ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ
ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ (ମୃତ୍ୟୁ: ୧୯ ଜୁଲାଇ ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶୈଳେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ଶୈଳେନ୍ଦ୍ର ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ଓ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ | |
---|---|
![]() | |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
ଅଫିସରେ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ପୂର୍ବ ଓଡ଼ିଶା (ଏଲ୍ ଏଚ୍) |
ବିଧାୟକ: ୧ମ, ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୫୨ – ୧୯୬୭ | |
ପର ଅଧିକାରୀ | ଦିବାକର ନାଥ ଶର୍ମା |
ନିର୍ବାଚନ ମଣ୍ଡଳୀ | ଆଳି |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ପଦ୍ମ ଚରଣ ନାୟକ |
ପର ଅଧିକାରୀ | ପ୍ରହଲ୍ଲାଦ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ରାଜନଗର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଜୁଲାଇ ୧୯, ୧୯୮୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଏମ୍. ଏନ୍. ଦେବୀ |
ବାପା/ମା' | ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧର୍ମ | ହିନ୍ଦୁ |
ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ
ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓଙ୍କ ବାପାଙ୍କ ନାମ ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଏବଂ ପତ୍ନୀଙ୍କ ନାମ ଏମ୍. ଏନ୍. ଦେବୀ ।[୧] ଶୈଳେନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ୫ଥର କାର୍ଯ୍ୟ କରିଥିଲେ ।[୧]