ଗଙ୍ଗାଧର ବଳ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗଙ୍ଗାଧର ବଳ (୧୦ ଅଗଷ୍ଟ ୧୯୨୭ - ୮ ଫେବୃଆରୀ ୨୦୧୦) ଜଣେ ଓଡ଼ିଆ ପ୍ରାବନ୍ଧିକ ତଥା ସାହିତ୍ୟିକ ଥିଲେ । ତାଙ୍କର ପୁସ୍ତକ “ରୀତିକାବ୍ୟ ସମ୍ପର୍କରେ” ପାଇଁ ସେ ୧୯୯୩ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ଗଙ୍ଗାଧର ବଳଙ୍କ ନାମରେ “ଉତ୍କଳ ସାହିତ୍ୟ ସମାଜ” ଅନୁଷ୍ଠାନ ପକ୍ଷରୁ ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସମ୍ମାନ ପୁରସ୍କାର ପ୍ରଦାନ କରାଯାଏ । ତାଙ୍କୁ ସ୍ମରଣ କରି ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଓ ଭାଷା ସାହିତ୍ୟ ସମାରୋହ ମଧ୍ୟ ଅନୁଷ୍ଠିତ ହୁଏ ।[୧] ୨୦୧୮ ମସିହାରେ ଏହି ପୁରସ୍କାର ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ।[୨]

ଗଙ୍ଗାଧର ବଳ
ଜନ୍ମ ଓ ଜନ୍ମସ୍ଥାନ(1927-08-10)୧୦ ଅଗଷ୍ଟ ୧୯୨୭
ଓସ୍ତପାଳ, ସୁକିନ୍ଦା, ଯାଜପୁର
ମୃତ୍ୟୁ୮ ଫେବୃଆରୀ ୨୦୧୦(2010-02-08) (ବୟସ ୮୨)
ବୃତ୍ତିପ୍ରାବନ୍ଧିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଡି ଏନ ହାଇସ୍କୁଲ
ସାହିତ୍ୟ କୃତିଏକବିଂଶ ଶତାବ୍ଦୀର ସାହିତ୍ୟ
ଆଧୁନିକ ଅବବୋଧ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୫)
ସାରଳା ସମ୍ମାନ (୧୯୯୭)
ଜୀବନସାଥୀଶାନ୍ତି ମହାପାତ୍ର (ବଳ)
ସନ୍ତାନମିହିର କୁମାର
ତପନ କୁମାର
ଅରୁଣ କୁମାର
ଅଂଶୁମାନ
ପିନାକୀ
ମହାତପା (କନ୍ୟା)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଗଙ୍ଗାଧର, ୧୯୨୭ ମସିହା ଅଗଷ୍ଟ ୧୦ ତାରିଖରେ ସୁକିନ୍ଦା ନିକଟସ୍ଥ ଓସ୍ତପାଳ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ନିଜ ମା'ଙ୍କୁ ହରେଇ ସେ ମାମୁଁଘରେ ବଢିଥିଲେ । ପାଠପଢ଼ା ଆରମ୍ଭ କରିଥିଲେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ପୁରୁଣିଆଁ ଗ୍ରାମରେ । ପରେ ସେ କେନ୍ଦୁଝରର ଡି ଏନ ହାଇସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ । ସେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଓଡ଼ିଶା ପ୍ରଶାସନିକ ସେବା ପାଇଁ ତାଙ୍କର ଚୟନ ହୋଇଥିଲେ ମଧ୍ୟା, ସେ ତାଙ୍କୁ ପ୍ରତ୍ୟାଖ୍ୟାନ କରି, ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ସେ ପିଲାଦିନରୁ ଶିବାନନ୍ଦ ସରସ୍ୱତୀଙ୍କଦ୍ୱାରା ଅନୁପ୍ରାଣିତ ଥିଲେ ।[୩]

ରଚନାବଳୀ ସମ୍ପାଦନା

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ସାହିତ୍ୟ ସମାଲୋଚନାରେ ଶାସ୍ତ୍ରୀୟ ଭୂମିକା [୪] ୧୯୯୮ ଆଶା ପୁସ୍ତକାଳୟ
ରୀତିକାବ୍ୟ ସମ୍ପର୍କରେ
ଅମୃତ ପୁତ୍ର (ସନ୍ଥ ଜୀବନୀ) ୧୯୬୦ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍
ଗୋପାଳକୃଷ୍ଣ ସୃଷ୍ଟି-ସମୀକ୍ଷା ୧୯୮୫ ଗ୍ରନ୍ଥ ମନ୍ଦିର
ଗଙ୍ଗାଧର ବଳ ରଚନା ସମଗ୍ର ୨୦୧୩ କଟକ: ଗଙ୍ଗାଧର ବଳ ସ୍ମୃତି ସଂସଦ[୫]
ସାହିତ୍ୟାଲୋକ ୧୯୬୪ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍
ସାହିତ୍ୟ ଆଲୋଚନା ୧୯୬୫ ଗ୍ରନ୍ଥ ମନ୍ଦିର
ଆଲୋକ ଓ ଆଲୋଚନା ୧୯୭୦ ଫ୍ରେଣ୍ଡସ୍ ପବ୍ଲିଶର୍ସ୍
ସାହିତ୍ୟ ଜିଜ୍ଞାସା ୧୯୭୧ ଓଡ଼ିଶା ବୁକ୍ ଷ୍ଟୋର୍
ଭାଷା ଓ କବିବର ରାଧାନାଥ ୧୯୬୮ ସାହିତ୍ୟ ଜଗତ ବାଲେଶ୍ୱର
ରସକଲ୍ଲୋଳ (ସମୀକ୍ଷାତ୍ମକ ଟୀକା) ୧୯୬୪ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍
ବୈଷ୍ଣବ ସାହିତ୍ୟର ତାତ୍ତ୍ୱିକ ଭୂମିକା ୧୯୮୨ ବିଦ୍ୟାପୁରୀ
ସାହିତ୍ୟ ସମାଲୋଚନାର ଶାସ୍ତ୍ରୀୟ ଭୂମିକା ୧୯୮୫ ବିଦ୍ୟାପୁରୀ
ମେହେର ସୃଷ୍ଟି ସମୀକ୍ଷା ୧୯୮୪ ସାଥୀ ମହଲ
ସାହିତ୍ୟିକ ବିଚାର ବିମର୍ଶ ୧୯୮୪ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍
ସ୍ରଷ୍ଟା ଓ ସୃଷ୍ଟି (କବି ଜୀବନୀ) - ପୁରସ୍କୃତ ୧୯୬୧ ବାଣୀ ଭଣ୍ଡାର
କଥା କଳିକା (ଶିଶୁ ସାହିତ୍ୟ) ୧୯୬୩ କନକ ପବ୍ଲିଶିଂ ହାଉସ୍
ଅତୀତର ଅଭୁଲା କାହାଣୀ (କିଶୋର ସାହିତ୍ୟ) ୧୯୭୭ ଛାତ୍ରସାଥୀ
ଆଦିବାସୀ କାହାଣୀ (ଶିଶୁ ସାହିତ୍ୟ) ୧୯୬୨ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍
ମୂକ ରାଜକନ୍ୟା ଓ ଅନ୍ୟାନ୍ୟ କାହାଣୀ ୧୯୭୨ ଛାତ୍ରସାଥୀ
ଉପେନ୍ଦ୍ର ଭଞ୍ଜ ୨୦୦୨ ସାହିତ୍ୟ ଏକାଡେମୀ
ଶିକ୍ଷାବିତ୍‍ର ଆତ୍ମଲିପି (ଆତ୍ମଜୀବନୀ) ୨୦୧୦ ବିଜୟିନୀ ପବ୍ଲିକେଶନ୍

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୩ (“ରୀତିକାବ୍ୟ ସମ୍ପର୍କରେ” ପାଇଁ)[୬]
  • ସାରଳା ସମ୍ମାନ – ୧୯୯୭
  • ୯୮ତମ ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ – ୨୦୦୦
  • ନୀଳଶୈଳ ପୁରସ୍କାର – ୧୯୯୭
  • ଗୋକର୍ଣ୍ଣିକା ପୁରସ୍କାର – ୧୯୯୪
  • ଶିଶୁ ସାହିତ୍ୟ ପୁରସ୍କାର – ୧୯୬୨ (ସ୍ରଷ୍ଟା ଓ ସୃଷ୍ଟି ପାଇଁ)
  • ଝଙ୍କାର ପୁରସ୍କାର – ୧୯୭୭
  • ଆଦିକବି ଉପାୟନ – ୧୯୯୪
  • “ଉତ୍କଳ ପାଠକ ସଂସଦ” ସାରସ୍ୱତ ସମ୍ମାନ – ୧୯୯୪
  • ଓଡ଼ିଶା ପୂଜ୍ୟପୂଜା ଏକାଡେମୀ (କଟକ) ସାରସ୍ୱତ ସମ୍ମାନ – ୧୯୯୫
  • ମାତୃଭୂମି ଓ ସହକାର ସମ୍ମାନ – ୧୯୮୭
  • ଜୀବନରଙ୍ଗ ସମ୍ମାନ – ୧୯୮୭
  • ‘ଚଲାପଥ’ ସମ୍ମାନ – ୧୯୯୭

ଆଧାର ସମ୍ପାଦନା

  1. "ଡକ୍ଟର ପୂର୍ଣଚନ୍ଦ୍ର ମିଶ୍ରଙ୍କୁ ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସମ୍ମାନ" (PDF).[permanent dead link]
  2. "ପ୍ରଫେସର ପୂର୍ଣଚନ୍ଦ୍ର ମିଶ୍ରଙ୍କୁ 'ଗଙ୍ଗାଧର ବଳ ସ୍ମୃତି ସମ୍ମାନ'" (PDF).[permanent dead link]
  3. "ଆଜି ଜନ୍ମଦିନ". No. ସମ୍ବାଦ ୧୦/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ନ ମିଡ଼ିଆ ପ୍ରା ଲି. Archived from the original on 10 August 2020. Retrieved 10 August 2020.
  4. http://opac.nationallibrary.gov.in/cgi-bin/gw/chameleon?sessionid=2016091421275605820&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=59&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=1795530&authidu=4
  5. http://opac.nationallibrary.gov.in/cgi-bin/gw/chameleon?sessionid=2016091421275605820&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=58&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=4443532&authidu=2009
  6. "Odisha Sahitya Akademi". odishasahityaakademi.org. Archived from the original on 2020-02-16. Retrieved 2019-02-21.

Lua error in package.lua at line 80: module 'Module:Authority control/config' not found.