ଶ୍ରୀବତ୍ସ ପ୍ରଧାନ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଶ୍ରୀବତ୍ସ ପ୍ରଧାନ (ଜନ୍ମ: ୨୪ ଫେବୃଆରୀ ୧୯୪୭) ଜଣେ ଓଡ଼ିଆ କବି, ପ୍ରାବନ୍ଧିକ ଓ ଗାଳ୍ପିକ । ସେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅନ୍ତର୍ଗତ ବୁଦୁଲିମୁଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ 'ତ୍ରିଧାରା ସାହିତ୍ୟ ସଂସଦ' ବଇଣ୍ଡାର ସଭାପତି ରହିବା ସମେତ ବହୁ ଅନୁଷ୍ଠାନ ସହ ସାରସ୍ୱତ ସଂପୃକ୍ତ ଥିଲେ । ନିଜ ସାହିତ୍ୟ କୃତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ଭାବେ ସମ୍ବର୍ଦ୍ଧିତ ।[୧]
ଶ୍ରୀବତ୍ସ ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୁଦୁଲିମୁଣ୍ଡ, ଆଠମଲ୍ଲିକ, ଅନୁଗୋଳ | ୨୪ ଫେବୃଆରୀ ୧୯୪୭
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ଈଶ୍ୱର ଅଛନ୍ତି କି ? |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ, ସମ୍ବର୍ଦ୍ଧନା ୨୦୧୧ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଶ୍ରୀବତ୍ସ ପ୍ରଧାନ ୧୯୪୭ ଫେବୃଆରୀ ୨୪ରେ ଅନୁଗୋଳ ଜିଲ୍ଲାସ୍ଥିତ ଆଠମଲ୍ଲିକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଧୁଚରଣ ଓ ମାତାଙ୍କ ନାମ ହାରାବତୀ ପ୍ରଧାନ । ସେ ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ସ୍ନାତକ (ସମ୍ମାନ) ଓ ଅନୁଗୋଳର ବେସିକ ଟ୍ରେନିଂ କଲେଜରୁ ଶିକ୍ଷାରେ ସ୍ନାତକ (B.Ed.) ଶିକ୍ଷାଲାଭ କରିଥିଲେ । ପରେ ସେ ଶିକ୍ଷକତା ବୃତ୍ତିରେ ୧୯୬୯ରେ ଯୋଗ ଦେଇ ୨୦୦୫ରେ ଅବସର ନେଇଥିଲେ ।
ରଚନାବଳୀ
ସମ୍ପାଦନା- ବିବର୍ଣ୍ଣ ଉପତ୍ୟକା (୧୯୮୭, ଶିଶୁ ଉପନ୍ୟାସ)
- ତୋହଲାଗି ଅବତାର (ଉପନ୍ୟାସ)
- ଆସ ସ୍ୱର୍ଗ ଗଢ଼ିବା (ଉପନ୍ୟାସ)
- ସୃଷ୍ଟି ସୁରକ୍ଷା ସୂତ୍ର (ପ୍ରବନ୍ଧ)
- ଉର୍ଦ୍ଧ୍ୱଗାମୀ (କବିତା)
- ଈଶ୍ୱର ଅଛନ୍ତି କି? (ପ୍ରବନ୍ଧ)
- ପିଲାଙ୍କ ଗୀତମୁଣି (ଶିଶୁ କବିତା)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୨୫ ଜୁଲାଇ ୨୦୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ (୨୦୧୧ ପାଇଁ)
- ପ୍ରାବନ୍ଧିକ ଭାବେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଦ୍ୱାରା ସମ୍ବର୍ଦ୍ଧିତ
- ପଞ୍ଚଧାରା ସାହିତ୍ୟ ସଂସଦ, ଆଠମଲ୍ଲିକ ଦ୍ୱାରା ସମ୍ବର୍ଦ୍ଧିତ
- ମୌସୁମୀ ପ୍ରଧାନ ସ୍ମାରକୀ ଫାଉଣ୍ଡେସନ, ଆଠମଲ୍ଲିକ ଦ୍ୱାରା ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଭାବେ ସମ୍ବର୍ଦ୍ଧିତ
- ପଦ୍ମଲୋଚନ ପାଠାଗାର, ବାଲେଶ୍ୱର ଦ୍ୱାରା ସାରସ୍ୱତ ପଦ୍ମ ସମ୍ମାନରେ ସମ୍ବର୍ଦ୍ଧିତ
- ମହାନଦୀ ଉଚ୍ଚ ବିଦ୍ୟାଳୟ, ହଣ୍ଡପାରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମହାମହିମ ରାଜ୍ୟପାଳଙ୍କ ଠାରୁ ମାନପତ୍ର ଗ୍ରହଣ
- ମହାନଦୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ
- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା ଦ୍ୱାରା ତ୍ରିଧାରା ସମ୍ମାନରେ ସମ୍ମାନୀତ
- ପବିତ୍ର ମୋହନ ସ୍ମୃତି ସମ୍ମାନ - ୨୦୨୧ରେ ସମ୍ମାନୀତ
- ଭାଇ ଭଉଣୀ ସାହିତ୍ୟ ସଂସ୍କୃତି ସାହିତ୍ୟ ସଂସଦ, ବୁଢ଼ାପାଳ, ଦେବଗଡ଼
ଆଧାର
ସମ୍ପାଦନା- ↑ "ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ସାହିତ୍ୟିକା". Odisha Sahity Akademi.