ଶାନ୍ତି ମହାପାତ୍ର

ଓଡ଼ିଆ ଔପନ୍ୟାସିକା
(ଶାନ୍ତି ମହାପାତ୍ର (ବଳ)ରୁ ଲେଉଟି ଆସିଛି)

ଡଃ ଶାନ୍ତି ମହାପାତ୍ର (ବଳ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ଔପନ୍ୟାସିକା । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ସାହିତ୍ୟ କୃତିରେ ଭ୍ରମଣ ସାହିତ୍ୟ, ଇତିହାସ ଗବେଷଣା ସନ୍ଦର୍ଭ, ଉପନ୍ୟାସ ପ୍ରଭୃତି ଅନେକ ଶ୍ରେଣୀ ରହିଛି ।

ଡଃ ଶାନ୍ତି ମହାପାତ୍ର (ବଳ)
ବୃତ୍ତିଔପନ୍ୟାସିକା, ପ୍ରାଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶିକ୍ଷାଇତିହାସରେ ଡକ୍ଟରେଟ୍ (Ph.D.) (୧୯୯୯)[୧]
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିମୁଁ କୈକେୟୀ କହୁଛି
ସ୍ମୃତି ଅନୁଭୂତିରେ ଆମେରିକା
ମିଜାଜ୍ ଓ ଅନ୍ୟାନ୍ୟ ଗଳ୍ପ
Vaishnavism in Orissa
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୩)
ଜୀବନସାଥୀଗଙ୍ଗାଧର ବଳ
ସନ୍ତାନମିହିର କୁମାର
ତପନ କୁମାର
ଅରୁଣ କୁମାର
ଅଂଶୁମାନ
ପିନାକୀ
ମହାତପା (କନ୍ୟା)

ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।[୨] ଏହି ପୁସ୍ତକର ହିନ୍ଦୀରେ ଅନୁବାଦ ମଧ୍ୟ ରହିଛି ଯାହାର ନାମ – “ମେ କୈକେୟୀ ବୋଲ୍ ରହି ହୁଁ” ।[୩] ତାଙ୍କ ରଚିତ ଓମର ଗୀତିକା, ଓମର ଖାଁଙ୍କ ଗୀତିର ଓଡ଼ିଆ ଅନୁବାଦ ।[୧]

କର୍ମ ଜୀବନ ସମ୍ପାଦନା

ସେ ନିଜର “Vaishnavite trend in oriya literature” ଗବେଷଣା ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ପିଏଚ୍‍ଡି ବା ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ସାହିତ୍ୟ ରଚନା ବ୍ୟତୀତ ସେ ଜଣେ ଇତିହାସ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ ।[୧]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ଉପନ୍ୟାସ ବର୍ଗରେ ପୁରସ୍କୃତ ହୋଇଥିଲା ।[୪] ସେ କବିତା ପାଇଁ ମାତୃଭୂମି, ସହକାରର ମକର ମିଳନୋତ୍ସବରେ ଗଳ୍ପ ପାଇଁ ଜୀବନ ରଙ୍ଗ, ଓଡ଼ିଆ ପତ୍ରିକା “ସୁଚରିତା”ର ବାର୍ଷିକୋତ୍ସବରେ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।[୧]

ରଚନାବଳୀ ସମ୍ପାଦନା

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ମୁଁ କୈକେୟୀ କହୁଛି ୨୦୦୦ ଆର୍ଯ୍ୟ ପ୍ରକାଶନ, କଟକ [୫]
ମିଜାଜ୍ ଓ ଅନ୍ୟାନ୍ୟ ଗଳ୍ପ[୬] ଆର୍ଯ୍ୟ ପ୍ରକାଶନ, କଟକ
ଓମର ଚଉତିଶା[୬] ଗ୍ରନ୍ଥ ମନ୍ଦିର
ଶକ୍ତି ରୂପେଣ ସଂସ୍ଥିତା[୬] ଆର୍ଯ୍ୟ ପ୍ରକାଶନ, କଟକ
ସ୍ମୃତି ଅନୁଭୂତିରେ ଆମେରିକା[୬][୧] ବିଜୟିନୀ ପବ୍ଲିକେଶନ୍
Vaishnavism in Orissa (ଓଡ଼ିଶାରେ ବୈଷ୍ଣବବାଦ) [୧] ପୁଣ୍ଠି ପୁସ୍ତକ, କୋଲକାତା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଶିକ୍ଷାବିତ୍‍ର ଆତ୍ମଲିପି. ବିଜୟିନୀ ପବ୍ଲିକେଶନ୍.
  2. "Odisha Reference Annual - 2011" (PDF). Information & Public Relations Department, Govt. of Odisha. {{cite journal}}: Cite journal requires |journal= (help)
  3. http://www.hindibook.com/index.php?p=sr&Uc=HB-410173
  4. "Odisha Sahitya Akademi". odishasahityaakademi.org.
  5. http://opac.nationallibrary.gov.in/cgi-bin/gw/chameleon?sessionid=2016091421275605820&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=5&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=1971049&authidu=4
  6. ୬.୦ ୬.୧ ୬.୨ ୬.୩ https://www.odishaestore.com/odia-writer-shanti-mohapatra