ଶତାବ୍ଦୀର ସୂର୍ଯ୍ୟ

ଶତାବ୍ଦୀର ସୂର୍ଯ୍ୟ , ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତିଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ।[୧] ୧୮୦୩ରେ ଇଂରେଜମାନଙ୍କଦ୍ୱାରା ଓଡ଼ିଶା ଅଧିକାର ଓ ଓଡ଼ିଆ ଜାତୀୟତାର ଚରମ ବିପର୍ଯ୍ୟୟ ପରଠାରୁ ୧୯୦୩ରେ ଉତ୍କଳ-ସମ୍ମିଳନୀ ମଣ୍ଡପରୁ ଓଡ଼ିଆ ଜାତୀୟତାର ନବଜନ୍ମ ଘୋଷଣା ପର୍ଯ୍ୟନ୍ତ, ଦୀର୍ଘ ଏକ ଶତାବ୍ଦୀ କାଳର ଇତିହାସ, ଏଥିରେ ଗ୍ରଥିତ ହୋଇଛି । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଶାର ନବଜାଗରଣ ଓ ସେଥିରେ ମଧୁସୂଦନଙ୍କ ଭୂମିକା, ଏହାର ବିଷୟବସ୍ତୁ ।[୨]

ଶତାବ୍ଦୀର ସୂର୍ଯ୍ୟ  
ଲେଖକସୁରେନ୍ଦ୍ର ମହାନ୍ତି
ପ୍ରକାଶକଲାର୍କ ବୁକସ
ପ୍ରକାଶ ତାରିଖ1970
ପୃଷ୍ଠା୭୫୧

ଏଥିରେ, ଉନ୍ନବିଂଶ ଶତାବ୍ଦୀର ପୃଷ୍ଠଭୂମିରେ ମଧୁସୂଦନଙ୍କ ଗୋଟିଏ ମର୍ମର ପ୍ରତିମୂର୍ତ୍ତି ନିର୍ମାଣର ଉଦ୍ୟମ କରାଯାଇନାହିଁ; ବରଂ ରକ୍ତମାଂସ ଦେହଧାରୀ ଗୋଟିଏ ମନୁଷ୍ୟର ଅଲେଖ୍ୟ ଏଥିରେ ଅଙ୍କନ କରାଯାଇଛି,[୩] ଓ ତାହା ସହ ଅଛି ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଶାର ସମାଜ ଓ ରାଜନୀତିର ରୂପାୟନ ।

ମୁଖ୍ୟତଃ ‘’ଉତ୍କଳ ଦୀପିକା’’ ଓ ସମସାମୟିକ ବିଭିନ୍ନ ରିପୋର୍ଟ ଆଉ ଚିଠିପତ୍ର ଉପରେ ନିର୍ଭର କରି, ଏହାର ରଚନା କରାଯାଇଛି । ସ୍ୱର୍ଗୀୟା ଶୈଳବାଳା ଦାସଙ୍କଠାରୁ ସଂଗୃହୀତ ସଂଗ୍ରାମ ବିକ୍ଷିପ୍ତ ଆଦ୍ୟ ଯୌବନର ଇତିହାସ ଓ ମଧୁସୂଦନଙ୍କ ଜୀବନ ସମ୍ପର୍କରେ ଶୈଳବାଳାଙ୍କଦ୍ୱାରା ରଚିତ ଏକ ଇଂରାଜୀ ପୁସ୍ତକରୁ (ଯାହାକି କେବେବି ପ୍ରକାଶର ଦିବାଲୋକ ଦେଖିନଥିଲା [୩]) ବହୁ ତଥ୍ୟ ଏଥିରେ ସନ୍ନିବେଶିତ ହୋଇଛି ।

ପୁସ୍ତକ ସମୀକ୍ଷା ସମ୍ପାଦନା

ପୁରସ୍କାର ସମ୍ପାଦନା

ପ୍ରକାଶନ ସମ୍ପାଦନା

ଏହାର ପ୍ରଥମ ପ୍ରକାଶନ 1970ରେ ଲାର୍କ୍ ବୁକସଦ୍ୱାରା ହୋଇଥିଲା । ପ୍ରକାଶକ ଥିଲେ ମହେନ୍ଦ୍ର ମିଶ୍ର । ମୁଦ୍ରଣ ହୋଇଥିଲା ଶତାକ୍ଷି(ଷ୍ଟୋନି ରୋଡ , କଟକ ୨)ରେ ।

ଆଧାର ସମ୍ପାଦନା

  1. J. K. Samal; Pradip Kumar Nayak (1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 52–. ISBN 978-81-7017-322-9.
  2. "Linguistic Movement of Odisha : A Brief Survey of Historiography" (PDF). Orissa Review: 27–28. Retrieved 26 February 2019.
  3. ୩.୦ ୩.୧ ଶତାବ୍ଦୀର ସୂର୍ଯ୍ୟ , ଭୂମିକା , ୧୯୬୦

ବାହାର ଲିଙ୍କ ସମ୍ପାଦନା