ଶଙ୍ଖପୁଷ୍ପୀ
ଶଙ୍ଖପୁଷ୍ପୀ ଏକ କ୍ଷୁଦ୍ର ଲତା ଜାତୀୟ ଉଦ୍ଭିଦ ଯାହା ମାଟିରେ ମାଡିଥାଏ । ଧଳା, ନାଲି ଓ ନୀଳ ଭେଦରେ ଫୁଲର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଏହାର ଫୁଲ ଅର୍ଧ ଶଙ୍ଖ ପରି ଦିଶୁଥିବାରୁ ଏହାକୁ ଶଙ୍ଖପୁଷ୍ପୀ କୁହାଯାଏ । ଏହାର ପତ୍ରଗୁଡିକ ଅତି ଛୋଟ ଛୋଟ ହୋଇଥାଏ। କେହି କେହି ମଦନମସ୍ତକ ଗଛକୁ ଶଙ୍ଖପୁଷ୍ପୀ ବୋଲି କହିଥାନ୍ତି, କିନ୍ତୁ ପ୍ରକୃତରେ ଏ ଦୁଇଟି ଭିନ୍ନ ଭିନ୍ନ ।
ଶଙ୍ଖପୁଷ୍ପୀ | |
---|---|
Canscora diffusa from a riverbed in South East Burkina Faso | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଗଣ: | Gentianales |
କୁଳ: | Gentianaceae |
ପ୍ରଜାତି: | Canscora (Roth) Wall. |
Species | |
Canscora alata
|
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
ସମ୍ପାଦନାପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଶଙ୍ଖପୁଷ୍ପୀ |
ସଂସ୍କୃତ | ଶଙ୍ଖହ୍ୱା, ଶଙ୍ଖପୁଷ୍ପୀ, ମାଙ୍ଗଲ୍ୟ କୁସୁମା ଓ ଶୁଭପ୍ରଦା |
ତେଲୁଗୁ | ଶଙ୍ଖାନାଚେଟ୍ଟୁ, ଶଙ୍ଖୀଚେଟ୍ଟୁ |
ବଙ୍ଗଳା | ଡାନ୍ କୁନି, ଶଙ୍ଖୀନା, ଶଙ୍କାହୁଲି |
ହିନ୍ଦୀ | କୌହିୟାଲି, ଶଙ୍ଖହୁଲୀ |
ଶାସ୍ତ୍ରୋକ୍ତ ଗୁଣ
ସମ୍ପାଦନାଏହା ତିକ୍ତ କଟୁମିଶ୍ରିତ ରସ, ଉଷ୍ଣବୀର୍ଯ୍ୟ, ବଳକର, କାନ୍ତି ବୃଦ୍ଧି କାରକ, ମେଧା, ସ୍ମୃତିଶକ୍ତି, ଅଗ୍ନି ବୃଦ୍ଧି କାରକ, ସ୍ୱର ପରିସ୍କାରକ, ଶୁକ୍ରବର୍ଧକ, ଗର୍ଭୋଦୟକାରୀ, ମସ୍ତିସ୍କ ସ୍ଥିରତା ଦାୟକ, ତ୍ରିଦୋଷ ବିନାଶକ, ରକ୍ତ, କୃମି, ମାନସିକ ବିକାର ଓ ଅମଙ୍ଗଳ ନାଶକ ଅଟେ ।
ବ୍ୟବହାର
ସମ୍ପାଦନାଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ସ୍ମରଣଶକ୍ତି ବୃଦ୍ଧି, ପାଗଳାମି, ଭଗନ୍ଦର, ପ୍ରହେମ, କୁଷ୍ଠ, ବସନ୍ତ, ବନ୍ଧ୍ୟାଦୋଷ, ଅନିୟମିତ ଋତୁ ଓ ପ୍ରଦର, ଶୁକ୍ରଦୋଷ ଆଦିରେ ଏହାର ବହୁଳ ବ୍ୟବହାର କରାଯାଏ। ଏହାକୁ ବ୍ରାହ୍ମୀ ସହିତ ମିଶାଇ ସେବନ କଲେ ସ୍ମରଣ ଶକ୍ତି ବୃଦ୍ଧିପାଏ । ଏହା ମଙ୍ଗଳକାରକ ବୋଲି ସାଧାରଣ ମାନ୍ୟତା ପ୍ରଚଳିତ।
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ