ତବୁ
ତବସୁମ୍ ଫାତିମା ହାସିମ୍ (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[୧][୨] ଯେ କଥାଚିତ୍ର ଜଗତରେ ତବୁ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସହ ସେ ୬ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।[୩]
ତବୁ | |
---|---|
ଜନ୍ମ | ତବସୁମ୍ ଫାତିମା ହାସିମ୍ ୪ ନଭେମ୍ବର ୧୯୭୧ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୦-ଏବେଯାଏଁ |
ପିତାମାତା | ଜମାଲ ହାସିମ୍ ଏବଂ ରେଜ୍ୱାନ୍ |
ପୁରସ୍କାର |
|
ତବୁ ହୁ ତୁ ତୁ, ମାଚିସ୍, ବିରାସତ୍, ଚାନ୍ଦିନି ବାର୍, ଚିନି କମ୍, ହାଇଦର୍, ଦୃଶ୍ୟମ୍, ଫିତୁର୍, ଫନା, ବିବି ନଂ-୧, ହମ୍ ସାଥ୍ ସାଥ୍ ହେ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର ଲାଇଫ୍ ଅଫ୍ ପାଇ, ଦ ନମସେକ୍, ଆଙ୍ଗ ଲିରେ ଅଭିନୟ କରିଥିଲେ ।[୪]
ପ୍ରାରମ୍ଭିକ ଜୀବନ
ସମ୍ପାଦନାତବୁ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧][୫] ତବୁଙ୍କର ଜନ୍ମପରେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ତାଙ୍କର ମାଆ ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ । ତବୁ ସେଣ୍ଟ ଅନ୍ନା ହାଇସ୍କୁଲରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ପାଠ ପଢ଼ିବାକୁ ୧୯୮୩ରେ ଯାଇଥିଲେ ।[୭]
ଅଭିନୟ ଜୀବନ
ସମ୍ପାଦନା୧୯୮୦ରେ ତବୁ ବଜାର୍ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ ହମ୍ ନୌଜବାନ୍ ଚଳଚ୍ଚିତ୍ରରେ ଦେବ ଆନନ୍ଦଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର କୁଲି ନଂ ୧ରେ ଭେଙ୍କଟେଶ ଦଗୁପତିଙ୍କ ସହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: ହୁ ତୁ ତୁ, ମାଚିସ୍, ବିରାସତ୍, ଚାନ୍ଦିନି ବାର୍, ଚିନି କମ୍, ହାଇଦର୍, ଦୃଶ୍ୟମ୍, ଫିତୁର୍, ଫନା, ବିବି ନଂ-୧, ହମ୍ ସାଥ୍ ସାଥ୍ ହେ । ଇଂରାଜୀ ଚଳଚ୍ଚିତ୍ର ଲାଇଫ୍ ଅଫ୍ ପାଇ, ଦ ନମସେକ୍, ଆଙ୍ଗ ଲିରେ ମଧ୍ୟ ତବୁ ଅଭିନୟ କରିଥିଲେ ।[୪]
ବନ୍ୟଜନ୍ତୁ ବିବାଦ
ସମ୍ପାଦନା୧୯୯୮ ମସିହାରେ ତବୁଙ୍କ ଦୁଇଟି କୃଷ୍ଣସାର ମୃଗର ହତ୍ୟା ମାମଲାର ଆରୋପ ଲାଗିଥିଲା । ହମ୍ ସାଥ୍ ସାଥ୍ ହେ ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସହ କଳାକାର ସଲମାନ ଖାଁ, ସୈଫ ଅଲ୍ଲୀ ଖାନ, ସୋନାଲୀ ବିନ୍ଦ୍ରେ ଏବଂ ନୀଲମ୍ କୋଠାରୀଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।[୮]
ଅଭିନୀତ କଥାଚିତ୍ର
ସମ୍ପାଦନାତବୁଙ୍କ ଅଭିନୀତ କିଛି ଚଳଚ୍ଚିତ୍ର:
- ୧୯୯୪: ବିଜୟ ପଥ
- ୧୯୯୫: ପ୍ରେମ୍
- ୧୯୯୬: ମାଚିସ୍
- ୧୯୯୬: କଳାପାଣି
- ୧୯୯୬: ନେନେ ପେଲ୍ଲାଦାତା
- ୧୯୯୭: ବିରାସତ୍
- ୧୯୯୯: ହୁ ତୁ ତୁ
- ୨୦୦୦: ଅସ୍ତିତ୍ୱ
- ୨୦୦୧: ଚାନିଦୀ ବାର୍
- ୨୦୦୬: ଫନା
- ୨୦୦୭: ଚିନି କମ୍
- ୨୦୧୪: ହାଇଦର୍
- ୨୦୧୫: ଦୃଶ୍ୟମ୍
- ୨୦୧୬: ଫିତୁର୍
ଆଧାର
ସମ୍ପାଦନା- ↑ ୧.୦ ୧.୧ Nihalani, Govind; Chatterjee, Saibal (2003). Encyclopaedia of Hindi cinema. Encyclopædia Britannica (India), Popular Prakashan. p. 634. ISBN 81-7991-066-0.
- ↑ "Birthday special: Tabu's 10 best performances over the years". CNN-IBN. 4 November 2014. Archived from the original on 6 November 2014. Retrieved 14 April 2017.
- ↑ Padma Awards Announced. Ministry of Home Affairs. 25 January 2011
- ↑ ୪.୦ ୪.୧ Bose, Derek (19 July 2009). "Cut above the rest". The Tribune. Retrieved 14 April 2017.
- ↑ Jahagirdar-Saxena, Shraddha (25 July 2007). "Nothing serious about Tabu". Verve. Retrieved 14 April 2017.
- ↑ Swarup, Harihar (29 April 2007). "Tabu, an actor who does not need make-up". The Tribune. Retrieved 14 April 2017.
- ↑ Martyris, Nina (26 April 2003). "When dosa was a luxury". The Times of India. Archived from the original on 18 July 2013. Retrieved 14 April 2017.
- ↑ "Blackbuck case: Tabu, Salman, Saif charged with poaching". hindi.com. 25 August 2007. Retrieved 14 April 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତବୁ
- ବଲିଉଡ ହଙ୍ଗାମାରେ ତବୁ
- ଇନଷ୍ଟାଗ୍ରାମରେ ତବୁ