ଶିବା (୧୯୮୯ର ତେଲୁଗୁ ଚଳଚ୍ଚିତ୍ର)
ଶିବା ୧୯୮୯ ମସିହାରେ ନିର୍ମିତ ଏକ ତେଲୁଗୁ ଭାଷୀ ଭାରତୀୟ ଚଳଚ୍ଚିତ୍ର । ଲେଖକ ତଥା ନିର୍ଦ୍ଦେଶକ ଭାବେ ରାମ ଗୋପଳ ବର୍ମା ଙ୍କର ଏହା ଥିଲା ପ୍ରଥମ ଅବଦାନ ।[୧] ଅର୍ଣ୍ଣପୂର୍ଣ୍ଣା ଷ୍ତୁଡିଓ ଏବଂ ଏସ୍. ଏସ୍. କ୍ରୀଏସନ ବ୍ୟାନରର ଏହି ଚଳଚ୍ଚିତ୍ରଟିର ଯୁଗ୍ମ ପ୍ରଯୋଜକ ଥିଲେ ଆକିନାଇନି ଭେଙ୍କଟ ଏବଂ ୟାରଲାଗଡ୍ଡା ସୁରେନ୍ଦ୍ର । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅକ୍କିନେନି ନାଗାର୍ଜୁନ, ଅମାଲା ଏବଂ ରଘୁବରନ । ଚଳଚ୍ଚିତ୍ରଟି ୧୯୭୨ ମସିହାରେ ନିର୍ମିତ ଚଳଚ୍ଚିତ୍ର Way of the Dragonର ତେଲୁଗୁ ସଂସ୍କରଣ ବା ରିମେକ୍ । [୨]
ଶିବା | |
---|---|
ନିର୍ଦ୍ଦେଶକ | ରାମ ଗୋପଳ ବର୍ମା |
ପ୍ରଯୋଜକ | ଆକିନାଇନି ଭେଙ୍କଟ |
ସଂଳାପ | (କଥା): ରାମ ଗୋପଳ ବର୍ମା |
କଳାକାର | ଅକ୍କିନେନି ନାଗାର୍ଜୁନ, ଅମାଲା , ରଘୁବରନ |
ସଙ୍ଗୀତ | ଇଲ୍ଲାୟାରାଜା |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ତେଲୁଗୁ |
କଥାବସ୍ତୁ
ସମ୍ପାଦନାଶିବା (୧୯୮୯ର ତେଲୁଗୁ ଚଳଚ୍ଚିତ୍ର) ଚଳଚ୍ଚିତ୍ରର କଥାବସ୍ତୁ ଏହିଭଳି:
ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଶିବା ଏକ ନିକଟବର୍ତ୍ତୀ ଗ୍ରାମରୁ ବିଜୟୱାଡ଼ା ଆସନ୍ତି ଉଚ୍ଚତର ଶିକ୍ଷା ପାଇଁଁ । ସେଠାରେ ସେ ତା ଭାଇ ଶରତ ଘରେ ରୁହେ ଏବଂ VAS College of Arts and Sciencesରେ ନାମ ଲେଖାଏ । ଶିବାର ଭାଇ ଶରତ ଏବଂ ଶରତଙ୍କ ଝିଅ କିର୍ତ୍ତୀ ଶିବାର ସେଠାରେ ରହିବା ବିଷୟ ନେଇ ଖୁସି ଥିଲେ ବି ଶରତଙ୍କ ସ୍ତ୍ରୀ ଏକଥା ସହିପାରେ ନାହିଁଁ । ଶିବାକୁ ସେ ଏକ ବୋଝ ସଦୃଶ ମନେ କରନ୍ତି । ଇତି ମଧ୍ୟରେ କଲେଜରେ ଅନେକ ଛାତ୍ର ଶିବାର ବନ୍ଧୁ ବନିଯାଆନ୍ତି ଏବଂ ଏଇ ଅବସରରେ ସେ ଭେଙ୍କେଟ ନାମକ ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କ ଭଉଣୀ ଆଶାକୁ ଭଲ ପାଇ ବସନ୍ତି ।
କଲେଜର ଅପ୍ରତିଦ୍ୱନ୍ଦି ଛାତ୍ର ସଂସଦର ପ୍ରେସିଡେଣ୍ଟ ଜେ ଦୁର୍ଗା ରାଓ (ଯିଏ କି J. D.ନାମରେ ବେଶ ପରିଚିତ) ବାସ୍ତବରେ ଏକ ଗୁଣ୍ଡା ଶ୍ରେଣୀର ପିଲା । ଗୁଣ୍ଡା ସର୍ଦ୍ଦାର ଭବାନୀ ସହ ଏମାନେ ପରିଚିତ । ଭବାନୀ ତାର ଗୁଣ୍ଡାଦଳ ସହ ରାଜନେତା ମାଚିରାଜୁ ପାଇଁ କାମ କରେ । J. D ଅନେକ ସମୟରେ ଗୁଣ୍ଡାଗିରି କରି ଜେଲ ଯାଇଛି , ହେଲେ ଭବାନୀ ମାଚିରାଜୁ ସହାୟତାରେ ତାକୁ ଜାମିନରେ ମୁକୁଳେଇ ଆଣିବାରେ ସକ୍ଷମ ହୋଇଛି । J. D ଥରେ ଯେତେବେଳେ କଲେଜ କ୍ୟାମ୍ପସରେ ଆଶାକୁ ହଇରାଣ କରିବାକୁ ଚେଷ୍ଟା କରେ, ଶିବା J. Dକୁ ସାଇକେଲ ଚେନରେ ଅକ୍ରମଣ କରିଛି । ଏଇଠୁ ଆରମ୍ଭ ହୁଏ ଶିବା ଓ ଗଣେଶ (ଭବାନୀ ଦଲର ଏକ ଗୁଣ୍ଡା) ମଧ୍ୟରେ ଶତ୍ରୁତା ।
ଏହି ଘଟଣା ପରେ ଶିବାର ସାଙ୍ଗସବୁ ଶିବାକୁ କଲେଜ ନିର୍ବାଚନରେ ଛାତ୍ର ସଂସଦର ଅଧ୍ୟକ୍ଷ ଭାବେ ଲଢିବାକୁ ପ୍ରବର୍ତ୍ତାନ୍ତି । କିନ୍ତୁ ଶିବା ଏହି ପଦବୀ ପାଇଁ ନରେଶକୁ ମନୋନୀତ କରିବାକୁ କହେ । ଇତି ମଧ୍ୟରେ ଶିବାକୁ ଶାନ୍ତ କରିବାକୁ ଗଣୈଶ ଅନେକ ଚେଷ୍ଟା କରି ବିଫଳ ହୁଏ । ଭବାନୀ ଏସବୁ କଥା ଶୁଣି ଜାଣିପାରେ ଯେ ଶିବା ଏକ ସାଧାରଣ ପିଲା ନୁହେଁ । ଖାଲି ସେତିକି ନୁହେଁ, J. D ବଦଳରେ ଶିବାକୁ ନିଜ ଦଳରେ ସାମିଲ କରିବାକୁ ସେ ଚିନ୍ତା କରେ ।
ଘତଣାଚକ୍ରରେ ଶିବାକୁ ସମସ୍ତେ ନିଜର କରିବାକୁ ଚେଷ୍ଟା କରନ୍ତି । ଏପରିକି ରାଜନେତା ମାଚିରାଜୁ ମଧ୍ୟ ଭବାନୀକୁ ଛାଡି ଶିବାକୁ ପସନ୍ଦ କରନ୍ତି ଏବଂ ଭବାନୀ ବଦଳରେ ଶିବାକୁ ଆପଣାଇବାକୁ ଚେଷ୍ଟା କରନ୍ତି । ଭବାନୀ ଏକଥା ଜାଣିପାରେ ଏବଂ ପ୍ରତିଶୋଧ ପରାୟଣ ହୋଇ କିର୍ତ୍ତୀକୁ ଅପହରଣ କରାଇନିଏ । ଭବାନୀ ନାମରେ ଏକ ଗ୍ରେପ୍ତାରୀ ୱାରେଣ୍ଟ ଜାରୀ ହୁଏ । ଏଥିରେ ଭୀଷଣ ଅପମାନିତ ବୋଧ କରି ଭବାନୀ କିର୍ତ୍ତୀ ଏବଂ ମାଚିରାଜୁ ଉଭୟଙ୍କୁ ହତ୍ୟା କରିଦିଏ । ପରେ ପରେ ଶିବା ଓ ଭବାନୀ ମଧ୍ୟରେ ଏକ ଦ୍ୱନ୍ଦ ଯୁଦ୍ଧ ହୁଏ । ଯୁଦ୍ଧରେ ହାରି ଭବାନୀ ଆତ୍ମହତ୍ୟା କରିଦିଏ । ରାଜନୀତି ତଥା ଆପରାଧିକ ପୃଷ୍ଠଭୂମି ଉପରେ ଆଧାରିତ ଚଳଚ୍ଚିତ୍ର କଥାବସ୍ତୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ନାଟକୀୟ ।
ଅଭିନୟ
ସମ୍ପାଦନାଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
- ଅକ୍କିନେନି ନାଗାର୍ଜୁନ,
- ଅମାଲା,
- ରଘୁବରନ
- ମୁରଲୀ ମୋହନ
- କେ ଶ୍ରୀନିବାସ ରାଓ
- ଗୋଲାପୁଡି ମାରୁତି ରାଓ
ଇତ୍ୟାଦି
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଇଲୈୟାରାଜା ।[୩] [୪]ଚଳଚ୍ଚିତ୍ରରେ ଥିବା ପାଞ୍ଚୋଟି ଗୀତ ମଧ୍ୟରୁ ଭି ସୁନ୍ଦରମ ମୂର୍ତ୍ତୀ ତିନୋଟି ଗୀତ ରଚନା କରିଛନ୍ତି ଏବଂ ଅନ୍ୟ ଦୁଇଟି ଗୀତ ଏସ୍ ସୀତାରାମ ଶାସ୍ତ୍ରୀ ରଚନ କରିଛନ୍ତି । ଏସ୍ ପି ବାଲସୁବ୍ରମନ୍ୟମ, ଏସ୍ ଜାନକି ଏବଂ କେ ଏସ୍ ଚିତ୍ରା ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।
କଣ୍ଠଶିଳ୍ପୀ
ସମ୍ପାଦନାଗୀତ | ରଚନା | କଣ୍ଠଶିଳ୍ପୀ |
---|---|---|
ସରସାଲୁ | ଏସ୍ ସୀତାରାମ ଶାସ୍ତ୍ରୀ | ଏସ୍ ଜାନକି |
ବଟାନୀ | ଏସ୍ ସୀତାରାମ ଶାସ୍ତ୍ରୀ | ଏସ୍ ପି ବାଲସୁବ୍ରମନ୍ୟମ୍ |
ଏନ୍ନିୟାଲୋ | ଏସ୍ ସୀତାରାମ ଶାସ୍ତ୍ରୀ | ଏସ୍ ପି ବାଲସୁବ୍ରମନ୍ୟମ୍ |
କିସ୍ ମି ହେଲୋ | ଏସ୍ ସୀତାରାମ ଶାସ୍ତ୍ରୀ | ଏସ୍ ପି ବାଲସୁବ୍ରମନ୍ୟମ୍, କେ ଏସ୍ ଚିତ୍ରା |
ଆଧାର
ସମ୍ପାଦନା- ↑ "Ram Gopal Varma to direct sequel of his debut film 'Shiva'". Archived from the original on 18 April 2016. Retrieved 14 May 2018.
{{cite web}}
: CS1 maint: bot: original URL status unknown (link) - ↑ "Shiva returns". Archived from the original on 18 April 2016. Retrieved 14 May 2018.
{{cite web}}
: CS1 maint: bot: original URL status unknown (link) - ↑ "Ram Gopal Varma Blogs The Psychological aspect of BackGround Music". Archived from the original on 13 April 2016. Retrieved 14 May 2018.
{{cite web}}
: CS1 maint: bot: original URL status unknown (link) - ↑ "Shiva (Original Motion Picture Soundtrack) - EP". Archived from the original on 13 April 2016. Retrieved 14 May 2018.
{{cite web}}
: CS1 maint: bot: original URL status unknown (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |