ଶ୍ରଦ୍ଧା କପୁର

ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ

ଶ୍ରଦ୍ଧା କପୁର‌ (ଜନ୍ମ: ୩ ମାର୍ଚ୍ଚ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଖଳନାୟକ, କମେଡ଼ିଆନ୍ ଶକ୍ତି କପୁରଙ୍କ ଝିଅ ହେଉଛନ୍ତି ଶ୍ରଦ୍ଧା । ସେ ୨୦୧୦ ମସିହାରେ ହିନ୍ଦୀ କଥାଚିତ୍ର ‌ତିନ୍ ପତି‌ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ୨୦୧୧ରେ କଥାଚିତ୍ର ‌ଲଭ୍ କା ଦି ଏଣ୍ଡ‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଶ୍ରଦ୍ଧା କପୁର
୨୦୧୬ରେ ବାଘି ଚଳଚ୍ଚିତ୍ରର ପ୍ରମୋଶନ କାର୍ଯ୍ୟକ୍ରମରେ ଶ୍ରଦ୍ଧା
ଜନ୍ମ
ଶ୍ରଦ୍ଧା କପୁର

(1987-03-03) ୩ ମାର୍ଚ୍ଚ ୧୯୮୭ (ବୟସ ୩୭)[୧]
ବୃତ୍ତିସମୂହ
  • ଅଭିନେତ୍ରୀ
  • ଡିଜାଇନର୍
  • ପ୍ରଚ୍ଛଦପଟ ଗାୟିକା
  • ଗୀତିକାର
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ପିତାମାତା(s)ଶକ୍ତି କପୁର (ବାପା)
ଶିବାଙ୍ଗୀ କପୁର (ମାଆ)
ସମ୍ପର୍କୀୟସିଦ୍ଧାର୍ଥ କପୁର (ଭାଇ)

୨୦୧୩ରେ ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଆଶିକ୍-୨‌ରେ ତାଙ୍କର ଅଭିନୟ ଏବଂ କଣ୍ଠଦାନ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରାଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନାୟିକା ଭାବରେ ମନୋନୀତ ହୋଇଥିଲେ । ଏହାପରେ ଶ୍ରଦ୍ଧାଙ୍କର ଅଭିନୀତ ଚଳଚ୍ଚିତ୍ର ‌ହାଇଦର୍‌, ‌ଏକ୍ ଭିଲିଆନ୍‌, ‌ABCD-୨‌, ‌ବାଘି‌ ଆଦି ସଫଳ ହୋଇଥିଲା ।[୨][୩]

ଶ୍ରଦ୍ଧା ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ତାଙ୍କର କିଛି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ସେ କିଛି ଜିନିଷର ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଶ୍ରଦ୍ଧା କିଛି ମଞ୍ଚରେ ମଧ୍ୟ ଗୀତ ଗାଇଛନ୍ତି ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶ୍ରଦ୍ଧା ମୁମ୍ବାଇ ଜନ୍ମ ହୋଇଥିଲେ ଏବଂ ସେଠାରେ ହିଁ ବଡ଼ ହୋଇଥିଲେ । ତାଙ୍କ ବାପା ଶକ୍ତି କପୁର ଜଣେ ଭାରତୀୟ କଥାଚିତ୍ର ଅଭିନେତା । ଶକ୍ତି ପଞ୍ଜାବୀ ଏବଂ ଶ୍ରଦ୍ଧାଙ୍କ ମାଆ ଶିବଙ୍ଗୀ ଜଣେ ମରାଠୀ ।[୪][୫]

ଶ୍ରଦ୍ଧାଙ୍କ ପରିବାରରେ ତାଙ୍କ ବାପା, ମାଆ ଏବଂ ତାଙ୍କର ବଡ଼ ଭାଇ ସିଦ୍ଧାର୍ଥ ସମସ୍ତେ କଥାଚିତ୍ରରେ ଅଭିନୟ କରନ୍ତି ।[୬] ଏକ କଳାକର ପରିବାରରୁ ହୋଇଥିବାରୁ ଶ୍ରଦ୍ଧା ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ପିତାମାତାଙ୍କର ପୋଷାକ‌କୁ ପିନ୍ଧି ହିନ୍ଦୀ କଥାଚିତ୍ରର ସଂଳାପ ସ‌ହ ଗୀତଗୁଡ଼ିକ ଦର୍ପଣ ସାମ୍ନାରେ ଆଭ୍ୟାସ କରୁଥିଲେ । ସେ ମଧ୍ୟ ତାଙ୍କ ବାପାଙ୍କ ସ‌ହ ବିଭିନ୍ନ ସୁଟିଂ ସେଟ୍‌କୁ ଯାଉଥିଲେ । ଏମିତି ଯିବାବେଳେ ଶ୍ରଦ୍ଧା ନିର୍ଦ୍ଦେଶକ ‌ଡେଭିଡ୍ ଧବନ‌ଙ୍କ ପୁଅ ଅଭିନେତା ବରୁଣ ଧବନଙ୍କ ସ‌ହ ଖେଳୁଥିଲେ ।[୭] ସେତେବେଳେ ଉଭୟ ଟର୍ଚ୍ଚ ଜଳାଇ କ୍ୟାମେରା ଆଗରେ ଅଭିନୟ କରିବା ପରି ସଂଳାପ ଅଭ୍ୟାସ କରୁଥିଲେ ।[୮][୯] ସେମାନେ ଗୋବିନ୍ଦାଙ୍କ ଚଳଚ୍ଚିତ୍ର ଗୀତରେ ମଧ୍ୟ ନୃତ୍ୟ କରୁଥିଲେ ।[୧୦]

ଶ୍ରଦ୍ଧା ୧୫ବର୍ଷ ବୟସରେ ‌ଆମେରିକାନ ସ୍କୁଲ ଓଫ୍ ବମ୍ବେ‌ରେ ଯୋଗଦେଇଥିଲେ । ସେଠାରେ ତାଙ୍କର ସ‌ହପାଠୀ ଭାବରେ ଥିଲେ ଅଭିନେତା ସୁନୀଲ ସେଟ୍ଟିଙ୍କ ଝିଅ ଆତିୟା ସେଟ୍ଟି ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କର ପୁଅ ଟାଇଗର ଶ୍ରଫ୍ । ଟାଇମ୍‌ସ୍ ଅଫ୍ ଇଣ୍ଡିଆକୁ ଏକ ସାକ୍ଷାତକାର ଦେବାବେଳେ ଆତିୟା ଏହି କଥା କ‌ହିଥିଲେ । ସେଠାରେ ସେମାନେ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଉଥିଲେ ।[୧୧][୧୨] ହିନ୍ଦୁସ୍ତାନ ଟାଇମ୍‌ସ୍‌ର ଏକ ସାକ୍ଷାତକାରରେ ଉଭୟ ଶ୍ରଦ୍ଧା ଏବଂ ଟାଇଗର ଛୋଟବେଳୁ ଉଭୟଙ୍କ ପ୍ରତି ଆକର୍ଷିତ ଥିବା କଥା ସ୍ୱୀକାର କରିଥିଲେ ମାତ୍ର କେହି କାହାକୁ ଏହି କଥା କେବେ କ‌ହିନଥିଲେ ।[୧୩]

ଶ୍ରଦ୍ଧା ବୁଷ୍ଟନ ବିଶ୍ୱବିଦ୍ୟାଳୟରେ ମନସ୍ତ‌ତ୍ୱ ବିଜ୍ଞାନ ଅଧ୍ୟୟନ ପାଇଁ ଯୋଗଦେଇଥିଲେ,[୧୪] ମାତ୍ର ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ବିଶ୍ୱବିଦ୍ୟାଳୟ ତ୍ୟାଗ କରିଥିଲେ ।[୧୫] ଫିଲ୍ମ‌ଫେୟାର ପତ୍ରିକାରେ ଏକ ସାକ୍ଷାତକାର ବେଳେ ଶକ୍ତି କପୁର କ‌ହିଥିଲେ କି ଶ୍ରଦ୍ଧା ୧୬ ବର୍ଷ ବୟସରେ ଅଭିନେତା ସଲମାନ ଖାଁଙ୍କଠାରୁ ଏକ ଚଳଚ୍ଚିତ୍ରର ସୁଯୋଗ ପାଇଥିଲେ, ମାତ୍ର ସେ ମନସ୍ତ‌ତ୍ୱବିତ ହେବାପାଇଁ ସେତେବେଳେ ସେ ସେହି ପ୍ରସ୍ତାବକୁ ମନା କରିଥିଲେ ।[୧୬][୧୭][୧୮] ଶ୍ରଦ୍ଧା ଛୋଟବେଳୁ ଗୀତର ପ୍ରଶିକ୍ଷଣ ନେଇଥିଲେ । ସେ ତାଙ୍କର ଆଇମା (ଲତା ମଙ୍ଗସ୍କର ଏବଂ ଆଶା ଭୋସ୍‌ଲେଙ୍କର ସମ୍ପର୍କୀୟା ଭଉଣୀ)ଙ୍କଠାରୁ ସଙ୍ଗୀତ ଶିକ୍ଷା ନେଇଥିଲେ ।[୧୯][୨୦] ଶ୍ରଦ୍ଧାଙ୍କର ମାଆ ମଧ୍ୟ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ।[୨୧][୨୨]

ଅଭିନୟ ଜୀବନ ସମ୍ପାଦନା

୨୦୧୦ରେ ଶ୍ରଦ୍ଧା ‌ତିନ୍ ପତି‌ ଚଳଚ୍ଚିତ୍ରରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରତରେ ଅଭିନେତା ଅମିତାଭ ବଚ୍ଚନ, ଆର୍ ମାଧବନ୍, ବେନ୍ କିଙ୍ଗ୍‌ସ୍‌ଲେ ଆଦି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ଅନେକ ନାକାରତ୍ମକ ମତାମତ ମିଳିଥିଲା ।[୨୩][୨୪] ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୨୫][୨୬][୨୭] ଏହାପରେ ଶ୍ରଦ୍ଧା ‌ଲଭ୍ କା ଦ ଏଣ୍ଡ‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୮][୨୯] ଏହି ଚଳଚ୍ଚିତ୍ରଟି ମଧ୍ୟମ ଧରଣର ବ୍ୟବସାୟ କରିଥିଲା ଏବଂ ସମୀକ୍ଷକଙ୍କଠାରୁ ମିଶ୍ରିତ ମନ୍ତବ୍ୟ ପାଇଥିଲା ।[୩୦][୩୧][୩୨] ଶ୍ରଦ୍ଧାଙ୍କର ଏହି ଅଭିନୟ ପାଇଁ ସେ ଷ୍ଟାର ଡଷ୍ଟରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୩୩] ଏହାପରେ ସେ ‌ଆଶିକ୍-୨‌ରେ ଅଭିନ୍ୟ କରିଥିଲେ ।[୨୮]

୨୦୧୩ରେ ଶ୍ରଦ୍ଧା ୧୯୯୦ରେ ମୁକ୍ତିଲାଭ କରିଥିବା ‌ଆଶିକ୍‌ ଚଳଚ୍ଚିତ୍ରର ୨ୟ ଭାଗ ‌ଆଶିକ୍-୨‌ରେ ଆଦିତ୍ୟ ରାୟ କପୁରଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା ।[୩୪][୩୫] ଏହି ଚଳଚ୍ଚିତ୍ର ପାଇଁ ସମୀକ୍ଷକମାନେ ମଧ୍ୟ ଭଲ ମନ୍ତବ୍ୟ ଦେଇଥିଲେ ।[୩୬][୩୭] ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧାଙ୍କୁ ବିଭିନ୍ନ ପୁରସ୍କାର ଉତ୍ସବରେ ମନୋନୀତ କରାଯାଇଥିଲା ଏବଂ ଫିଲ୍ମ‌ଫେୟାରରେ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୩୮] ସେହି ବର୍ଷ ସେ ମଧ୍ୟ ଏକ ଚଳଚ୍ଚିତ୍ର ‌ଗୋରୀ ତେରି ପ୍ୟାର୍ ମେ‌ରେ ଅତିଥୀ କଳାକାର ଭାବରେ ଅଭନୟ କରିଥିଲେ ।[୩୯]

ଏହାପରେ ୨୦୧୪ରେ ଶ୍ରଦ୍ଧା ‌ଏକ୍ ଭିଲିଆନ୍‌ ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମାଲହୋତ୍ର ଏବଂ ରିତେଶ ଦେଶମୁଖଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ‌ଗଲ୍ଲିୟାଁ‌ ଗୀତ ମଧ୍ୟ ଶ୍ରଦ୍ଧା ନିଜେ ଗାଇଥିଲେ ।[୪୦][୪୧] ଏହି ଅଭିନୟ ପାଇଁ ମଧ୍ୟ ଶ୍ରଦ୍ଧା ଭଲ ମନ୍ତବ୍ୟ ପାଇଥିଲେ ।[୪୨] ଏହି ଚଳଚ୍ଚିତ୍ରଟି ମଧ୍ୟ ବ୍ୟବସାୟିକ ସଫଳତା ପାଇଥିଲା ।[୪୩] ସେହିବର୍ଷ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ‌ହାଇଦର୍‌ ମୁକ୍ତିଲାଭ କରିଥିଲା ।[୪୪] ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ତବୁ ଅଭିନୟ କରିଥିଲେ ।[୪୫] ସେହିବର୍ଷ ଶ୍ରଦ୍ଧା କରଣ ଜୋହରଙ୍କ ଚଳଚ୍ଚିତ୍ର ‌ଉଙ୍ଗଲି‌ରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ ।[୪୬]

୨୦୧୫ରେ ଶ୍ରଦ୍ଧା ‌ABCD-2‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ପିଲାଦିନର ସାଙ୍ଗ ବରୁଣ ଧବନ ଆଭିନୟ କରିଥଲେ । [୪୭][୪୮] ଏହି ଚଳଚ୍ଚିତ୍ର ପାଇଁ ନୃତ୍ୟଗୁରୁ ପ୍ରଭୁଦେବା ଏବଂ ରେମୋ ଡିସୋଜାଙ୍କଠାରୁ ବିଭିନ୍ନ ପ୍ରକାରର ନୃତ୍ୟ ଶିଖିଥିଲେ ।[୪୯] ଏହି ଚଳଚ୍ଚିତ୍ରଟି ମଧ୍ୟ ବ୍ୟବସାୟିକ ସଫଳତା ପାଇଥିଲା ।[୫୦]

୨୦୧୬ରେ ଶ୍ରଦ୍ଧା ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସ‌‌ହ ବାଘି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫୧][୫୨] ଏହି ଚଳଚ୍ଚିତ୍ରଟି ମଧ୍ୟ ଭଲ ବ୍ୟବସାୟିକ ସଫଳତା ପାଇଥିଲା ।[୫୩][୫୪] ଏହାପରେ ସେ ଏକତା କପୁରଙ୍କ ଚଳଚ୍ଚିତ୍ର ‌ଏ ଫ୍ଲାଇଙ୍ଗ୍ ଜ୍ୟାଟ୍‌‌ରେ ଶ୍ରଦ୍ଧା ଏକ ଗୀତରେ ନୃତ୍ୟ କରିଥିଲେ, ଯେଉଁଥିରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ୍ ଅଭିନୟ କରିଥିଲେ ।[୫୫] ଏହାପରେ ୨୦୦୮ର ଚଳଚ୍ଚିତ୍ର ‌ରକ୍ ଅନ୍‌‌‌ର ୨ୟ ଭାଗ ‌ରକ୍ ଅନ୍-୨‌ରେ ଅଭନେତା ଫରହାନ୍ ଅଖତାର, ଅର୍ଜୁନ ରାମପାଲ ଏବଂ ପ୍ରାଚୀ ଦେଶାଇଙ୍କ ଶ୍ରଦ୍ଧା ଅଭିନୟ କରିଥିଲେ ।[୫୬][୫୭]

୨୦୧୭ର ପ୍ରାରମ୍ଭରେ ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଓକେ ଜାନୁ‌ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧାଙ୍କ ସ‌ହ ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫୮] ଏହିବର୍ଷ ଅନ୍ୟତମ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଚେତନ ଭଗତଙ୍କ ରଚିତ ପୁସ୍ତକ ଉପରେ ନିର୍ମିତ ଚଳଚ୍ଚିତ୍ର ‌ହାଫ୍ ଗାର୍ଲଫ୍ରେଣ୍ଡ‌ । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧାଙ୍କ ସ‌ହ ଅର୍ଜୁନ କପୁର ଅଭିନୟ କରିଥିଲେ ।[୫୯][୬୦]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୦: ତିନ୍ ପତି
  • ୨୦୧୧: ଲଭ୍ କା ଦି ଏଣ୍ଡ
  • ୨୦୧୩: ଆଶିକ୍-୨
  • ୨୦୧୩: ଗୋରୀ ତେରେ ପ୍ୟାର୍ ମେ
  • ୨୦୧୪: ଏକ୍ ଭିଲିଆନ୍
  • ୨୦୧୪: ହାଇଦର୍
  • ୨୦୧୪: ଉଙ୍ଗ୍‌ଲି
  • ୨୦୧୫: ABCD-୨
  • ୨୦୧୬: ବାଘି
  • ୨୦୧୬: ଏ ଫ୍ଲାଇଙ୍ଗ୍ ଜ୍ୟାଟ୍
  • ୨୦୧୬: ରକ୍ ଅନ୍- ୨
  • ୨୦୧୭: ଓକେ ଜାନୁ
  • ୨୦୧୭: ହାଫ୍ ଗାର୍ଲଫ୍ରେଣ୍ଡ
  • ୨୦୧୭: ହସିନା: ଦ କୁଇନ୍ ଅଫ୍ ମୁମ୍ବାଇ

ଆଧାର ସମ୍ପାଦନା

  1. "Happy Birthday Shraddha Kapoor: Rare childhood pics of 'Aashiqui' girl". The Indian Express. 3 March 2016. Retrieved 26 April 2017.
  2. Groves, Don (15 May 2016). "Bollywood Box Office: Tiger Shroff And Shraddha Kapoor A Hot Item in 'Baaghi'". Forbes. Retrieved 26 April 2017.
  3. "Kangana Ranaut, Deepika Padukone, Shraddha Kapoor, Other Top 5 Actresses of 2015 So Far". ibtimes.co.in. Retrieved 26 April 2017.
  4. "I was most upset with the way people were talking about my dad: Shraddha - Times of India".
  5. "Stealing beauty - Shraddha Kapoor shimmies her way to the top". filmfare.com. Retrieved 26 April 2017.
  6. Kathait, Minakshi S. (29 January 2013). "I don't need a godfather: Siddhanth Kapoor". Hindustan Times. Archived from the original on 13 March 2014. Retrieved 26 April 2014.
  7. ""Govinda has spoilt my dad!" Says Varun Dhawan The young heartthrob revealed a secret about Govinda on the sets of DID Super Moms". zeetv.com. Retrieved 26 April 2017.
  8. "I professed my love for Varun Dhawan years ago: Shraddha Kapoor". hindustantimes.com. Retrieved 26 April 2017.
  9. "Varun Dhawan is the most versatile actor of our generation: Shraddha Kapoor". intoday.in. Retrieved 26 April 2017.
  10. "Varun Dhawan And Shraddha Kapoor Share A Crazy Side Of Their Childhood". businessofcinema.com. Retrieved 26 April 2017.
  11. "Athiya Shetty: My grandfather is larger than life for me as he has never discriminated between a boy and a girl". TheTimesofIndia. Retrieved 26 April 2017.
  12. "I felt more competitive at 17: Shraddha Kapoor". TimesofIndia.com. Archived from the original on 2013-10-29. Retrieved 26 April 2017.
  13. "Aww news of the day: Shraddha had a crush on Tiger Shroff in school". hindustantimes.com. Retrieved 26 April 2017.
  14. "If not an actor, I'd be a popstar: Shraddha Kapoor". hindustantimes.com. Archived from the original on 31 July 2015. Retrieved 26 April 2017.
  15. "I was most upset with the way people were talking about my dad: Shraddha". TimesofIndia.com. Archived from the original on 2013-10-19. Retrieved 26 April 2017.
  16. "You dare not mess with Shraddha". Filmfare.com. Retrieved 26 April 2017.
  17. "9 things you never knew about Shraddha Kapoor". vogue.in. Retrieved 26 April 2017.
  18. "Birthday Special: 10 Lesser Known Facts About Shraddha Kapoor". businessofcinema.com. Retrieved 26 April 2017.
  19. "Shraddha Kapoor: Grandparents are Real Treasures of Our Lives". ndtv.com. Retrieved 26 April 2017.
  20. "Shraddha Kapoor, family, at her grandfather's prayer meet". rediff.com. Retrieved 26 April 2017.
  21. ""We share everything except our husbands" - Padmini Kolhapure". filmfare.com. Retrieved 26 April 2017.
  22. "Shraddha Kapoor turns to grandfather for last minute music tip". intoday.in. Retrieved 26 April 2017.
  23. Arora, Preeti. "Teen Patti: Just one big bluff". Rediff.com. Retrieved 26 April 2017.
  24. Kazmi, Nikhat (25 February 2010). "Teen Patti". The Times of India. Retrieved 26 April 2017.
  25. "Dream come true to work with Big B, say `Teen Patti` debutant actors". Zee News. 10 January 2010. Archived from the original on 4 March 2016. Retrieved 26 April 2017.
  26. "All India 2010 (Figures in INR Crore)". Box Office India. Archived from the original on 20 October 2013. Retrieved 26 April 2017.
  27. "Love, sex and horror rule at the box office". Rediff.com. 22 March 2010. Retrieved 26 April 2017.
  28. ୨୮.୦ ୨୮.୧ Shah, Kunal M. (16 June 2012). "Shraddha Kapoor shown the door by Yash and Aditya Chopra". Mid Day.
  29. "'Luv Ka The End' based on my own heartbreak: Shenaz". Deccan Herald. 4 May 2011. Retrieved 26 April 2017.
  30. "All India 2011 (Figures in INR Crore)". Box Office India. Archived from the original on 20 October 2013. Retrieved 26 April 2017.
  31. "Luv Ka The End". Bollywood Hungama. Retrieved 26 April 2017.
  32. "Luv Ka The End Review". koimoi.com. Retrieved 26 April 2017.
  33. "10 years of Max Stardust Awards". MxM India. Retrieved 26 April 2017.
  34. "Worldwide TOP TEN 2013". Box Office India. 12 December 2013. Archived from the original on 4 January 2014. Retrieved 26 April 2017.
  35. "Aashiqui 2 Is BLOCKBUSTER: Heads For 70 Crore Plus Business". Box Office India. 18 May 2013. Archived from the original on 7 June 2013. Retrieved 26 April 2017.
  36. Chopra, Anupama (26 April 2013). "Anupama Chopra's review: Aashiqui 2". Hindustan Times. Archived from the original on 30 May 2013. Retrieved 26 April 2017.
  37. Chakravorty, Vinayak (26 April 2013). "Aashiqui 2 movie review". India Today. Retrieved 26 April 2017.
  38. "59th Idea Filmfare Awards Nominations". Filmfare. 13 January 2013. Retrieved 26 April 2017.
  39. "Punit Malhotra: Shraddha Kapoor was the first choice for Gori Tere Pyaar Mein". NDTV. 21 November 2013. Archived from the original on 29 March 2014. Retrieved 26 April 2017.
  40. "Shraddha Kapoor turns singer for 'Ek Villain'". The Indian Express. 2 May 2014. Retrieved 26 April 2017.
  41. "Ek Villain not inspired by Korean film, says Mohit Suri". India Today. 28 May 2014. Retrieved 26 April 2017.
  42. Tandon, Raedita (26 June 2014). "Movie Review: Ek Villain". Filmfare. Retrieved 26 April 2017.
  43. Mobhani, Suleman. "Bollywood's 100 Crore club". Bollywood Hungama. Retrieved 26 April 2017.
  44. Mehta, Ankita (1 October 2014). "'Haider' Movie Review: A Brilliant Cinematic Experience". International Business Times. Retrieved 26 April 2017.
  45. Das, Kusumita (2 October 2014). "Movie Review 'Haider': Devastatingly beautiful". Deccan Chronicle. Retrieved 26 April 2017.
  46. "Shraddha Kapoor's 'Dance Basanti' item number in Ungli". Times of India. 28 October 2014. Retrieved 26 April 2017.
  47. "Check out: Shraddha Kapoor and Varun Dhawan commence shooting for ABCD 2". Bollywood Hungama. 2 September 2014. Retrieved 26 April 2017.
  48. "Shraddha Kapoor-Varun Dhawan's 'ABCD 2' to release on June 26, 2015". Daily News and Analysis. 24 August 2014. Retrieved 26 April 2017.
  49. "Shraddha Kapoor : I Thought Of My Dad While Dancing In ABCD 2". filmibeat.com. Retrieved 26 April 2017.
  50. "Top Worldwide Grossers All Time". Box Office India. Archived from the original on 19 September 2015. Retrieved 26 April 2017.
  51. "Baaghi: Shraddha Kapoor talks about kissing childhood buddy Tiger Shroff, learning Kalaripayattu". intoday.in. Retrieved 26 April 2017.
  52. Gupta, Shubhra (29 April 2016). "Baaghi movie review: First half of Tiger, Shraddha film is enjoyable". The Indian Express. Retrieved 26 April 2017.
  53. "Baaghi Goes Into Overdrive On Sunday". Box Office India. 1 May 2016. Retrieved 26 April 2017.
  54. "Box Office: Worldwide Collections of Baaghi". Bollywood Hungama. Retrieved 26 April 2017.
  55. "Shraddha Kapoor shoots for a cameo in A Flying Jatt". Bollywood Hungama. 9 January 2016. Retrieved 26 April 2017.
  56. Seema Sinha (November 11, 2016). "Shraddha Kapoor on Rock on 2: 'When I saw Farhan sing, I knew I wanted to as well'". Firstpost. Archived from the original on 12 November 2016. Retrieved 26 April 2017.
  57. Pooja Pillai (November 3, 2016). "'She taught me to be alone': Shraddha Kapoor on Rock On 2 character". The Indian Express. Retrieved 26 April 2016.
  58. Lohana, Avinash (30 May 2016). "When Shraddha, Aditya pulled an all-nighter". Mumbai Mirror. Retrieved 26 April 2016.
  59. "Shraddha Kapoor nervous about 'Half Girlfriend'". The Indian Express. 10 January 2016. Retrieved 26 April 2017.
  60. "Meet Madhav Jha: Arjun Kapoor begins shooting for 'Half Girlfriend'". Daily News and Analysis. 8 June 2016. Retrieved 26 April 2017.

ଅଧିକ ତ‌ଥ୍ୟ ସମ୍ପାଦନା