୍ତକ "ଇଉରୋପରେ ମୋ ଅନୁଭୁତି"ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଶ୍ରୀରାମଚନ୍ଦ୍ର ଦାଶ
Born(1918-11-17)୧୭ ନଭେମ୍ବର ୧୯୧୮
ମାଛ ଗାଁ
Died୧୦ ଅଗଷ୍ଟ ୧୯୯୪(1994-08-10) (ବୟସ ୭୫)
Educationସ୍ନାତକୋତ୍ତର(ଅର୍ଥନୀତି), ପିଏଚଡି
Alma materପାଟଣା ବିଶ୍ୱବିଦ୍ୟାଳୟ, ବର୍ଲିନ ବିଶ୍ୱବିଦ୍ୟାଳୟ
Known forଶିକ୍ଷାବିତ, ପ୍ରାବନ୍ଧିକ
Parentହାଡ଼ିବନ୍ଧୁ ଦାଶ

ଜୀବନୀ ସମ୍ପାଦନା

ଶ୍ରୀରାମଚନ୍ଦ୍ର ୧୯୧୮ମସିହାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାସ୍ତାକଡ଼ ବତିଖୁଣ୍ଟ ତଳେ ବସି ସେ ପାଠ ପଢୁଥିଲେ । ବିହାର-ଓଡ଼ିଶା ଏଣ୍ଟ୍ରାନସ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପଢ଼ିଥିଲେ । ସ୍ୱଳ୍ପକାଳ ଅଧ୍ୟାପନା ପରେ, ବର୍ଲିନ ବିଶ୍ୱବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଓ ୱେମାର ସମ୍ବିଧାନର ତୁଳନାତ୍ମକ ସମ୍ପର୍କ ବିଷୟରେ ଗବେଷଣା କରି ମାତ୍ର ଦେଢ ବର୍ଷରେ ପିଏଚଡି ହାସଲ କରିଥିଲେ । ଶ୍ରୀରାମଚନ୍ଦ୍ର, ଓଡ଼ିଶାର ବହୁ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୩ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା ଆରମ୍ଭ କରି, ୧୯୭୫ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ଦେଶରେ ଜରୁରୀ କାଳୀନ ପରିସ୍ଥିତି ମଧ୍ୟରେ ୧୯୭୫ମସିହା ଡିସେମ୍ବର ୨୩ତାରିଖରେ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ପରେ,ସେ ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୭୭ ମସିହାରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଉତ୍କଳ ଜନତା" ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ମାତ୍ର ୨୪୫୮ଟି ଭୋଟପାଇ ପରାଜୟ ବରଣ କରିଥିଲେ । ଜନତା ଦଳର "ଉମେଶ ସ୍ୱାଇଁ" ଏହି ନିର୍ବାଚନରେ ଜିତିଥିଲେ ।[୩]

ଅର୍ଥନୀତିର ବଳୟ ମଧ୍ୟରୁ ରାଜନୀତି ବିଜ୍ଞାନକୁ ଆବିସ୍କାର କରିଥିଲେ ଶ୍ରୀରାମଚନ୍ଦ୍ର । ସର୍ବଭାରତୀୟ ସ୍ତରରେ ଶ୍ରୀରାମଚନ୍ଦ୍ର ଜଣେ ରାଜନୀତି ବିଜ୍ଞାନୀ ଭାବରେ ପରିଚିତି ପାଇଥିଲେ । "ସିଭିକ୍ସ"କୁ "ନଗର-ବିଜ୍ଞାନ" ଓ "ରେଜିଷ୍ଟାର"କୁ "କୁଳ-ସଚିବ" ନାଁରେ ସେ ହିଁ ଅନୁଦିତ କରିଥିଲେ ।[୪] ୧୯୭୦ମସିହାରେ ସେ "ଭାରତୀୟ ରାଜନୀତି ବିଜ୍ଞାନ ମହାସଂଘ"ର ସଭାପତୀ ଆସନ ଅଳଙ୍କୃତ କରିଥିଲେ । "ଓଡ଼ିଶା ରାଜନୀତି ବିଜ୍ଞାନ ସଂସଦ"ର ସେ ଥିଲେ ପ୍ରତିଷ୍ଠାତା ସଭାପତି । ଜଣେ ପ୍ରାବନ୍ଧିକ ଓ ସୁବକ୍ତାଭାବରେ ମଧ୍ୟ ସେ ପରିଚିତ ଥିଲେ ।

ରଚନାବଳୀ ସମ୍ପାଦନା

  • ଇଉରୋପରେ ମୋ ଅନୁଭୁତି[୫]
  • ରିଅଲ ରୋମାନ୍ସ(ଉପନ୍ୟାସ)
  • ମୋ ରାଜନୈତିକ ଚିନ୍ତାଧାର(ପ୍ରବନ୍ଧ ସଂକଳନ)
  • ଉତ୍କଳମଣି ଗୋପବନ୍ଧୁ ଦାସ
  • ଓଡ଼ିଶା
  • ନରପତି
  • ମୋ ଅକୁହା କଥା(ଆତ୍ମଜୀବନୀ)
  • Constitution of India:A comparative Study[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୧୯୫୯('ମୋ ଅକୁହା କଥା' ପାଇଁ)[୭]

ଆଧାର ସମ୍ପାଦନା

  1. "What I had told was not the whole truth". Eastern Media Limited. Retrieved 19 April 2019.
  2. "ଆର୍କାଇଭ୍ କପି". Archived from the original on 2017-11-14. Retrieved 2017-11-17. {{cite web}}: Cite has empty unknown parameter: |1= (help)
  3. "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୧୧/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 11 April 2019.[permanent dead link]
  4. "ସ୍ମୃତିର ଶାଳଗ୍ରାମ:ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ". ନିତିଦିନ ୧୭/୧୧/୨୦୧୭ ପୃଷ୍ଠା ୧୦ରେ ଦାଶ ବେନହୁରଙ୍କ ଲେଖା. Archived from the original on 2017-11-20. Retrieved 17 November 2017.
  5. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4380–. ISBN 978-81-260-1221-3.
  6. ସମ୍ବାଦ ୧୭/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦ରେ ଦେବପ୍ରସାଦ ଦାଶଙ୍କ ଲେଖା "ପାଣ୍ଡିତ୍ୟର ପରିଭାଷା: ପ୍ରଫେସର ଶ୍ରୀରାମଚନ୍ଧ ଦାଶ"
  7. http://odishasahityaakademi.org/sahitya-award.php