ଶର୍ମିଲି ଅହମଦ
ଶର୍ମିଲି ଅହମଦ (୮ ମଇ ୧୯୪୭ - ୮ ଜୁଲାଇ ୨୦୨୨) ଜଣେ ବାଂଲାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ ।
ଶର୍ମିଲି ଅହମଦ | |
---|---|
শর্মিলী আহমেদ | |
ଜନ୍ମ | ମାଜେଡା ମଲ୍ଲିକ ୮ ମଇ ୧୯୪୭ ବେଲୁର ଚୋକ, ଦମକାଲ, ମୁର୍ଶିଦାବାଦ୍, ବେ ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ |
ମୃତ୍ୟୁ | ୮ ଜୁଲାଇ ୨୦୨୨ ଢାକା, ବଙ୍ଗଳାଦେଶ | (ବୟସ ୭୫)
ଜାତୀୟତା | ବାଂଲାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଉପସ୍ଥାପିକା, ରେଡ଼ିଓ କଳାକାର |
ସକ୍ରିୟ ବର୍ଷ | ୧୯୬୨–୨୦୨୨ |
ପିତାମାତା |
|
ସମ୍ପର୍କୀୟ | ୱାହିଦା ମଲ୍ଲିକ ଜଲି (ଭଉଣୀ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଶର୍ମିଲି ଅହମଦଙ୍କର ଜନ୍ମ ନାମ ଥିଲା ମାଜେଡା ମଲ୍ଲିକ, ଯିଏକି ୧୯୪୭ ମସିହାର ମଇ ୮ ତାରିଖରେ ମୁର୍ସିଦାବାଦର ବେଲୁର ଚୋକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧][୨] ସେ ରାଜଶାହୀ ପିଏନ୍ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ ।[୧]
ଅଭିନୟ ଜୀବନ
ସମ୍ପାଦନାଶର୍ମିଲି ୧୯୬୨ ମସିହାରେ ରାଜଶାହୀ ରେଡିଓରେ ଉପସ୍ଥାପିକା ତଥା ନାଟକ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ ।[୩] ୧୯୬୪ ମସିହାରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୬୮ ମସିହାରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩][୪][୫] ସେ ବାଂଲାଦେଶ ଦୂରଦର୍ଶନରେ ପ୍ରଥମ ଧାରାବାହିକ ଦମ୍ପତିରେ କାମ କରିଥିଲେ ।[୬] ୧୯୭୬ ମସିହାରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଅଗୁନ୍ ନାଟକରେ ସେ ପ୍ରଥମ ଥର ପାଇଁ ମାଆ ଭୂମିକାରେ ଅଭିନୟ କରିଥିଲେ ।[୭] ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟ ଜଗତରେ ସକ୍ରିୟ ଥିଲେ ଏବଂ ପାଖାପାଖି ୪୦୦ କଥାଚିତ୍ର ଏବଂ ୧୫୦ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।
ଲୋକପ୍ରିୟ କାର୍ଯ୍ୟ
ସମ୍ପାଦନାଅଭିନୀତ ଧାରାବାହିକ
ସମ୍ପାଦନା- ଦମ୍ପତି
- ବ୍ରିଶ୍ତିର ପୋରେ (୨୦୦୫)
- ଆମଦେର ଆନନ୍ଦ ବାରି (୨୦୦୫)
- ଆଗନ୍ତୁକ (୨୦୦୫)
- ପୋଶକ (୨୦୦୫)
- ଆଞ୍ଚଲ (୨୦୦୬)
- ଚେନା ମାନୁସର ପଞ୍ଚଲି (୨୦୦୬)
- ଧୁପାଛାୟା (୨୦୦୯)
- ଉପସଂହାର (୨୦୧୦)
- ପୌଷ ଫାଲଗୁନେର ପାଲା (୨୦୧୧)
- ଛେଲେଟି (୨୦୧୧)[୪]
- ଅବର ହାୱା ବାଦଲ (୨୦୧୪)
ଅଭିନୀତ କଥାଚିତ୍ର
ସମ୍ପାଦନା- ଜୁଗ୍ନୁ (୧୯୬୮)[୮]
- ଶୌରାନି ଦୌରାନି (୧୯୬୮)
- ଆବିର୍ଭାବ (୧୯୬୮) - ଲୁନା ଚୌଧୁରୀ
- ଆଲିଙ୍ଗନ (୧୯୬୯)
- ପୋଲତୋକ (୧୯୭୩)
- ଅଗୁନ୍ (୧୯୭୬)
- ବସୁନ୍ଧରା (୧୯୭୭) - ଛବିର ଭଉଣୀ
- ରୁପାଲି ଶୈକତେ (୧୯୭୯)
- ଆରାଧନା (୧୯୭୯) - ପାରୁଲ
- ଇମିଲିର ଗୋଏଣ୍ଡା ବାହିନୀ (୧୯୮୦)
- ଆଶାର ଆଲୋ (୧୯୮୨)
- ଦହନ୍ (୧୯୮୫) - ଆସମା/ଶ୍ରୀମତୀ ମୋଷ୍ଟାକ୍
- ପ୍ରେମିକ (୧୯୮୫)
- ହୁଶିଆର୍ (୧୯୮୮)
- ଲାଲ ଗୋଲାପ
- ସ୍ତ୍ରୀର ପାଓନା (୧୯୯୧) - କବୀରଙ୍କ ମାଆ
- ଟାୟାଗ୍ (୧୯୯୩) - ରାଇହାନଙ୍କ ମାଆ
- ବିକ୍ଷୋଭ (୧୯୯୪) - ଜିହାଦର ମାଆ
- ପ୍ରେମ ଯୁଦ୍ଧ (୧୯୯୪)
- ଆମି ତୋମାରି (୧୯୯୯)
- ସୋବାଇଟୋ ସୁଖୀ ହୋତେ ଚାଇ (୨୦୦୦)
- ଧାୱା (୨୦୦୦)
- ମିଲନ୍ ହୋବେ କତୋ ଦିନେ (୨୦୦୨)
- ସ୍ୱାମୀ ଚିନ୍ତାଇ (୨୦୦୪)
- ମୋହବତ୍ ଜିନ୍ଦବାଦ (୨୦୦୫)
- ଭାଲୋବାଶା ଭାଲୋବାଶା (୨୦୦୬)
- ନା ବୋଲୋନା (୨୦୦୬)
- ଚାଚୁ (୨୦୦୬)
- ଜଜ୍ ଏର ରାଏ ଫାଶି (୨୦୦୭)
- ଦୁଖିନି ଜହର (୨୦୦୭)
- ଟିପ୍ ଟିପ୍ ବ୍ରିଷ୍ଟି (୨୦୦୮)
- ଆକାଶ ଛୋୱ ଭାଲୋବାଶା (୨୦୦୮)
- ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
- ମାଟିର ଠିକାନା (୨୦୧୧)
- ମେହେରଜାନ୍ (୨୦୧୧) - ମେହେରଙ୍କ ମାଆ
- ମୋନର୍ ଜାଲ (୨୦୧୧)
- ସେ ଅମର ମୋନ କେରେଚେ (୨୦୧୨)
- ଆକାଶ କୋତୋ ଦୂରେ (୨୦୧୪)
- ୭୧ ଏର୍ ମା ଜନୋନି (୨୦୧୪)
- ପ୍ରେମ କରବୋ ତୋମାର ସାଥେ (୨୦୧୪)
- ସ୍ୱର୍ଗୋ ଥାକେ ନରକ (୨୦୧୫)
- ଓଚେନା ହ୍ରିଦୋୟ (୨୦୧୫)
- ଏକ ପ୍ରୀଥିବି ପ୍ରେମ (୨୦୧୬)
- ରାତ ଜାଗା ଫୁଲ (୨୦୨୧)
ବ୍ୟକ୍ତିଗତ ଜୀବନ
ସମ୍ପାଦନାଶର୍ମିଲି ଅହମ୍ମଦଙ୍କର ଏକ କନ୍ୟା ସନ୍ତାନ ଥିଲା, ତାନିମା ।[୭] ତାଙ୍କ ସାନ ଭଉଣୀ ୱାହିଦା ମଲ୍ଲିକ ଜଲି ଜଣେ ଥିଏଟର ଅଭିନେତ୍ରୀ ତଥା ସଂଗ୍ରାମୀ ଥିଲେ ।[୯]
ମୃତ୍ୟୁ
ସମ୍ପାଦନାସେ ୨୦୨୨ ମସିହାର ଜୁଲାଇ ୮ ତାରିଖରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।[a]
ଟିପ୍ପଣୀ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ Shah Alam Shazu (August 15, 2010). "Those were the days". The Daily Star. Retrieved November 30, 2015.
- ↑ Afsar Ahmed (May 6, 2005). "Tit Bits – The celebrity name game". The Daily Star. Archived from the original on March 4, 2016. Retrieved December 28, 2015.
- ↑ ୩.୦ ୩.୧ "Bangladesh actress Sharmili Ahmed dies". New Age (in ଇଂରାଜୀ). July 8, 2022. Retrieved July 8, 2022.
- ↑ ୪.୦ ୪.୧ "Through the eyes of Sharmili Ahmed". The Daily Star. 23 September 2017. Retrieved 22 September 2017.
- ↑ Tamanna Khan (26 August 2011). "Television Now and Then". The Daily Star. Archived from the original on 8 December 2015. Retrieved 30 November 2015.
- ↑ Shah Alam Shazu (October 31, 2014). "The Five Generations of TV Heroines". The Daily Star. Retrieved November 30, 2015.
- ↑ ୭.୦ ୭.୧ Punny Kabir (May 12, 2013). "Sharmili Ahmed, symbol of an 'ideal mother'". Dhaka Tribune. Retrieved November 30, 2015.
- ↑ Gazdar, Mushtaq (1997). Pakistan Cinema, 1947–1997. Oxford University Press. p. 260. ISBN 0-19-577817-0.
- ↑ Mohammad Zahidul Islam (September 6, 2014). "Wahida Mollick Jolly". The Daily Star. Retrieved November 30, 2015.
- ↑ "Legendary actress Sharmili Ahmed no more". The Daily Star (in ଇଂରାଜୀ). July 8, 2022. Retrieved July 8, 2022.
- ↑ "Veteran actor Sharmili Ahmed passes away at 75". The Business Standard (in ଇଂରାଜୀ). July 8, 2022. Retrieved July 8, 2022.
ବାହାର ଆଦାହର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶର୍ମିଲି ଅହମଦ