ଅକ୍କିନେନି ନାଗାର୍ଜୁନ
ଅକ୍କିନେନି ନାଗାର୍ଜୁନ (ଜନ୍ମ ୨୯ ଅଗଷ୍ଟ ୧୯୫୯) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ ଏବଂ ଦୂରଦର୍ଶନର ଉପସ୍ଥାପକ । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେ ଏବେଯାଏ ପାଖାପାଖି ୯୦ଟିରୁ ଅଧିକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ, ସହକାରୀ ଭୂମିକାରେ ଏବଂ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ସେ ୯ଟି ରାଜ୍ୟ ନନ୍ଦି ପୁରସ୍କାର, ୩ଟି ଦକ୍ଷିଣ ଫିଲ୍ମଫୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଥରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ନିନ୍ନେ ପେଲ୍ଲାଦାତା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।
ଅକ୍କିନେନି ନାଗାର୍ଜୁନ | |
---|---|
ଜନ୍ମ | [୧] | ୨୯ ଅଗଷ୍ଟ ୧୯୫୯
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ, ବ୍ୟବସାୟୀ |
ସକ୍ରିୟ ବର୍ଷ | ୧୯୮୬–ଏବେଯାଏଁ |
ବୈବାହିକ-ସାଥୀs |
|
ସନ୍ତାନ | ଅକ୍କିନେନି ନାଗା ଚୈତନ୍ୟ ଅକ୍କିନେନି ଅଖିଳ |
ପିତାମାତା(s) | ଅକ୍କିନେନି ନାଗେଶ୍ୱର ରାଓ ଅକ୍କିନେନି ଅନ୍ନପୂର୍ଣ୍ଣା |
ନାଗାର୍ଜୁନ ୧୯୮୬ରେ ବିକ୍ରମ ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୯ରେ ମଣିରତ୍ନମ୍ଙ୍କଦ୍ୱାରା ନିର୍ଦ୍ଦେଶିତ ରୋମାଣ୍ଟିକ ଚଳଚ୍ଚିତ୍ର ଗୀତାଞ୍ଜଳୀରେ ଅଭିନୟ କରିଥିଲେ, ଯାହାକି ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ବିବେଚିତ ହୋଇଥିଲା । ସେହି ବର୍ଷ ନାଗାର୍ଜୁନ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଶିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଟା ୧୩ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଚାଲିଥିଲା[୨] ଏବଂ ସେହି ଚଳଚ୍ଚିତ୍ରର ହିନ୍ଦୀ ରିମେକରେ ନାଗାର୍ଜୁନ ୧୯୯୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କଲେ ।
ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୧୩ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଚଳଚ୍ଚିତ୍ର ଉତ୍ସବରେ ନାଗାର୍ଜୁନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତା ରମେଶ ସିପ୍ପି ଏବଂ ବିଶାଲ ଭରଦ୍ୱାଜଙ୍କ ଦକ୍ଷିଣ ଭାରତର ଚଳଚ୍ଚିତ୍ରକୁ ଉପସ୍ଥାପିତ କରିଥିଲେ ।[୩] ୧୯୯୫ ମସିହାରେ ନାଗାର୍ଜୁନ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ସେ ଆମେରିକାର ଏମ୍ମି ପୁରସ୍କାର ବିଜୟୀ ଏକ ଆନିମେସନ କମ୍ପାନୀର ମଧ୍ୟ ସହ ନିର୍ଦ୍ଦେଶକ ଥିଲେ ।[୪] ନାଗାର୍ଜୁନ ତାଙ୍କ ଭାଇ ଅକ୍କିନେନି ଭେଙ୍କଟ ରତ୍ନମ୍ଙ୍କ ସହ ଏକ ପ୍ରଡ଼କ୍ସନ କମ୍ପାନୀର ସହ ମାଲିକ ଅଛନ୍ତି । ନାଗାର୍ଜୁନଙ୍କ ବାପା ନାଗେଶ୍ୱର ରାଓଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓ ଏବଂ ଅନ୍ନପୂର୍ଣ୍ଣା ଆନ୍ତର୍ଜାତୀୟ ଫିଲ୍ମ ଏବଂ ମିଡ଼ିଆ ସ୍କୁଲର ସଭାପତି ଅଛନ୍ତି ।[୫][୬][୭]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
ସମ୍ପାଦନାଅକ୍କିନେନି ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତା ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ଅକ୍କିନେନି ନାଗେଶ୍ୱର ରାଓ ଏବଂ ଅନ୍ନପୂର୍ଣ୍ଣା ଅକ୍କିନେନି । ଏହା ପରେ ତାଙ୍କ ପରିବାର ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଯାଇଥିଲେ, ଯେଉଁଠାରେ ସେ ହାଇଦ୍ରବାଦ ପବ୍ଲିକ ସ୍କୁଲ ଏବଂ ଲିଟଲ୍ ଫ୍ଲାୱାର ଜୁନିଅର କଲେଜରେ ପଢ଼ିଥିଲେ । କଲେଜ ଅଫ ଇଞ୍ଜିନିୟରିଂରୁ ସେ ତାଙ୍କର ଯନ୍ତ୍ରଶାସ୍ତ୍ର ସ୍ନତକ ଶେଷ କରିଥିଲେ । ନାଗାର୍ଜୁନ ଇଷ୍ଟର୍ଣ୍ଣ ମିଚିଗାଁ ବିଶ୍ୱବିଦ୍ୟାଳୟରୁ ଅଟୋମୋବାଇଲ ଯନ୍ତ୍ରଶାସ୍ତ୍ରରେ ମଷ୍ଟର ଡିଗ୍ରୀ ହାସଲ କରିଥିଲେ ।[୯][୧୦] ନାଗାର୍ଜୁନ ୧୯୮୪ରେ ତେଲୁଗୁ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାୟକ ଭେଙ୍କଟେଶ ଦଗୁପତ୍ତିଙ୍କ ଭଉଣୀ ଲକ୍ଷ୍ମୀ ଦଗୁପତ୍ତି ରାମନାୟିଡ଼ୁଙ୍କୁ ବିବାହ କରିଥିଲେ ମାତ୍ର ୧୯୯୦ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅକ୍କିନେନି ନାଗ ଚୈତନ୍ୟ ଏହି ଦୁଇଜଣଙ୍କର ପୁଅ । ଏହାପରେ ନାଗାର୍ଜୁନ ପୁଣିଥରେ ୧୯୯୨ରେ ଅଭିନେତ୍ରୀ ଆମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ଅଖିଳ ଅକ୍କିନେନି ।
ଚଳଚ୍ଚିତ୍ର ଜୀବନ
ସମ୍ପାଦନା୧୯୬୭ ମସିହାରେ ଜଣେ ଶିଶୁ କଳାକାର ଭାବରେ ନାଗାର୍ଜୁନ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଭେତରନ୍ ଅଦୁର୍ଥି ସୁବାରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ସୁଡ଼ିଗୁଣ୍ଡାଲୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାଗାର୍ଜୁଙ୍କର ବାପା ଅକ୍କିନେନି ନାଗେଶ୍ୱର ରାଓ ଅଭିନୟ କରୁଥିବା ବେଳ ନାଗାର୍ଜୁନଙ୍କୁ ଏକ ଶିଶୁ କଳାକାରର ଭୂମିକା ନିଭେଇବାର ସୁଯୋଗ ମିଳିଥିଲା । ଏହାପରେ ୧୯୮୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ବିକ୍ରମରେ ନାଗାର୍ଜୁନ ନାୟକ ରୂପେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୧୯୮୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହିରୋର କାହାଣୀ ଉପରେ ପୁନଃ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଭି. ମଧୁସୂଦନ ରାଓଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା ଏବଂ ନାଗାର୍ଜୁନଙ୍କ ସଫଳତାର ସିଡ଼ି ଚଢ଼ା ଆରମ୍ଭ ହୋଇଥିଲା ।
ପରେ ପରେ, ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଦାସରୀ ନାରାୟଣ ରାଓଙ୍କ ନିର୍ଦ୍ଦେଶିତ ମଞ୍ଜୁ ଚଳଚ୍ଚିତ୍ରରେ ନାଗାର୍ଜୁନଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ନାଗାର୍ଜୁନଙ୍କୁ ଅନେକ ସାକାରତ୍ମକ ସମୀକ୍ଷା ମିଳିଥିଲା । ଏହା ପରେ ନିର୍ଦ୍ଦେଶକ ଦେବୁତାନ୍ତ ଗୀତା କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଏବଂ ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ସଂକୀର୍ତ୍ତନରେ ନାଗାର୍ଜୁନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତା'ର କାହାଣୀ ଏବଂ ଗୀତ ପାଇଁ ପ୍ରଶଂସିତ ହୋଇଥିଲା ।
ଏହା ପରେ ୧୯୮୮ରେ ନାଗାର୍ଜୁନ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀ ଏବଂ ସୁଭାସିନୀଙ୍କ ସହ ଆଖାରୀ ପୋରତମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶନାରେ ବିଜୟଶାନ୍ତିଙ୍କ ସହ ନାଗାର୍ଜୁନଙ୍କ ଜାନକୀ ରାମୁଡ଼ୁ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୮୯ରେ ମଣି ରତ୍ନମ୍ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଗୀତାଞ୍ଜଳୀରେ ନାଗାର୍ଜୁନଙ୍କ ଅଭିନୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲୋକପ୍ରିୟ କରାଇଥିଲା । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର ଥିଲା ।
ଏହା ପରେ କଲେଜରେ ଚାଲୁଥିବା ରାଜନୀତିକୁ ନେଇ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶନାରେ ନାଗାର୍ଜୁନ ଶିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୦ରେ ସେହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ପୁନଃ ନିର୍ମାଣ କରାଗଲା ଏବଂ ନାଗାର୍ଜୁନ ନାୟକ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୧୯୯୪ରେ ନାଗାର୍ଜୁଙ୍କର ଅଭିନୀତ ଚଳଚ୍ଚିତ୍ର ହେଲୋ ବ୍ରଦର ପରବର୍ତ୍ତୀ ସମୟରେ ୧୯୯୬ରେ ହିନ୍ଦୀରେ ପୁନଃ ନିର୍ମିତ ହୋଇ ଜୁଡ଼ୁଆ ମୁକ୍ତିଲାଭ କରିଥିଲା । ପରେ ପରେ ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ମନ୍ମଥୁଡ଼ୁ, ଶିବମଣୀ, ସନ୍ତୋସମ୍, ମାସ୍, ସୁପର, ଡନ୍ ନଂ ୱାନ, ଶ୍ରୀ ହରି, କିଙ୍ଗ, ତ୍ରୀଶା କ୍ରୀଷ୍ଣନ୍, ରଗ୍ଡ଼ା, ଗଗନମ୍, ଶିରିଡ଼ି ସାଇ, ଗ୍ରୀକୁଭିରୁଡ଼ୁ, ଭାଇ ପ୍ରଭୃତି ।
ନାଗାର୍ଜୁଙ୍କର ବଡ଼ ପୁଅ ଅକ୍କିନେନି ନାଗା ଚୈତନ୍ୟଙ୍କ ଚଳଚ୍ଚିତ୍ର ୧୦୦% ଲଭ୍ର ସଫଳତା ପରେ ନାଗାର୍ଜୁଙ୍କର ପିତା ଅକ୍କିନେନି ନାଗେଶ୍ୱର ରାଓ ତାଙ୍କର ପରିବାରର ସମସ୍ତେ ମିଶି ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ନାଗାର୍ଜୁଙ୍କୁ ଦେଇଥିଲେ । ଏହା ପରେ ଭଲ କାହାଣୀଟିଏ ଖୋଜିବାକୁ ସମୟ ଲାଗିଥିଲା । ପରେ ଅଭିନେତା ନିତୀନ୍ଙ୍କର ପିତାଙ୍କର ପରାମର୍ଶ କ୍ରମେ ବିକ୍ରମ କୁମାରଙ୍କର କାହାଣୀ ଶୁଣିଥିଲେ । ସେତେବେଳ ବିକ୍ରମ କୁମାରଙ୍କର କାହଣୀ ଉପରେ ନିତୀନ୍ ଏବଂ ନିତ୍ୟା ମେନନ୍ଙ୍କର ଇସ୍କ ଚଳଚ୍ଚିତ୍ରରେ ସୁଟିଂ ଚାଲିଥିଲା । ନାଗାର୍ଜୁନଙ୍କୁ ଏହି କାହାଣୀ ପସନ୍ଦ ଆସିଥିଲେ ମଧ୍ୟ ସେ ଇସ୍କ ଦେଖିସାରିବା ପରେ ନୂଆ ଚଳଚ୍ଚିତ୍ରରେ କାମ କରିବେ ବୋଲି ସ୍ପଷ୍ଟ କରିଥିଲେ ।[୧୧] ଏହାପରେ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓଙ୍କ ହସ୍ତକ୍ଷେପରେ କୁମାର ପୂର୍ବ କାହାଣୀରେ ଟିକେ ପରିବର୍ତ୍ତନ କରିଥିଲେ । ଏହା ପରେ ନାଗାର୍ଜୁନ ଏବଂ ନାଗେଶ୍ୱର ରାଓଙ୍କର ସହମତିରେ ନିର୍ମାଣା ହୋଇଥିଲା ମନମ୍ । ନାଗେଶ୍ୱର ରାଓ ଏହି ଚଳଚ୍ଚିତ୍ରଟିର ନାମ ରଖିଥିଲେ ମନମ୍ ଯାହାର ଅର୍ଥ ହେଉଛି ଆମେ ।[୧୨][୧୩] ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ, ନାଗା ଚୈତନ୍ୟ ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଥିବା ବେଳେ ନାଗାର୍ଜୁନଙ୍କର ସାନ ପୁଅ ଅଖିଳ ଅକ୍କିନେନି ଏବଂ ପତ୍ନୀ ଆମଲା ଅକ୍କିନେନି ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ । ନାଗେଶ୍ୱର ରାଓଙ୍କ ଅନୁରୋଧ କ୍ରମେ ଅମିତାଭ ବଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ ।[୧୪] ୨୦୧୪ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ବେଳକୁ ନାଗେଶ୍ୱର ରାଓଙ୍କର ଦେହାନ୍ତ ହୋଇସାରିଥିଲା ।
ଚଳଚ୍ଚିତ୍ର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ
ସମ୍ପାଦନାଦୂରଦର୍ଶନ
ସମ୍ପାଦନା୨୦୦୯ରେ ନାଗାର୍ଜୁନ ସୋପ ଅପରା ୟୁଭା ପାଇଁ ପ୍ରଥମ କରି ଦୂରଦର୍ଶନରେ ପ୍ରଯୋଜନା କରିଥିଲେ ।[୧୫] ମାଆ ଟିଭିର ମାଲିକ ହେଉଛନ୍ତି ନାଗାର୍ଜୁନ । [୧୬] କୋନ୍ ବନେଗା କରୋଡ଼ପତିର ତେଲତୁଗୁ ସଂସ୍କରଣ KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁରେ ନାଗାର୍ଜୁନ ସୁତ୍ରଧର ଭୂମିକାରେ ଟିଭିରେ ପ୍ରଥମ କରି ଦେଖାଦେଇଥିଲେ । ଏହାର ଦୁଇଟି ସଂସ୍କରଣ ମାଆ ଟିଭିରେ ପ୍ରସାରିତ ହୋଇସାରିଛି ।[୧୭][୧୮] KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ ପାଇଁ ନାଗାର୍ଜୁନ ୨୦୧୫ରେ ଦୂରଦର୍ଶନର ମନୋରଞ୍ଜନର ସରଦାର ଭାବେ ସମ୍ମାନିତ ହୋଇଥିଲେ ।[୧୯]
ମାଲିକାନା
ସମ୍ପାଦନା୨୦୧୩ରେ ନାଗାର୍ଜୁନ ଭାରତୀୟ ବ୍ୟଡ଼ମିଣ୍ଟନ୍ ଲିଗ୍ରେ ସୁନୀଲ ଗାଭାସ୍କରଙ୍କ ସହ ମୁମ୍ବାଇ ମାଷ୍ଟର୍ସର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସହ ମାହି ରେସିଙ୍ଗ ଟିମ୍ ଇଣ୍ଡିଆର ସହ-ମାଲିକ ହୋଇଥିଲେ ।[୧୭][୨୦][୨୧] ବର୍ତ୍ତମାନ ନାଗାର୍ଜୁନ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ କଲ୍ୟାଣ ଜୁଏଲାର୍ସର ପ୍ରଚାରକ ଅଟନ୍ତି ।[୨୨]
ପରୋପକାର
ସମ୍ପାଦନାନାଗାର୍ଜୁନ ତାଙ୍କ ପତ୍ନୀ ଆମଲାଙ୍କ ସହ ହାଇଦ୍ରାବାଦରେ ଅବସ୍ଥାପିତ ଭାରତୀୟ ପଶୁ କଲ୍ୟଣ ବୋର୍ଡ଼ର ମାନ୍ୟତା ପ୍ରାପ୍ତ ବ୍ଲୁ କ୍ରସ୍ ସଂସ୍ଥାର ସହ-ସଂସ୍ଥାପକ ଅଟନ୍ତି ।[୨୩][୨୪] ହାଇଦ୍ରାବାଦରେ ଥିବା ଏହା ଏକ ବେସରକାରୀ ସଂସ୍ଥା, ଯାହା ପଶୁମାନଙ୍କର ସଂରକ୍ଷଣ ଏବଂ ଅଧିକାର ପାଇଁ କାମ କରୁଛି । ମାଆ ଟିଭି ଆନୁକୂଲ୍ୟରେ ଅନୁଷ୍ଠିତ ଜନ-ଜାଗରଣ ସଭାମାନଙ୍କରେ ନାଗାର୍ଜୁନ ପ୍ରତକ୍ଷ ଭାବରେ ଯୋଗଦେଇଥାନ୍ତି । ସେ ଏଚଆଇଭି/ଏଡସ ସୁରକ୍ଷା ଅଭିଯାନର ପ୍ରମୁଖ ପ୍ରଚାରକ ।[୨୫] ଷ୍ଟାନସ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟ ସଂସ୍ଥାପିତ ଏକ ବିନାଲାଭକାରୀ ସଂସ୍ଥା TeachAIDSଦ୍ୱାରା ନିର୍ମାଣ କରାଯାଇଥିବା ଆନିମେଟେଡ଼ ସଫ୍ଟଓୱାରରେ ୨୦୧୦ ମସିହାରେ ନାଗାର୍ଜୁନ ଅଭିନୟ କରିଥିଲେ ।[୨୬]
ପୁରସ୍କାର ଏବଂ ମନୋନିତ
ସମ୍ପାଦନାନାଗାର୍ଜୁନ ଦୁଇଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, ୯ଟି ନନ୍ଦି ପୁରସ୍କାର ଏବଂ ୩ଟି ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ବର୍ଗ | ମନ୍ତବ୍ୟ |
---|---|---|---|
୧୯୯୬ | ନିନ୍ନେ ପେଲ୍ଲାଦାତା | ଜାତୀୟ ପୁରସ୍କାର- ଶ୍ରେଷ୍ଠ ତେଲୁଗୁ ନାଟ୍ୟ ରୂପକ ଚଳଚ୍ଚିତ୍ର(ପ୍ରଯୋଜକ) | ବିଜୟ |
୧୯୯୭ | ଆନ୍ନାମାୟା | ଜାତୀୟ ଚଳଚ୍ଚିତ୍ର ପୁରସ୍କାର– ସ୍ୱତନ୍ତ୍ର ଜୁରୀ ପୁରସ୍କାର- ଅଭିନେତା |
ନନ୍ଦି ପୁରସ୍କାର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ବର୍ଗ | ମନ୍ତବ୍ୟ |
---|---|---|---|
୧୯୯୬ | ନିନ୍ନେ ପେଲ୍ଲାଦାତା | ନନ୍ଦି ପୁରସ୍କାର- ଅକ୍କିନେନି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ) | ବିଜୟ |
୧୯୯୭ | ଆନ୍ନାମାୟା | ନନ୍ଦି ପୁରସ୍କାର- ଶ୍ରେଷ୍ଠ ଅଭିନେତା[୨୭] | |
୧୯୯୯ | ପ୍ରେମ କଥା | ନନ୍ଦି ପୁରସ୍କାର- ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ) | |
୨୦୦୦ | ଯୁବକୁଡ଼ୁ | ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର(ପ୍ରଯୋଜକ)[୨୮] | |
୨୦୦୨ | ସନ୍ତୋଷମ୍ | ନନ୍ଦି ପୁରସ୍କା- ଶ୍ରେଷ୍ଠ ଅଭିନେତା[୨୭] | |
ମନ୍ମଧୁଡ଼ୁ | ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ) | ||
୨୦୦୬ | ଶ୍ରୀ ରାମଦାସୁ | ଶ୍ରେଷ୍ଠ ଅଭିନେତା | |
୨୦୧୧ | ରାଜାନ୍ନା | ନନ୍ଦି ସ୍ୱତନ୍ତ୍ର ଜୁରୀ ପୁରସ୍କାର (ଅଭିନେତା)[୨୯] | |
ଶ୍ରେଷ୍ଠ ନାଟ୍ୟପ୍ରଦ ଚଳଚ୍ଚିତ୍ର(ପ୍ରଯୋଜକ)[୨୯] |
ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ବର୍ଗ | ମନ୍ତବ୍ୟ |
---|---|---|---|
୧୯୯୬ | ନିନ୍ନେ ପେଲ୍ଲାଦାତା | ଶ୍ରେଷ୍ଠ ଚଳଚ୍ଚିତ୍ରର- ତେଲୁଗୁ(ପ୍ରଯୋଜକ) | ବିଜୟ |
୧୯୯୭ | ଆନ୍ନାମାୟା | ଶ୍ରେଷ୍ଠ ଅଭିନେତା | |
୨୦୧୪ | ମନମ୍ | ଶ୍ରେଷ୍ଠ ଚଳଚ୍ଚିତ୍ର(ପ୍ରଯୋଜକ) | ବିଜୟ |
ଅନ୍ୟାନ୍ୟ ପୁରସ୍କାର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ପୁରସ୍କାର | ମନ୍ତବ୍ୟ | ବର୍ଗ |
---|---|---|---|---|
୧୯୮୬ | ବିକ୍ରମ | ବଂଶୀ ବେର୍କେଲୀ ପୁରସ୍କାର | ବିଜୟ | ଶ୍ରେଷ୍ଠ ଅଭିନେତା |
୧୯୮୯ | ଗୀତାଞ୍ଜଳୀ | ଆନ୍ଧ୍ର ପ୍ରଦେଶ ସିନେଗୋରେସ ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
ଭରତମୁନୀ ପୁରସ୍କାର | ||||
୧୯୮୯ | ଶିବା | ବଂଶୀ ବେର୍କେଲୀ ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
ସିନେମା ଏକ୍ସପ୍ରେମ ପୁରସ୍କାର | ||||
୧୯୯୬ | ନିନ୍ନେ ପେଲ୍ଲାଦାତା | ଆକୃତି ଚଳଚ୍ଚିତ୍ର ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
୧୯୯୭ | ଆନ୍ନାମାୟା | ସ୍କ୍ରୀନ୍ ଭିଡ଼ିଓକନ୍ ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
ଭରତମୁନୀ ପୁରସ୍କାର | ଶ୍ରେଷ୍ଠ ଅଭିନେତା | |||
୨୦୦୦ | ଆଜାଦ୍ | ଆନ୍ଧ୍ର ପ୍ରଦେଶ ଫିଲ୍ମ ସାମ୍ବାଦିକ ସଂଘ ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
2005 | ମାସ୍ | ସିନେମା ପୁରସ୍କାର | ଶ୍ରେଷ୍ଠ ଅଭିନେତା | |
୨୦୧୨ | ରାଜାନ୍ନା[୩୦][୩୧] | ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର | ସ୍ୱତନ୍ତ୍ର ପୁରସ୍କାର (ଅଭିନେତା) | |
ସିନେମା ପୁରସ୍କାର | ଶ୍ରେଷ୍ଠ ଅଭିନେତା (ଜୁରୀ) | |||
୨୦୧୩ | ଶିରିଡ଼ି ସାର[୩୨] | ସିନେମା ପୁରସ୍କାର | ଶ୍ରେଷ୍ଠ ଅଭିନେତା (ଜୁରୀ) |
ଅଭିନୀତ ଚଳଚ୍ଚିତ୍ର
ସମ୍ପାଦନାନାୟକ
ସମ୍ପାଦନା# | ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|---|
୧ | ୧୯୮୬ | ବିକ୍ରମ | ବିକ୍ରମ | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨ | ୧୯୮୬ | କ୍ୟାପ୍ଟେନ ନାଗାର୍ଜୁନ | ନାଗାର୍ଜୁନ | |
୩ | ୧୯୮୬ | ଅରଣ୍ୟକାଣ୍ଡ | ଚୈତନ୍ୟ | |
୪ | ୧୯୮୭ | ମଞ୍ଜୁ | ରାଜେଶ | |
୫ | ୧୯୮୭ | ସଂକୀର୍ତ୍ତନ | କାଶୀ | |
୬ | ୧୯୮୭ | କଲେକ୍ଟର ଗରି ଆବ୍ବାଇ | ରବି | |
୭ | ୧୯୮୭ | ଅଗ୍ନୀ ପୁତ୍ରୁଡ଼ୁ | କାଳୀ ଦାସୁ | |
୮ | ୧୯୮୭ | କିରାଇ ଦାଦା | ବିଜୟ | |
୯ | ୧୯୮୮ | ଆଖାରୀ ପୋରତମ୍ | ବିହାରୀ | |
୧୦ | ୧୯୮୮ | ଚିନ୍ନା ବାବୁ | ବେଣୁ ଗୋପାଳ | |
୧୧ | ୧୯୮୮ | ମୂରଲୀ କ୍ରୀଷ୍ଣୁଡ଼ୁ | ମୂରଲୀ କ୍ରୀଷ୍ଣା | |
୧୨ | ୧୯୮୮ | ଜାନକୀ ରାମୁଡ଼ୁ | ରାମୁ/ରାଙ୍ଗା | |
୧୩ | ୧୯୮୯ | ବିଜୟ | ବିଜୟ | |
୧୪ | ୧୯୮୯ | ବିକି ଦାଦା | ବିକ୍ରମ | |
୧୫ | ୧୯୮୯ | ଗୀତାଞ୍ଜଳୀ | ପ୍ରକାଶ | |
୧୬ | ୧୯୮୯ | ଅଗ୍ନୀ | ପବନ କୁମାର | |
୧୭ | ୧୯୮୯ | ଶିବା | ଶିବା | |
୧୮ | ୧୯୯୦ | ଶିବା[୩୩] | ଶିବା | ହିନ୍ଦୀ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ |
୧୯ | ୧୯୯୦ | ପ୍ରେମ ଯୁଦ୍ଧମ୍ | କଲ୍ୟାଣ | |
୨୦ | ୧୯୯୦ | ନେତି ସିଦ୍ଧାର୍ଥ | ସିଦ୍ଧାର୍ଥ | ହିନ୍ଦୀ ଚଳଚ୍ଚିତ୍ର ଧର୍ମାତ୍ମାର ପୁନଃ ନିର୍ମାଣ |
୨୧ | ୧୯୯୦ | ଇଦ୍ଦାରୁ ଇଦ୍ଦାରେ | ରବି | |
୨୨ | ୧୯୯୧ | ନିର୍ଣ୍ଣୟମ୍ | ବଂଶୀ କ୍ରୀଷ୍ଣା | ମାଲାୟଲାମ ଚଳଚ୍ଚିତ୍ର ବନ୍ଦନମ୍ର ପୁନଃ ନିର୍ମାଣ |
୨୩ | ୧୯୯୧ | ଚୈତନ୍ୟ | ଚୈତନ୍ୟ | |
୨୪ | ୧୯୯୧ | ଶାନ୍ତି କ୍ରାନ୍ତି | କ୍ରାନ୍ତି | |
୨୫ | ୧୯୯୧ | ଯାଇତ୍ରା ଯାତ୍ରା | ତେଜା | |
୨୬ | ୧୯୯୨ | କିଲର୍ | ଇଶ୍ୱର ପ୍ରସାଦ/କ୍ରୀଷ୍ଣା | |
୨୭ | ୧୯୯୨ | ଖୁଦା ଗବାଃ | ରାଜା ମିର୍ଜା | ହିନ୍ଦୀ ଚଳଚ୍ଚିତ୍ର |
୨୮ | ୧୯୯୨ | ଅନ୍ଥମ୍ | ରାଘବ/ଶେଖର | |
୨୯ | ୧୯୯୨ | ଦ୍ରୋହୀ | ରାଘବ/ଶେଖର | ହିନ୍ଦୀ କଥାଚିତ୍ର |
୩୦ | ୧୯୯୨ | ପ୍ରେସିଡେଣ୍ଟ ଗାରୀ ପେଲ୍ଲମ୍ | ରାଜା | |
୩୧ | ୧୯୯୩ | ରକ୍ଷଣା | ବୋସ୍ | |
୩୨ | ୧୯୯୩ | ବରଷାଡ଼ୁ | ବିନୟ | ହିନ୍ଦୀ କଥାଚିତ୍ର ଫୁଲ୍ ୱର୍ କାଣ୍ଟେର ପୁନଃ ନିର୍ମାଣ |
୩୩ | ୧୯୯୩ | ଅଲ୍ଲାରୀ ଅଲ୍ଲୁଡ଼ୁ | କଲ୍ୟାଣ ଏବଂ ରାଜେଶ | |
୩୪ | ୧୯୯୩ | ଗୋବିନ୍ଦ ଗୋବିନ୍ଦ | ଶୀନୁ | |
୩୫ | ୧୯୯୪ | ହେଲ୍ଲୋ ବ୍ରଦର | ଦେବା ଏବଂ ରବି ବର୍ମା | ଦ୍ୱୈତ ଭୂମିକା |
୩୬ | ୧୯୯୪ | କ୍ରିମିନାଲ୍ | ଅଜୟ କୁମାର | ତେଲୁଗୁ ହିନ୍ଦୀ ଦ୍ୱୀଭାଷୀ ଚଳଚ୍ଚିତ୍ର |
୩୭ | ୧୯୯୫ | ସିଶିନ୍ଦ୍ରୀ | ରାଜା | |
୩୮ | ୧୯୯୫ | ଘରନା ବୁଲ୍ଲାଡ଼ୁ | ରାଜୁ | |
୩୯ | ୧୯୯୫ | ଭଜରାମ | ଚକ୍ରି | ମାଲାୟଲମ କଥାଚିତ୍ର ସ୍ପାଦିକମ୍ର ପୁନଃ ନିର୍ମାଣ |
୪୦ | ୧୯୯୬ | ନିନ୍ନେ ପେଲ୍ଲାଦାତା | ଶୀନୁ | |
୪୧ | ୧୯୯୬ | ମି. ବିଚାରା | ଅଜୟ | ହିନ୍ଦୀ ଚଳଚ୍ଚିତ୍ର |
୪୨ | ୧୯୯୬ | ରାମୁଦୋଚାଡ଼ୁ | ରାମ | |
୪୩ | ୧୯୯୭ | ରତ୍ଚଗାନ୍ | ଅଜୟ | ତାମିଲ କଥାଚିତ୍ର |
୪୪ | ୧୯୯୭ | ଆନ୍ନାମାୟା[୩୪] | ଆନ୍ନାମାଚାର୍ଯ୍ୟ | |
୪୫ | ୧୯୯୮ | ଜଖମ | ରମଣ ଦେଶାଇ | ହିନ୍ଦୀ କଥଚିତ୍ର |
୪୬ | ୧୯୯୮ | ଚନ୍ଦ୍ରଲେଖା | ସୀତା ରାମ ରାଓ | |
୪୭ | ୧୯୯୮ | ଅଙ୍ଗାରେ | ରାଜା ଲୋଖନ୍ଦେ | ହିନ୍ଦୀ କଥଚିତ୍ର |
୪୮ | ୧୯୯୮ | ଅଟୋ ଡ୍ରାଇଭର | ଜଗନ | |
୪୯ | ୧୯୯୮ | ଅଭିଦା ମାଆ ଅଭିଦେ | ବିକ୍ରାନ୍ତ | |
୫୦ | ୧୯୯୯ | ସୀତାରାମ ରାଜୁ | ରାମରାଜୁ | |
୫୧ | ୧୯୯୯ | ରବୟୀ ଚନ୍ଦାମାମା | ଶଶୀ | ହିନ୍ଦୀ କଥଚିତ୍ର ମନ୍ର ପୁନଃ ନିର୍ମାଣ |
୫୨ | ୨୦୦୦ | ଆଜାଦ | ଚନ୍ଦ୍ର ଶେଖର ଆଜାଦ | |
୫୩ | ୨୦୦୦ | ନିନ୍ନେ ପ୍ରେମିଷ୍ଠା | ଶ୍ରୀନିବାସ | |
୫୪ | ୨୦୦୦ | ନୁବ୍ବେ ବାସ୍ତବାଣୀ | ଚିନ୍ନି କ୍ରୀଷ୍ଣା | |
୫୫ | ୨୦୦୧ | ଏଦୁରୁଲେନି ମନିଷୀ | ସୂର୍ଯ୍ୟ ମୂର୍ତ୍ତୀ ଏବଂ ସତ୍ୟ | ଦ୍ୱୈତ ଭୂମିକା |
୫୬ | ୨୦୦୧ | ଆକାଶ ବୀଦିଲୋ | ଚନ୍ଦୁ/ଚନ୍ଦ୍ର ଶେଖର | |
୫୭ | ୨୦୦୧ | ବାବା ନଚୁଡ଼ୁ | ଅଜୟ | |
୫୮ | ୨୦୦୧ | ଅଧିପତି | ଜଗନ | ଅତିଥି କଳାକାର |
୫୯ | ୨୦୦୧ | ସ୍ନେହମନ୍ତେ ଇଦେରା | ଅରବିନ୍ଦ | |
୬୦ | ୨୦୦୨ | ଅଗ୍ନୀ ବର୍ଷା | ୟାବକ୍ରୀ | ହିନ୍ଦୀ ଚଳଚ୍ଚିତ୍ର |
୬୧ | ୨୦୦୨ | ସନ୍ତୋଷମ୍ | କାର୍ତ୍ତୀକେୟ | |
୬୨ | ୨୦୦୨ | ମନମ୍ଧୁଡ଼ୁ | ଅଭିରାମ | |
୬୩ | ୨୦୦୩ | ଏଲ୍ ଓ ସି କାରଗିଲି | ମେଜର ପଦ୍ମପାଣୀ ଆଚାର୍ଯ୍ୟ | ହିନ୍ଦୀ କଥାଚିତ୍ର |
୬୪ | ୨୦୦୩ | ଶିବମଣୀ | ଶିବମଣୀ | |
୬୫ | ୨୦୦୪ | ମାସ୍ | ମାସ୍/ଗଣେଶ | |
୬୬ | ୨୦୦୪ | ନେନ୍ନୁନାନୁ | ବେଣୁ ମଧବ | |
୬୭ | ୨୦୦୫ | ସୁପର | ଅଖିଳ | |
୬୮ | ୨୦୦୬ | ଶ୍ରୀ ରାମଦାସୁ[୩୫] | କାଞ୍ଚେର୍ଲା ଗୋପାନ୍ନା | |
୬୯ | ୨୦୦୬ | ବସ୍- ଆଉ ଲଭ ୟୁ | ଗୋପାଳ କ୍ରୀଷ୍ଣା | |
୭୦ | ୨୦୦୭ | ଡନ୍ | ସୂରୀୟା | ହିନ୍ଦୀରେ ଭାଷାନ୍ତରିତ- ଡନ୍ ନଂ ୱାନ |
୭୧ | ୨୦୦୮ | କ୍ରୀଷ୍ଣା ଅର୍ଜୁନ | ଭଗବାନ କ୍ରୀଷ୍ଣା | |
୭୨ | ୨୦୦୮ | କିଙ୍ଗ | କିଙ୍ଗ/ବୋଟ୍ଟୁ ଶୀନୁ/ଶରତ | |
୭୩ | ୨୦୧୦ | କେଡ଼ି | ରମେଶ(ରୁମି) | |
୭୪ | ୨୦୧୦ | ରଗଡ଼ା | ସତ୍ୟ ରେଡ୍ଡି | |
୭୫ | ୨୦୧୧ | ଗଗନମ୍ | ମେଜର ରବୀନ୍ଦ୍ରନ୍ | |
୭୬ | ୨୦୧୧ | ରାଜାନ୍ନା | ରାଜାନ୍ନା | |
୭୭ | ୨୦୧୨ | ଶିରିଡ଼ି ସାଇ | ଭଗବାନ ସାଇ ବାବା | |
୭୮ | ୨୦୧୨ | ଦାମରୁକମ୍ | ମଲ୍ଲିକାର୍ଜୁନ/ମଲ୍ଲୀ | |
୭୯ | ୨୦୧୩ | ଗ୍ରୀକୁ ଭୀରୁଡ଼ୁ | ଚନ୍ଦୁ | |
୮୦ | ୨୦୧୩ | ଶ୍ରୀ ଜଗଦ୍ଗୁରୁ ଆଦି ଶଙ୍କର | ଚଣ୍ଡାଲୁଡ଼ୁ | ଅତିଥି କଳାକାର |
୮୧ | ୨୦୧୩ | ଭାଇ | ବିଜୟ | |
୮୨ | ୨୦୧୪ | ମନମ୍ | ସୀତାରମୁଡ଼ୁ/ନାଗେଶ୍ୱର ରାଓ (ବିଟ୍ଟୁ) | |
୮୩ | ୨୦୧୬ | ସୋଗ୍ଗାଡ଼େ ଚିନ୍ନି ନୟନା | ବଙ୍ଗାରାଜୁ ଏବଂ ରାମ ମୋହନ | ଦ୍ୱୈତ ଭୂମିକା |
୮୪ | ୨୦୧୬ | ଓପିରି | ବିକ୍ରମାଦିତ୍ୟ | ତେଲୁଗୁ ଚଳଚ୍ଚିତ୍ର |
ଥୋଜା | ତାମିଲ କଥାଚିତ୍ର | |||
୮୫ | ୨୦୧୬ | ନିର୍ମଳା କନ୍ଭେଣ୍ଟ | ନାଗାର୍ଜୁନ ଅକ୍କେନେନି | |
୮୬ | ୨୦୧୭ | ଓମ୍ ନମଃ ଭେଙ୍କଟେସାୟ | ହାତୀରାମ ବାବାଜୀ | |
୮୭ | ୨୦୧୭ | ରାଜୁ ଗାରି ଗାଧି-୨ | ରୁଦ୍ର | |
୮୮ | ୨୦୧୭ | ବଙ୍ଗାରାଜୁ | ବଙ୍ଗାରାଜୁ |
ଅତିଥି କଳାକାର
ସମ୍ପାଦନା# | ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|---|
୧ | ୧୯୬୭ | ସୁଡ଼ିଗୁଣ୍ଡାଲୁ | ଶିଶୁ କଳାକାର | |
୨ | ୧୯୮୮ | ରାଓ ଗାରି ଇଲ୍ଲୁ | ନାଗାର୍ଜୁନ | |
୩ | ୧୯୯୫ | ଘଟୋତକଚୁଡ଼ୁ | ଚିତା | |
୪ | ୨୦୦୬ | ସ୍ଟାଇଲ | ମାସ୍ | |
୫ | ୨୦୧୦ | ଥକିଟା ଥକିଟା | ନାଗ୍ | |
୬ | ୨୦୧୫ | ଡୋଙ୍ଗାତା | ନିଜେ ନାଗାର୍ଜୁନ | |
୭ | ୨୦୧୫ | ଅଖିଳ- ଚଳଚ୍ଚିତ୍ର | ନିଜେ ନାଗାର୍ଜୁନ | |
୮ | ୨୦୧୫ | ଇଞ୍ଜି ଇଦୁପଯାଗି | ନାଗାର୍ଜୁନ | ତାମିଲ ଚଳଚ୍ଚିତ୍ର |
ସାଇଜ୍ ଜିରୋ | ତେଲୁଗୁ କଥାଚିତ୍ର | |||
୯ | ୨୦୧୬ | ପ୍ରେମମ୍ | ବିକ୍ରମର ପିତା |
ପ୍ରଯୋଜକ
ସମ୍ପାଦନାବର୍ଷ | ଚଳଚ୍ଚିତ୍ର |
---|---|
୧୯୭୯ | କଲ୍ୟାଣୀ |
୧୯୮୦ | ପିଲ୍ଲା ଜମିନ୍ଦାର |
ବୁଚି ବାବୁ | |
୧୯୮୧ | ପ୍ରେମାଭିଶେକମ୍ |
ପ୍ରେମ କଣୁକା | |
୧୯୮୨ | ଯୁବରାଜୁ |
୧୯୮୩ | ଶ୍ରୀ ରଙ୍ଗ ନୀଥୁଲୁ |
୧୯୯୫ | ସିଶିନ୍ଦ୍ରୀ |
୧୯୯୬ | ନିନ୍ନେ ପେଲ୍ଲାଦାତା |
୧୯୯୮ | ଆହାଃ |
ଶ୍ରୀ ସୀତା ରାମୁଲା କଲ୍ୟାଣମ୍ ଛୋଟାମୁ ରାରାଣ୍ଡି | |
ଚନ୍ଦ୍ରଲେଖା | |
୧୯୯୯ | ପ୍ରେମ କଥା |
ସୀତାରାମ ରାଜୁ | |
୨୦୦୦ | ଯୁବକୁଡ଼ୁ |
୨୦୦୨ | ମନମ୍ଧୁଡ଼ୁ |
୨୦୦୨ | ସତ୍ୟମ୍ |
୨୦୦୪ | ମାସ୍ |
୨୦୦୫ | ସୁପର |
ଅମୁଧେୟ | |
୨୦୧୧ | ରାଜାନ୍ନା |
୨୦୧୩ | ଭାଇ |
୨୦୧୩ | ଉୟାଲା ଜମ୍ପାଲା |
୨୦୧୪ | ମନମ୍ |
୨୦୧୪ | ଓକ୍କା ଲୈଲା କୋସମ୍ |
୨୦୧୬ | ସୋଗ୍ଗାଡ଼େ ଚିନ୍ନି ନୟନା |
୨୦୧୬ | ନିର୍ମଳା କନ୍ଭେଣ୍ଟ |
ଆଧାର
ସମ୍ପାଦନା- ↑ "Akkineni Nagarjuna rings in 56th birthday in Thailand". indianexpress.com.
- ↑ "Directorate of Film Festival" (PDF). Archived from the original (PDF) on 2018-12-25. Retrieved 2016-12-12.
- ↑ "NDTV Movies". ndtv.com. Archived from the original on 2013-12-22. Retrieved 2016-12-12.
- ↑ "45th National Film Awards" (PDF). Directorate of Film Festivals. Retrieved 12 December 2016.
- ↑ "I need a break: Nagarjuna". The Times Of India. 12 December 2016. Archived from the original on 2013-05-21. Retrieved 2016-12-12.
- ↑ "Nagarjuna is brand ambassador for Kalyan Jewellers". Thehindubusinessline.in. 2010-12-01. Retrieved 12 December 2016.
- ↑ "Swept away by 'Nag' magic". The Hindu. Chennai, India. 12 December 2016.
- ↑ "'Prince' and 'King' add Kamma Flavour to Congress". greatandhra.com.
- ↑ "Know your Foe – Eastern Michigan 2009, famous alums, Indian actor Nagarjuna Akkineni". Eastern Michigan University newsletter. Ypsilanti, MI. 12 December 2016.
- ↑ "I chose life over Bollywood: Nagarjuna". The Times Of India. 12 December 2016. Archived from the original on 2012-11-06. Retrieved 2016-12-12.
- ↑ "It is just a speculation : Nagarjuna [Interview]". IndiaGlitz. 20 May 2014. Archived from the original on 6 February 2015. Retrieved 13 January 2017.
- ↑ "Trayam is now Manam?". Sify. 5 February 2013. Archived from the original on 6 February 2015. Retrieved 13 January 2017.
- ↑ Pasupulate, Karthik (19 May 2014). "ANR chose the title Manam: Nagarjuna". The Times of India. Archived from the original on 6 February 2015. Retrieved 13 January 2017.
- ↑ "I was quite nervous and excited while shooting for Manam : Akhil". The Times of India. 31 May 2014. Archived from the original on 3 July 2015. Retrieved 13 January 2017.
- ↑ "Nagarjuna launches 'Yuva'". The Hindu. Chennai, India. 20 November 2007. Archived from the original on 3 December 2007. Retrieved 13 January 2017.
- ↑ "Actor Nagarjuna to focus on entertainment biz". The Hindu Business Line. 20 December 2007. Retrieved 13 January 2017.
- ↑ ୧୭.୦ ୧୭.୧ "Nagarjuna to host Telugu KBC". The Hindu. Chennai, India. 19 April 2014.
- ↑ "Nagarjuna's Meelo Evaru Koteeswarudu Grand Finale On August 7". OneIndia entertainment. 14 August 2014. Archived from the original on 10 August 2014. Retrieved 13 January 2017.
- ↑ "Entertainment Leader Award to Actor Nagarjuna". The New Indian Express. Archived from the original on 2015-10-29. Retrieved 2017-01-13.
- ↑ "Sunil Gavaskar and actor Nagarjuna buy Mumbai franchise of IBL - The Times of India". The Times Of India. 18 July 2013. Archived from the original on 2013-07-21. Retrieved 2017-01-13.
- ↑ "After Megastar its now Superstar". www.cinesprint.com. Archived from the original on 8 August 2014. Retrieved 13 January 2017.
- ↑ "Amitabh Bachchan shoots for Kalyan Jewellers ad with South stars: view pics!". bollywoodlife.com.
- ↑ "Our Team - Blue Cross Of Hyderbad". bluecrosshyd.in. Archived from the original on 2008-08-04. Retrieved 2017-01-13.
- ↑ "Blue Cross of Hyderabad - The Team". Blue Cross of Hyderabad. 26 January 2011. Archived from the original on 4 August 2008. Retrieved 13 January 2017.
- ↑ "Maa Tv associationTeam". Maa Tv Reach out. Chennai, India. 26 January 2011. Archived from the original on 28 January 2011. Retrieved 13 January 2017.
- ↑ "Animation lessons on HIV/AIDS awareness released". The Hindu. Chennai, India. 27 November 2010. Archived from the original on 4 December 2010. Retrieved 13 January 2017.
- ↑ ୨୭.୦ ୨୭.୧ "Many Happy Returns to Nag". IndiaGlitz. 29 August 2007. Archived from the original on 19 January 2017. Retrieved 13 January 2017.
- ↑ "Nandi Awards -2000". 19 September 2002. Retrieved 13 January 2017.
- ↑ ୨୯.୦ ୨୯.୧ "2011 Nandi Awards winners list - The Times of India". The Times of India. 13 October 2012. Archived from the original on 27 June 2013. Retrieved 13 January 2017.
- ↑ "SIIMA: Nagarjuna and others for Telugu nominations - South Cinema - Telugu News - ibnlive". Ibnlive.in.com. 2012-06-05. Archived from the original on 2012-06-09. Retrieved 13 January 2017.
- ↑ 5.50 PM IST 06.18.2012 (2012-06-18). "Kamal Haasan graces CineMAA awards 2012 - Bollywood News & Gossip, Movie Reviews, Trailers & Videos at". Bollywoodlife.com. Retrieved 13 January 2017.
{{cite web}}
: CS1 maint: numeric names: authors list (link) - ↑ "Nitya, Nag bag awards on star-studded night". The Hindu. Chennai, India. 16 June 2013.
- ↑ Chiranjeevi and Nagarjuna's Hindi debuts were Telugu remakes- Times of India . 13 March 2012. Retrieved 13 January 2017.
- ↑ Nagarjuna, KRR team up once again!- Times of India . 16 June 2014. Retrieved 11 September 2014.
- ↑ Sri Ramadasu had 82 working days- Times of India . 21 May 2014. Retrieved 13 January 2017.