ଶରତ ମିଶ୍ର (ସାମ୍ବାଦିକ)
ଜଣେ ଓଡ଼ିଆ ସାମ୍ବାଦିକ ଓ ସମ୍ପାଦକ ଥିଲେ
ଶରତ ମିଶ୍ର ଜଣେ ଓଡ଼ିଆ ସାମ୍ବାଦିକ ଓ ସମ୍ପାଦକ ଥିଲେ ।[୧] ସେ ସମାଜର ସମ୍ପାଦକ ଓ ବ୍ରହ୍ମପୁରରୁ ପ୍ରକାଶିତ ଅନୁପମ ଭାରତର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୨][୩]
ଶରତ ମିଶ୍ର | |
---|---|
ଜନ୍ମ | ୧୯୩୬ ସୋରଡ଼ା, ଗଞ୍ଜାମା |
ମୃତ୍ୟୁ | ୦୨ ନଭେମ୍ବର ୨୦୨୩ ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଜ୍ୟୋତିର୍ମୟୀ ମିଶ୍ର |
ସନ୍ତାନ | ସଙ୍ଗୀତା ଓ ସୌମ୍ୟା |
ପୁରସ୍କାର | ରାଜା ରାମ ମୋହନ ରାୟ ସମ୍ମାନ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଶରତ ମିଶ୍ର ଗଞ୍ଜାମ ଜିଲାର ସୋରଡ଼ାଠାରେ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ପାରଦର୍ଶିତା ରହିଥିଲା ।[୪] ସେ ଇଷ୍ଟର୍ଣ୍ଣ ଟାଇମ୍ସରୁ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବଙ୍ଗଳା ଖବରକାଗଜ ଅମୃତବଜାର ପତ୍ରିକା ଓ ସମ୍ବାଦରେ ବାର୍ତ୍ତା ସମ୍ପାଦକ ଭାବେ ସେ କାମ କରିଥିଲେ । ସମାଜ, ଅନୁପମ ଭାରତ ଓ ଆମ ସମୟର ପ୍ରତିନିଧି ଆଦି ଖବରକାଗଜରେ ସେ ସମ୍ପାଦନା କରିଥିଲେ ।
ତାଙ୍କ ପତ୍ନୀଙ୍କ ନାମ ଜ୍ୟୋତିର୍ମୟୀ ମିଶ୍ର । ତାଙ୍କର ସଙ୍ଗୀତା ଓ ସୌମ୍ୟା ନାମରେ ଦୁଇ କନ୍ୟା ଅଛନ୍ତି ।
୨୦୨୩ ମସିହା ନଭେମ୍ବର ୨ ତାରିଖରେ ଭୁବନେଶ୍ୱରଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।[୫]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Indian Newspaper Society (2007). The Indian Newspaper Society Press Handbook. S. Bhushan Jain. Retrieved 4 November 2023.
- ↑ News7, Prameya (2 November 2023). "Sharat Mishra passes away today- prameyanews7". Prameya News7. Retrieved 4 November 2023.
{{cite web}}
: CS1 maint: numeric names: authors list (link) - ↑ The Sakala DPM (2 November 2023). "ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର". The Sakala. Retrieved 4 November 2023.
- ↑ Sahu, Mahendra (2 November 2023). "ବର୍ଷୀୟାନ ସାମ୍ବାଦିକ ଶରତ ମିଶ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ". Sambad. Retrieved 4 November 2023.
- ↑ (RM), Samaja Digital (2 November 2023). "'ସମାଜ'ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ". Samaja Live. Retrieved 4 November 2023.
- ↑ (PDF) https://www.presscouncil.nic.in/Pdf/NAEJAwardees2017.pdf. Retrieved 4 November 2023.
{{cite web}}
: Missing or empty|title=
(help) - ↑ "Sam Rajappa, Sarat Mishra to get Raja Ram Mohan Roy Award". India Today. 31 October 2017. Retrieved 4 November 2023.