ଶ୍ରୀମନ୍ଦିର ଅଧିନିୟମ, ୧୯୫୫


ଶ୍ରୀମନ୍ଦିର ଅଧିନିୟମ, ୧୯୫୫ ଜଗନ୍ନାଥ ମନ୍ଦିରର ସୁପରିଚାଳନା ନିମିତ୍ତ ଓଡ଼ିଶା ବିଧାନ ସଭାଦ୍ୱାରା ପ୍ରଣୀତ ଏକ ଅଧିନିୟମ ।

ଇତିହାସ ସମ୍ପାଦନା

ଓଡ଼ିଶା ବ୍ରିଟିଶ ଶାସନାଧୀନ ଥିବାବେଳେ ୧୮୦୩ ମସିହାରେ, ଶ୍ରୀ ମନ୍ଦିରର ପରିଚାଳନାଭାର ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ହାତକୁ ନେଇଥିଲେ ।[୧] ୧୮୦୬ ମସିହା ପରେ ପରେ ତିନିଜଣ ପଣ୍ଡିତଙ୍କଦ୍ୱାରା ଗଠିତ ଏକ କମିଟି ମନ୍ଦିରର ପରିଚାଳନା ଭାର ନେଲେ । କିନ୍ତୁ ୧୮୦୯ ମସିହା ପରେ ଏହି କମିଟି ବଦଳରେ ତତ୍କାଳୀନ ଖୋରଧାର ରାଜା (ବର୍ତ୍ତମାନ ପୁରୀ ରାଜା ରୂପେ ପରିଚିତ) ମନ୍ଦିରର ପରିଚାଳନା ଭାର ଗ୍ରହଣ କଲେ । ରାଜା ବୀରକିଶୋର ଦେବ ସନ୍ତାନ ହୀନ ଥିଲେ ଏବଂ ପୋଷ୍ୟ ପୁତ୍ର ନାବାଳକ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ୧୮୫୯ ମସିହାରେ ଏକ ଉଇଲ୍‌ନାମା ବଳରେ ତାଙ୍କ ବିଧବା ରାଣୀଙ୍କୁ ମନ୍ଦିରର ପରିଚାଳନା ଭାର ଦିଆଗଲା । ଉକ୍ତ ସମୟରେ ମନ୍ଦିର ପରିଚାଳନାରେ ବ୍ୟାପକ ଅନିୟମିତତା ଦେଖାଗଲା । ଅତଏବ ୧୮୮୫ ମସିହାରେ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ଭାର ନିଜ ହାତକୁ ନେବାପାଇଁ ଏକ ମାମଲା ଦାୟର କଲେ । ମଧୁ ବାରିଷ୍ଟର ଏହି ଐତିହାସିକ ମାମଲାରେ ଲଢିଲେ ଏବଂ ରାଣୀଙ୍କ ସପକ୍ଷରେ ଡିକ୍ରୀ ହେଲା ।[୨] ମୁକୁନ୍ଦ ଦେବଙ୍କ ସମୟରେ ମଧ୍ୟ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ପରିଲକ୍ଷିତ ହେଲା ।[୩] ତାଙ୍କ ଅନ୍ତେ ମନ୍ଦିର ପରିଚାଳନା ଭାର ରାଜା ରାମଚନ୍ଦ୍ର ଦେବ ଗ୍ରହଣ କଲେ । ମନ୍ଦିର ପରିଚାଳନାରେ ବିଶେଷ ଉନ୍ନତି ପରିଲକ୍ଷିତ ହେଲା ନାହିଁ । ପରବର୍ତ୍ତୀ ସମୟରେ ଭାରତ ସ୍ୱାଧୀନ ହେଲା ଏବଂ ତତ୍କାଳୀନ ଓଡ଼ିଶା ସରକାର ମନ୍ଦିର ସୁପରିଚାଳନା ପାଇଁ ଏକ ଅଧିନିୟମ ପ୍ରଣୟନ କରିବାପାଇଁ ନିଷ୍ପତ୍ତି ନେଲେ ।[୪]

ପୃଷ୍ଠଭୂମି ସମ୍ପାଦନା

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜଗନ୍ନାଥ ମନ୍ଦିରର ସୁପରିଚାଳନା ନିମିତ୍ତ ଓଡ଼ିଶା ସରକାର ଶ୍ରୀ ମନ୍ଦିର (ଶାସନ) ଅଧିନିୟମ, ୧୯୫୨ ପ୍ରଣୟନ କଲେ ।[୫] ଏଥିରେ ମନ୍ଦିର ପରିଚାଳନା ସହ ସମ୍ବନ୍ଧିତ ସେବାୟତଙ୍କ କାର୍ଯ୍ୟାବଳୀସହ ମନ୍ଦିରର ରେକର୍ଡ୍ ଅଫ୍ ରାଇଟ୍‌ସ୍ ତିଆରି ସମ୍ବନ୍ଧୀୟ ପ୍ରାବଧାନ ସବୁ ରହିଲା । ପରେ ପରେ ଓଡ଼ିଶା ଆକ୍‌ଟ୍ ସଂଖ୍ୟା ୧୧/୧୯୫୫ଦ୍ୱାରା ଶ୍ରୀମନ୍ଦିର ଅଧିନିୟମ, ୧୯୫୫ ପ୍ରଣୟନ କରାଗଲା । ଅଧିନିୟମଟି ୨୭.୧୨.୧୯୬୦ରୁ କାର୍ଯ୍ୟକାରୀ ହେଲା ।[୬]

ଅଧିନିୟମ ସଂପର୍କରେ ସମ୍ପାଦନା

କମିଟି ସମ୍ପାଦନା

ଅଧିନିୟମର ପ୍ରାବଧାନ ଅନୁସାରେ ମନ୍ଦିରର ପରିଚାଳନା ଭାର ଏକ କମିଟି (Shri Jagannath Temple Managing Committee) ଉପରେ ନ୍ୟସ୍ତ କରାଗଲା । କମିଟିର ସଭ୍ୟମାନେ ହେଲେ :[୭]

  1. ଗଜପତି ମହାରାଜା, ପୁରୀ - Chairman
  2. ପୁରୀ ଜିଲ୍ଲାପାଳ - Vice-Chairman
  3. ଜଗନ୍ନାଥ ମନ୍ଦିର ପ୍ରଶାସକ - Ex-officio-Member
  4. ଦେବୋତ୍ତର କମିଶନର - Ex-officio-member
  5. ମୁକ୍ତିମଣ୍ଡପର ପଣ୍ଡିତମାନଙ୍କ ମଧ୍ୟରୁ ସରକାରଙ୍କଦ୍ୱାରା ମନୋନିତ ଜଣେ ସଭ୍ୟ - Member
  6. ମନ୍ଦିର ସେବକମାନଙ୍କ ମଧ୍ୟରୁ ସରକାରଙ୍କଦ୍ୱାରା ମନୋନିତ ଚାରିଜଣ - Members
  7. ମନ୍ଦିର ନୀତି ସହ ସମ୍ପୃକ୍ତ ମଠରୁ ସରକାରଙ୍କଦ୍ୱାରା ମନୋନିତ ସଭ୍ୟ- Member
  8. ଉପରୋକ୍ତ ୪,୫, ଏବଂ ୬ ତାଲିକାରୁ ବାଦ୍ ସରକାରଙ୍କଦ୍ୱାରା ମନୋନିତ ଦୁଇ ଜଣ ସଭ୍ୟ - Member

ବିଶେଷ ଧାରା ଓ ଉପଧାରା ସମ୍ପାଦନା

ଅଧିନିୟମର ଧାରା ୨୧-କ ଅନୁଯାୟୀ: ନବକଳେବର- ୨୦୧୫ରେ ବ୍ରହ୍ମ ପରିବର୍ତ୍ତନ- ବିଭ୍ରାଟ ପାଇଁ ଦୁଇ ଜଣ ସେବକଙ୍କୁ ନିଲମ୍ବନ କରାଯାଇଛି ।[୮]

ସଂଶୋଧନ ସମ୍ପାଦନା

  • ସଂଶୋଧନ ଅଧିନିୟମ (Orissa Act no. 10 of 1983) ବଳରେ ମୂଳ ଅଧିନିୟମ ୧୯୮୩ ମସିହାରେ ସଂଶୋଧିତ ହୋଇ ଏଥିରେ ଉପଧାରା 28-B ଏବଂ 28-C ଯୋଡାଯାଇଛି ।[୯]
  • ପରବର୍ତ୍ତୀ ସଂଶୋଧନ ଅଧିନିୟମ (Orissa Act no. 16 of 2003)ବଳରେ ମୂଳ ଅଧିନିୟମ ୨୦୦୩ ମସିହାରେ ସଂଶୋଧିତ ହୋଇ ଏହାର ଧାରା ୬, ୧୦,୧୫,୧୬,୨୨୧,୨୨,୨୩,୨୭,୨୮,୩୦,୩୨ ଓ ୩୩ରେ ସଂଶୋଧନ କରାଯାଇଛି ।[୧୦]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Janmejaya Choudhury, Dr. "Sri Jagannath Temple (Administration) Act, 1954 and Chhatisanijoga" (PDF) (June 2004). Retrieved 30 June 2015. {{cite journal}}: Cite journal requires |journal= (help)
  2. Das, Suryanarayana. Lord Jagannath through the ages. Sanbun Publishers. pp. 67 & 68. Retrieved 1 July 2015.
  3. Mahapatro, Sharat chandra. "A Comparative Study ± Lord Jagannath Temple and T.T. Devasthanam" (PDF) (July 2010): 52–59. Retrieved 2 July 2015. {{cite journal}}: Cite journal requires |journal= (help)
  4. Puri, Jagannath Temple Administration. "Shri Jagannath Temple Management" (PDF) (July 2011): 5 to 8. Retrieved 1 July 2015. {{cite journal}}: Cite journal requires |journal= (help)
  5. Manti, J.C. The Saga of Jagannatha and Badadeula at Puri. p. 100. Retrieved 1 July 2015.
  6. Choudhury, Dr. D.P. "Administrative Arrangements of Shree Jagannath Temple" (PDF) (June 2009): 94–98. Retrieved 2 July 2015. {{cite journal}}: Cite journal requires |journal= (help)
  7. "Administration of Jagannath Temple". jagannathtemplepuri.com. Retrieved 1 July 2015.
  8. "Suspended servitors of Jagannath Temple move High Court". The Hindu. 1 July 2015. Retrieved 1 July 2015.
  9. "ORISSA ACT 10 OF 1983" (PDF). Orissa.gov.in. Retrieved 1 July 2015.
  10. "Act 16 of 2003" (PDF). Retrieved 10 April 2018.