ଶୈବାଳିନୀ ସାହୁ

ଓଡ଼ିଆ କବୀ

ଶୈବାଳିନୀ ସାହୁ (ଜନ୍ମ: ୧୩ ଏପ୍ରିଲ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକା ଓ ସମାଜସେବୀ । ସେ ଗଳ୍ପ, କବିତା, ପ୍ରବନ୍ଧ, ଗୀତିକବିତା, ଫିଚର ଆଦି ରଚନା କରିଛନ୍ତି ।

ଶୈବାଳିନୀ ସାହୁ
ଜନ୍ମ୧୩ ଏପ୍ରିଲ ୧୯୭୨
କୃତ୍ତାଙ୍ଗ, ଏରସମା, ଜଗତସିଂହପୁର
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିମମତାର ଧାରେ
ବୈବାହିକ-ସାଥୀମନୋରଞ୍ଜନ ସାହୁ
ସନ୍ତାନମୌସମ ରଞ୍ଜନ ସାହୁ, ସୌମ୍ୟରଞ୍ଜନ ସାହୁ
ପିତାମାତା(s)ବୈରାଗୀ ଚରଣ ସାହୁ (ପିତା), ଅନ୍ନପୂର୍ଣ୍ଣା ସାହୁ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ସେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର କୃତ୍ତାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଶୈବାଳିନୀ ନିଜ ପିତାମାତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଉତ୍ତର ୮୦ଦଶକରୁ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କଲେ । ୧୯୮୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଅତୃପ୍ତ ଆତ୍ମା" ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତାଙ୍କ ଲେଖାମାନ ସମାଜ, ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ, ପ୍ରଜାତନ୍ତ୍ର, କାଦମ୍ବିନୀ, ରେବତୀ, ସମାରୋହ, ଅମୃତାୟନ, ଆହ୍ୱାନ[] ଆଦି ପତ୍ରପତ୍ରିକାରେ ପ୍ରକାଶିତ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଆୟୋଜିତ ବହୁଭାଷୀ କବି ସମ୍ମିଳନୀରେ ସେ ଅଂଶଗ୍ରହଣ କରିଥିଲେ ।[][]

ରଚନାବଳୀ

ସମ୍ପାଦନା
  • ଶୈବାଳିନୀ (କବିତା)[]
  • ଇତି ତୁମର ଶୈବାଳିନୀ (କବିତା)
  • ଶବଦରେ ଶବ୍ଦରେ ଶୈବାଳିନୀ (କବିତା)
  • ପ୍ରୀତି କଣିକା (କବିତା)
  • ଫେରିବାକୁ ହେବ (ଗଳ୍ପ)
  • ମମତାର ଧାରେ (ଗଳ୍ପ)
  • ଦ୍ୱାଦଶୀ ଜହ୍ନର ଫଟୋଗ୍ରାଫ୍ (ଗଳ୍ପ)
  • ରାଜପ୍ରାସାଦର ମୋହ (ଗଳ୍ପ)

ଇଂରାଜୀ

ସମ୍ପାଦନା
  • Echoes from Ether (ଓଡ଼ିଆରୁ ଅନୂଦିତ)

ସମ୍ମାନ

ସମ୍ପାଦନା
  • ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ, ଭୁବନେଶ୍ୱର
  • ମୟୂରଭଞ୍ଜ ରୂପା ଥାଳିଆ ତରଫରୁ ସୂର୍ଯ୍ୟ ତନୟା ସମ୍ମାନ
  • ଅପରାହ୍ନ ସାରସ୍ୱତ ସମ୍ମାନ, ବାଲେଶ୍ୱର
  1. "Aahwaan e-Patrika : e-Patrika, Patrika, Magazine, Online Magazine in Odia | aahwaan.com". www.aahwaan.com. Retrieved 2024-11-15.
  2. "ସମାରୋହ". ସମାରୋହ (ପୂଜା ବିଶେଷାଙ୍କ). ଅକ୍ଟୋବର ୨୦୨୩.
  3. https://dharitriepaper.in/uploads/epaper/2023-06/6483a57f7ac51.jpg
  4. "ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ — OdiaBarta.in" (in ଆମେରିକୀୟ ଇଂରାଜୀ). 2024-02-21. Retrieved 2024-11-15.