ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଇଂରାଜୀ: Shree Jagannath Temple Administration) ଓଡ଼ିଶାର ପୁରୀଠାରେ ଥିବା ଜଗନ୍ନାଥ ମନ୍ଦିରର ପ୍ରାଶାସନିକ କାମ କରୁଥିବା ଓଡ଼ିଶା ସରକାରଙ୍କ ଏକ ଅନୁଷ୍ଠାନ ।
ଇତିହାସ
ସମ୍ପାଦନାଜଗନ୍ନାଥ ମନ୍ଦିର ତିଆରି ହେବାର ପ୍ରାରମ୍ଭ କାଳରୁ ତତ୍କାଳୀନ ଉତ୍କଳର ଗଜପତି ଏହାର ପୃଷ୍ଠପୋଷକ ରହି ଆସୁଥିଲେ । ୧୨୧୧-୧୨୩୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ମନ୍ଦିର ପ୍ରଶାସନ ତୃତୀୟ ଅନଙ୍ଗଭୀମଙ୍କ ଅଧୀନରେ ଥିଲା । ଗଙ୍ଗ ବଂଶୀୟ ରାଜାଙ୍କ ଭଳି, ସୂର୍ଯ୍ୟ ବଂଶୀୟ ରାଜାମାନେ ମଧ୍ୟ ବ୍ୟାପକ ଭୂମି, ଅଳଙ୍କାର ପୂଣ୍ୟାର୍ଥ ରୂପରେ ମନ୍ଦିର ଦେବଦେବୀଙ୍କ ପାଇଁ ଦାନ କରିଥିଲେ । ଓଡ଼ିଶାର ସ୍ୱାଧୀନ ରାଜାମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ପ୍ରଚେଷ୍ଟା ଯୋଗୁଁ, ଏହି ମନ୍ଦିର ଧନଧାନ୍ୟରେ ପରିପୂର୍ଣ୍ଣ ଓ ବିକଶିତ ହୋଇଥିଲା । ଜଗନ୍ନାଥ ମନ୍ଦିର ଦେବଦେବୀଙ୍କ ପୂଜାପାଠ ଓ ଆରାଧନା ୮୦୦ ବର୍ଷ ପୁରାତନ ଅଖଣ୍ଡ ପରମ୍ପରା । ମନ୍ଦିରର ସରଳ ଓ ସହଜ ପ୍ରଶାସନ ନିମନ୍ତେ, ପୁରୀ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ । ବ୍ରିଟିଶ୍ ଶାସନ ସମୟରେ ମନ୍ଦିର ପରିଚାଳନା ଓ ପ୍ରଶାସନ ନିମନ୍ତେ, ପୁରୀ ମହାରାହଜା ପ୍ରଥମେ ମୁଖ୍ୟ ଅଧୀକ୍ଷକ ରୂପେ ମନୋନୀତ ହୋଇଥିଲେ । ଉନ୍ନତ ମାନର ପରିଚାଳନା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଓଡ଼ିଶା ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୨ ପ୍ରଣୟନ କରିଥିଲେ । ପରବର୍ତ୍ତୀ ସମୟରେ ମନ୍ଦିର ଓ ଏହାର ସମ୍ପତି ତାଲିକାର ପୁନହ ସଙ୍ଗଠନ ଏବଂ ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ଅଧିନିୟମ, ୧୯୫୫ ପ୍ରଣୀତ ହୋଇଥିଲା । ଫଳ ସ୍ୱରୂପ ୨୭ ଡିସେମ୍ବର ୧୯୬୦ ମସିହାରେ ଏହି ଆଇନ୍ କର୍ଯ୍ୟକାରୀ ହୋଇଥିଲା । ଏହି ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ହେଲେ ।[୧]
ପରିଚାଳନା କମିଟି
ସମ୍ପାଦନା- ଗଜପତି ମହାରାଜା, ପୁରୀ (ଅଧ୍ୟକ୍ଷ)
- ଜିଲ୍ଲାପାଳ, ପୁରୀ (ଉପାଧ୍ୟକ୍ଷ)
- ମନ୍ଦିର ପରିଚାଳନା, ସଦସ୍ୟ
- କୋଷାଦାୟ(ଏଣ୍ଡୋମେଣ୍ଟ) ଆୟୁକ୍ତ
- ଓଡ଼ିଶା ସରକାରଙ୍କଦ୍ୱାରା ନିର୍ବାଚିତ ସଦସ୍ୟ(ଯିଏ ମୁକ୍ତିମଣ୍ଡପରେ ବସିବାଯୋଗ୍ୟ)
- ଓଡ଼ିଶା ସରକାରଙ୍କ ଦ୍ୱାର ମନୋନୀତ ୪ଜଣିଆ ମନ୍ଦିର ସେବାୟତ ମଣ୍ଡଳୀ
- ଓଡ଼ିଶା ସରକାରଙ୍କ ଦ୍ୱାର ମନୋନୀତ ଶ୍ରୀ ମନ୍ଦିର ପୂଜାବିଧି ସମ୍ବନ୍ଧୀୟ ଅନୁଷ୍ଠାନ ଓ ମଠର ଜଣେ ପ୍ରତିନିଧି
- ଓଡ଼ିଶା ସରକାରଙ୍କ ଦ୍ୱାର ମନୋନୀତ ୨ଜଣ ସ୍ୱାଧୀନ ପ୍ରତିନିଧି ଯାହାର ଉପରୋକ୍ତ(୫,୬ ଓ ୭) ବର୍ଗର ସଦସ୍ୟ ନଥିବେ
ଆଧାର
ସମ୍ପାଦନା- ↑ "ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ". Blessings of the net. Retrieved 19 August 2015.