ଇଲୈୟାରାଜା

ଭାରତୀୟ ସିନେମା ସଙ୍ଗୀତକାର ଓ ଗାୟକ

ଇଲୈୟାରାଜା ଜଣେ ଭାରତୀୟ ଗୀତିକାର, ଚଳଚ୍ଚିତ୍ର ସଂଗୀତ ସଂଯୋଜକ, ଯନ୍ତ୍ର ସଂଗୀତ ବାଦକ, ଗାୟକ, ସଂଗୀତକାର ତଥା ଚଳଚ୍ଚିତ୍ର ପ୍ରଯୋଜକ । ଭାରତୀୟ ସଂଗୀତରେ ପାଶ୍ଚାତ୍ୟ ସଂଗୀତର ସମ୍ମିଶ୍ରଣ (fusion) କ୍ଷେତ୍ରରେ ସେ ଅନେକ ସଫଳ ପରୀକ୍ଷା ନିରୀକ୍ଷା କରିଥିବାରୁ ସଂଗୀତ ଜଗତରେ ବିଶେଷ କରି ତାମିଲ ଭାଷୀ ସଂଗୀତରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଭାରତୀୟ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତରେ ପାଶ୍ଚାତ୍ୟ ସଂଗୀତ କଳାର ପ୍ରୟୋଗ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅନେକ । ଲଣ୍ଡନସ୍ଥିତ Royal Philharmonic Orchestraଦ୍ୱାରା ପ୍ରସ୍ତୁତ ଏକ ସଂଗୀତର ସ୍ୱର ସଂଯୋଜନା ମାତ୍ର ୧୩ ଦିନ ମଧ୍ୟରେ ରଚନା କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ସଂଗୀତକାର ।[୧]

ଇଲୈୟାରାଜା
Background information
ଜନ୍ମ ସମୟରେ ନାମଜ୍ଞାନଥେସିକନ
Also known as
  • ଇଲୈୟାରାଜା
  • ରାଜା
  • ସାଇଜ୍ଞାନୀ
  • ରାଗଦେବନ
  • God of Music
ଜନ୍ମ (1943-06-02) ୨ ଜୁନ ୧୯୪୩ (ବୟସ ୮୦)
ପାନ୍ନାଇପୁରମ, ଥେନି ଜିଲ୍ଲା, ତାମିଲନାଡୁ, ଭାରତ
ଶୈଳୀ
ପେଷା
ବାଦ୍ୟଯନ୍ତ୍ର
କାର୍ଯ୍ୟକାଳ୧୯୭୬ରୁ ଏଯାଏଁ
ୱେବସାଇଟwww.ilaiyaraajalive.com

ବାଲ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

୨ ଜୁନ ୧୯୪୩ରେ ତାମିଲନାଡୁର ଥେନି ଜିଲ୍ଲା ଅନ୍ତର୍ଗତ ପାନ୍ନାଇପୁରମଠାରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଇଲୈୟାରାଜାଙ୍କ ପିଲାଦିନ ନାମ ଥିଲା ଜ୍ଞାନଥେସିକନ୍ ।[୨] ସ୍କୁଲକୁ ଯିବାପରେ ବାପା ତାଙ୍କ ନାମ ବଦଳାଇ ରାଜାୟା କରିଦେଲେ, ହେଲେ ଗାଆଁରେ କିନ୍ତୁ ତାଙ୍କ ଡାକନାମ ଥିଲା ରାସାୟା ।.[୩] ଇତିମଧ୍ୟରେ ବାଦ୍ୟ ଯନ୍ତ୍ର ଶିକ୍ଷା କରିବାପାଇଁ ସେ ମାଷ୍ଟର ଧନରାଜଙ୍କ ପାଖକୁ ଗଲେ । ମାଷ୍ଟର ଧନରାଜ ତାଙ୍କ ନାମ ରଖିଲେ ରାଜା ।.[୪]

ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଆନ୍ନାକିଲିର ପ୍ରଯୋଜକ ପଞ୍ଚୁ ଅରୁଣାଚଲମ ତାଙ୍କ ନାଆଁରେ ଇଲୈୟା (ଅର୍ଥ: ଛୋଟ) ଯୋଡିଦେଇ ତାଙ୍କ ନୂଆ ନାଆଁ ରଖିଲେ ଇଲୈୟାରାଜା ।[୫]

ଜୀବାଙ୍କୁ ବିବାହ କରିଥିବା ଇଲୈୟାରାଜା ହେଇଛନ୍ତି ତିନୋଟି ସନ୍ତାନର ଜନକ, ଯଥା, କାର୍ତିକ ରାଜା, ଯୁବା ଶଙ୍କର ରାଜା ଏବଂ ଭବତରିଣୀ । ପ୍ରତ୍ୟେକେ ଚଳଚ୍ଚିତ୍ର ସଂଗୀତ ସଂଯୋଜକ ତଥା ଗାୟକ ।.[୬][୭] ୩୧ ଅକ୍ଟୋବର ୨୦୧୧ରେ ସ୍ତ୍ରୀ ଜୀବା ମୃତ୍ୟୂବରଣ କରନ୍ତି । [୮] ଗାଙ୍ଗାଇ ଅମରନ ନାମରେ ଇଲୈୟାରାଜା ଙ୍କର ଜଣେ ଭାଇ ଅଛନ୍ତି । ତାମିଲ ଚଳଚ୍ଚିତ୍ର ଜଗତରେ ସେ ମଧ୍ୟ ଜଣେ ସଂଗୀତ ନିର୍ଦ୍ଦେଶକ ତଥା ଗୀତୀକାର । [୯]

ସଙ୍ଗୀତକାର ଜୀବନ ସମ୍ପାଦନା

ପିଲାଟିଦିନରୁ ସେ ତାମିଲଭାଷୀ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତ ଶୁଣିବାକୁ ଭଲପାଉଥିଲେ ।[୧୦] ମାତ୍ର ୧୪ ବର୍ଷ ବୟସରେ ସେ ତାଙ୍କ ଭାଇ ପାଭାଲାର ବରଦାରାଜନଙ୍କଦ୍ୱାରା ପରିଚାଳିତ ଏକ ଭ୍ରମଣକାରୀ ସଂଗୀତକାର ଦଳରେ ଯୋଗ ଦେଲେ ଏବଂ ପାଖାପାଖି ଦଶ ବର୍ଷ କାଳ ଦକ୍ଷିଣ ଭାରତର ବହୁ ସ୍ଥାନରେ ସଂଗୀତ ପରିବେଷଣ କଲେ । ସେହି ସମୟରେ ସେ ଭାରତର ପ୍ରଥମ ପ୍ରଥାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ପ୍ରଥମ କରି ତାମିଲ କବି କାନ୍ନାଡାସାନ୍ଙ୍କ ଲିଖିତ ଏକ କବିତାର ସଂଗୀତ ସଂଯୋଜନା କରିଥିଲେ ।[୧୧] ୧୯୬୮ ମସିହାରେ ପ୍ରଫେସର ଧନରାଜଙ୍କ ସହ ମିଶି ସେ ଏକ ସଂଗୀତ ପାଠ୍ୟକ୍ରମ ମାଡ୍ରାସଠାରେ ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ସେ ଟ୍ରିନିଟି କଲେଜ ଅଫ୍ ମ୍ୟୁଜିକର ଡିଷ୍ଟାନ୍ସ ଲେର୍ଣିଙ୍ଗ ପାଠ୍ୟକ୍ରମ ଜରିଆରେ କ୍ଳାସିକାଲ ଗିଟାର ଶିକ୍ଷ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।[୧୨]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୧୯୮୪- ଜାତୀୟ ଚଳଚ୍ଚିତ୍ର ପୁରସ୍କାର -ସାଗର ସଂଗମ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
  • ୧୯୮୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ସିନ୍ଧୁ ଭୈରବୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
  • ୧୯୮୯-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ରୁଦ୍ର ବୀଣା ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
  • ୨୦୦୯-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ପାଝାସି ରାଜା ଚଳଚ୍ଚିତ୍ରରେ ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ ପାଇଁ
  • ୨୦୧୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଥାରାଇ ଥାପାଟ୍ଟାଇ ଚଳଚ୍ଚିତ୍ରରେ ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ ପାଇଁ

ଏତଦ ବ୍ୟତୀତ ସଂଗୀତ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କୃତୀ ପାଇଁ ସେ ଭାରତ ସରକାରଙ୍କଦ୍ୱାରା ୨୦୧୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୮ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଆଧାର ସମ୍ପାଦନା

  1. "Mr.Viji Manuel talks about Symphony by Isaignani Ilaiyaraaja". Youtube. 19 October 2015. Retrieved 20 October 2015.[permanent dead link]
  2. "Exclusive biography of #Ilayaraja and on his life". FilmiBeat. Archived from the original on 19 February 2017.
  3. "திரை இசையில் திருப்பம் உண்டாக்கிய இளையராஜா கிராமிய இசைக்கு புத்துயிர் அளித்தார்". Maalai Malar. Archived from the original on 4 January 2015. Retrieved 31 May 2018.
  4. "Humorist springs a surprise". The Hindu. Chennai, India. 2008-08-08. Archived from the original on 9 May 2012.
  5. "Raja and his rule". Deccan Herald.
  6. Sangeetha Devi, K. "Music from the past". Archived 7 November 2012 at the Wayback Machine. The Hindu. 13 January 2007. Accessed 2007-03-03.
  7. Staff reporter. "Ilaiyaraja's daughter gets engaged". Archived 29 April 2007 at the Wayback Machine. The Hindu. 5 August 2005. Accessed 2007-03-03.
  8. "Music maestro Ilayaraja's wife passes away". The Hindu. Chennai, India. 2011-11-01. Archived from the original on 10 December 2011.
  9. "Illayaraja: Gangai Amaran get together again". Behindwoods. 2005-03-12. Archived from the original on 24 July 2012. Retrieved 2012-03-11.
  10. Mohan, A. 1994. Ilaiyaraja: composer as phenomenon in Tamil film culture. M.A. thesis, Wesleyan University (pp. 106–107).
  11. Rangarajan, M. "Memorable evening in many ways". Archived 16 February 2007 at the Wayback Machine. The Hindu. 9 July 2004. Accessed 2006-11-19.
  12. Author unknown. "No point in classifying music, says Ilayaraja". Archived 16 October 2007 at the Wayback Machine. The Hindu. 19 June 2005. Accessed 2007-02-01.

ବାହାର ଲିଙ୍କ ସମ୍ପାଦନା