ଶରତ ଚନ୍ଦ୍ର ପ୍ରଧାନ
ଶରତ ଚନ୍ଦ୍ର ପ୍ରଧାନ (୫ ମଇ ୧୯୩୪ – ୭ ଜାନୁଆରୀ ୨୦୨୩)[୧] ଜଣେ ଅଧ୍ୟାପକ ତଥା ଓଡ଼ିଆ କବି, ପ୍ରାବନ୍ଧିକ ଓ ସମାଲୋଚକ ଥିଲେ । ସେ ମୁଖ୍ୟତଃ ଲୋକ ଲୋକ ସଂସ୍କୃତିକୁ ଭିତ୍ତି କରି ସାହିତ୍ୟ ରଚନା କରିଥିଲେ ।[୨] "ଯଯାତି" ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର "ବିଷୁବ ପୁରସ୍କାର", ଗଙ୍ଗାଧର ରଥ ଫାଉଣ୍ଡେସନର "ସାହିତ୍ୟ ଭାରତୀ" ପୁରସ୍କାର ଏବଂ "ଓଡ଼ିଆ ଗବେଷଣା ପରିଷଦ"ର "କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର" ସେ ପାଇଥିବା ଅନ୍ୟ କେତୋଟି ପ୍ରମୁଖ ପୁରସ୍କାର । ତାଙ୍କର ଆତ୍ମଜୀବନୀର ନାମ "ସାହିତ୍ୟର ସେବାୟତ" ।
ଶରତ ଚନ୍ଦ୍ର ପ୍ରଧାନ | |
---|---|
ଜନ୍ମ | ୫ ମଇ ୧୯୩୪ |
ମୃତ୍ୟୁ | ୭ ଜାନୁଆରୀ ୨୦୨୩ ଯୋବ୍ରା ମଝିସାହି, କଟକ | (ବୟସ ୮୭)
ବୃତ୍ତି | ଅଧ୍ୟାପନା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ |
୨୦୨୩ ଜାନୁଆରୀ ୮ ତାରିଖରେ କଟକର ମଝିସାହିସ୍ଥିତ ତାଙ୍କ ବାସଭବନରେ ତାଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
ଜୀବନୀ
ସମ୍ପାଦନାଶରତ ଚନ୍ଦ୍ର ପ୍ରଧାନ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ଚମ୍ପୁଆ ଅନ୍ତର୍ଗତ ଟୋଲକନଣ୍ଡା ଗ୍ରାମରେ ୧୯୩୪ ମଇ ୫ ତାରିଖରେ ଜନ୍ମନେଇଥିଲେ । ୧୯୫୯ ମସିହାରେ ଓଡ଼ିଆରେ ସ୍ନାତକ ସମାପ୍ତ କରି ପରେ ସେ ରେଭେନ୍ସା ମହାବିଦ୍ୟାଳୟ ସମେତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ହୋଇଥିଲେ ।
ରଚନାବଳୀ
ସମ୍ପାଦନାତାଙ୍କର ଗବେଷଣା ସନ୍ଦର୍ଭ "ମଧୁସୃଷ୍ଟି : ଅମୂର୍ତ୍ତ "ଦୃଷ୍ଟିସମେତ "କାବ୍ୟ ଧାରା ଓ କବିମାନସ", "ସାହିତ୍ୟ ସଂଗମ", "ସାହିତ୍ୟାବର୍ତ୍ତ", "ସାଂପ୍ରତିକ କବିତାର କୁଳ ଓ ଶୀଳ" ଆଦି ତାଙ୍କର ପ୍ରମୁଖ ସମାଲୋଚନା ଗ୍ରନ୍ଥ ଏବଂ "ନଈ ଆଉ ମାଛ ହଂସ ଓ ସାରସ", "ଉଚ୍ଚୈଶ୍ରବା", "ଯଯାତି", "ଅଭୟଭୟ", "ବୃକୋଦର" ଆଦି ତାଙ୍କର ପ୍ରମୁଖ କାବ୍ୟକୃତି ।
- ଅସ୍ଥିର ପାଦ[୩]
- କାବ୍ୟଧାରା ଓ କବିମାନସ - ୧୯୭୬(ଫ୍ରେଣ୍ଡସ ପବ୍ଲିଶର୍ସ)
- ନୀଳକଣ୍ଠ ଚୟନିକ - ୨୦୦୬(କେନ୍ଦ୍ର ସାହିତ୍ୟ ଏକାଡେମୀ)
- ମଧୁସୃଷ୍ଟି ଅମୂର୍ତ୍ତ ଦୃଷ୍ଟି - ୧୯୮୩
- ସାହିତ୍ୟ ସଙ୍ଗମ - ୧୯୮୧ (ବୁକ୍ସ ଆଣ୍ଡ ବୁକ୍ସ)
- ଅଭୟ ଭୟ - ୧୯୯୪ (ଆର୍ଯ୍ୟ ପ୍ରକାଶନୀ)
- ଅଦୃଶ୍ୟ ଡଗର - ୨୦୧୨ (ବିଜୟିନୀ ପବ୍ଲିକେଶନ୍ସ୍)
- ବଗିଚାର ଦୃଶ୍ୟ - ୨୦୦୧ (ଆର୍ଯ୍ୟ ପ୍ରକାଶନ)
- ବତ୍ରିଶ ସିଂହାସନ - ୧୯୯୮ (ଆର୍ଯ୍ୟ ପ୍ରକାଶନ)
- ଇନ୍ଦ୍ରଧନୁର ଭାଷା - ୨୦୦୯ (ବିଜୟିନୀ ପବ୍ଲିକେଶନ୍ସ୍)
- ଶରତ ସଂଭାର - ୨୦୦୬ (ଶବ୍ଦପ୍ରତିମା)
- ସାଂପ୍ରତିକ କବିତାର କୁଳ ଓ ଶୀଳ - ୨୦୦୭(ଶବ୍ଦପ୍ରତିମା)[୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "କବି ଶରତ ଚନ୍ଦ୍ର ପ୍ରଧାନଙ୍କ ପରଲୋକ". ଧରିତ୍ରୀ. 9 January 2023. p. ୭. Retrieved 9 January 2023.
- ↑ Folk Culture. Institute of Oriental and Orissan Studies. 1983.
- ↑ Indian Literature. Sähitya Akademi. 1987.
- ↑ "National Library of India online catalog". opac.nationallibrary.gov.in. National Library of India. Retrieved 18 March 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 January 2021.
- ↑ "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]