ଶ୍ରୀଚରଣ ମହାନ୍ତି

ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ

ଶ୍ରୀଚରଣ ମହାନ୍ତି (ଜନ୍ମ: ୬ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକାର, ଶିଶୁ ସାହିତ୍ୟିକ ଓ ସମାଲୋଚକ । ସେ ନିଜର ଶିଶୁ ସାହିତ୍ୟ କୃତି କଥାଟିଏ କହୁଁ କଥାଟିଏ ପାଇଁ ୩ଥର ଜାତୀୟ ପୁରସ୍କାର ପାଇଥିଲେ ।

ଶ୍ରୀଚରଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1953-12-06) ୬ ଡିସେମ୍ବର ୧୯୫୩ (ବୟସ ୭୧)
ଗଜପୀଠ, ପାଟକୁରା, କେନ୍ଦ୍ରାପଡ଼ା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଆମେ ସବୁ ସରଗର ଫୁଲରେ, କଥାଟିଏ କହୁଁ କଥାଟିଏ
ପୁରସ୍କାରଜାତୀୟ ପୁରସ୍କାର ୩ଥର
ପିତାମାତାପରିକ୍ଷିତ ମହାନ୍ତି (ପିତା), ଗଜି ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଶ୍ରୀଚରଣ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଅନ୍ତର୍ଗତ ଗଜପୀଠ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱଭାରତୀ, ଶାନ୍ତିନିକେତନରୁ ଓଡ଼ିଆରେ ସ୍ନାତକୋତ୍ତର, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ୍ ଓ ଡି ଲିଟ୍ ଡିଗ୍ରୀ ଲାଭ କରିଥିଲେ । ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା ଶ୍ରୀଚରଣ ଜଣେ କବି, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁ ସାହିତ୍ୟିକ, ଗୀତିକବି ଓ ସମାଲୋଚକ ଭାବେ ଜଣାଶୁଣା । ସେ ମାୟାଧର ମାନସିଂହଙ୍କ ସମଗ୍ର ରଚନାବଳୀକୁ ୮ଖଣ୍ଡ ଗ୍ରନ୍ଥାବଳୀରେ ସମ୍ପାଦନା କରିଛନ୍ତି ।[][] ସେ ସାପ୍ତାହିକ ପତ୍ରିକା ''ଚରମ ପତ୍ର'', ବାଲେଶ୍ୱରର ସମ୍ପାଦନା କରୁଥିଲେ ।

ରଚନାବଳୀ

ସମ୍ପାଦନା

କବିତା ଓ ଗୀତିକବିତା

ସମ୍ପାଦନା
  • ଅପ୍ରିୟ ଶତକ
  • ମୂର୍ଚ୍ଛନା

ଶିଶୁ ସାହିତ୍ୟ

ସମ୍ପାଦନା
  • ଆମେ ସବୁ ସରଗର ଫୁଲରେ
  • କଥାଟିଏ କହୁଁ କଥାଟିଏ
  • ଯେଣେ ଇଚ୍ଛା ତେଣେ ଯା
  • ଏବେ ବାଟ ମିଳିଗଲା

ସମାଲୋଚନା

ସମ୍ପାଦନା
  • ଭିକାରୀ ଚରଣ ପଟ୍ଟନାୟକ
  • ଚିନ୍ତାନାୟକ ମାନସିଂହ
  • ମାନସିଂହ ମାନସ ଭାଗ ୧ମ
  • ମାନସିଂହଙ୍କ ବିଚାରଧାରା
  • କବିବର ରାଧାନାଥ
  • ବିପ୍ଳବୀ ଦ୍ୱିବେଦୀ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ)
  • କଥାଟିଏ କହୁଁ କଥାଟିଏ ପାଇଁ ୩ଥର ଜାତୀୟ ପୁରସ୍କାର, ୧୯୮୬, ୧୯୯୨
  • ମାୟାଧର ମାନସିଂହ ସ୍ମୃତି ପୁରସ୍କାର ୧୯୭୫, ୧୯୭୮
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୯, ୮୩୧. ISBN 81-7400-331-2.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୧୯-୨୦.