ଶରତ କୁମାର ଦେବ
ଶରତ କୁମାର ଦେବ (୨୬ ଅକ୍ଟୋବର ୧୯୪୪ - ୨୪ ମାର୍ଚ୍ଚ ୨୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଏବଂ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶରତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୮୪ ମସିହାରେ କେନ୍ଦ୍ରାପଡ଼ା ଉପ-ନିର୍ବାଚନରେ ସେ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଶରତ କୁମାର ଦେବ | |
---|---|
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୮୫ | |
ପୂର୍ବ ଅଧିକାରୀ | ଦିବାକରନାଥ ଶର୍ମା |
ପର ଅଧିକାରୀ | ଦୋଳଗୋବିନ୍ଦ ନାୟକ |
ନିର୍ବାଚନ ମଣ୍ଡଳୀ | ଆଳି |
ସାଂସଦ: ୮ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୪ – ୧୯୮୮ | |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୨୬, ୧୯୪୪ |
ମୃତ୍ୟୁ | ୨୪ ମାର୍ଚ୍ଚ ୧୯୮୮ | (ବୟସ ୪୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ସୁଶ୍ରୀ ଦେବୀ |
ସନ୍ତାନ | ପ୍ରତାପ କେଶରୀ ଦେବ |
ବାପା/ବୋଉ | ଚନ୍ଦ୍ରଭାନୁ ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଶରତ କୁମାର ଦେବ ୧୯୪୪ ମସିହାର ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ଦେବ ଏବଂ ପତ୍ନୀଙ୍କ ନାମ ସୁଶ୍ରୀ ଦେବୀ । ତାଙ୍କ ପତ୍ନୀ ଜଣେ ରାଜନୀତିଜ୍ଞ ।[୧] ଶରତ କୁମାର ଦେବଙ୍କ ପୁଅ ପ୍ରତାପ କେଶରୀ ଦେବ ମଧ୍ୟ ଜଣେ ରାଜନୀତିଜ୍ଞ । ଶରତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଶରତ କୁମାର ଦେବ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଥରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଶରତ କୁମାର ଦେବ ୧୯୮୮ ମସିହାର ମାର୍ଚ୍ଚ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Sarat Kumar Deb". odishaassembly.nic.in. Odisha Assembly. Retrieved 1 April 2020.