ଲ‌ଲାଟ ଲୋବ ଅପସ୍ମାର

ଲ‌ଲାଟ ଲୋବ ଅପସ୍ମାର (Frontal lobe epilepsy/ FLE ) ବା ଫ୍ରଣ୍ଟାଲ ଲୋବ ଏପିଲେପ୍ସି ହେଉଛି ଏକ ପ୍ରକାର ଅପସ୍ମା, ଯାହା ଗୁରୁତ୍ୱପୂର୍ଣ୍ଣ ବାତ ସହିତ ଆକ୍ରାନ୍ତ ହୋଇଥାଏ କିନ୍ତୁ ଚେତନା ହରାଇନଥାଏ ।[] ଗତିଗୁଡ଼ିକ ଉଭୟ ପେଲଭିକ୍ ଥ୍ରଷ୍ଟିଙ୍ଗ କିମ୍ବା ଉଭୟ ଗୋଡ଼ର ପେଡଲିଙ୍ଗ ହୋଇପାରେ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଶବ୍ଦ ସୃଷ୍ଟି, ଅସାଧାରଣ ଆଚରଣ, ମୂତ୍ରାଶୟର ନିୟନ୍ତ୍ରଣ ହରାଇବା ଏବଂ ଆଖି ଗୋଟିଏ ପାର୍ଶ୍ୱକୁ ଢଳିପାରେ ।[] ଲୋକମାନେ ବାତ ଆସୁଥିବା ଅନୁଭବ କରିପାରନ୍ତି ।[] ବାତ ପରେ ଏକ ଅବଧି ହୋଇପାରେ ଯଦି ବ୍ୟକ୍ତି ନିଜ ଶରୀରର କିଛି ଅଂଶ ଚଳାଇବାକୁ ଅସମର୍ଥ ହୁଏ; ଯେତେବେଳେ କି ଦ୍ୱନ୍ଦ୍ୱର ଅବଧିର ଅଭାବ ହୋଇଥାଏ ।[]

ଲ‌ଲାଟ ଲୋବ ଅପସ୍ମାର
Frontal lobe seizures
Lobes of the human brain with the frontal lobe shown in blue
ବିଭାଗNeurology
ଲକ୍ଷଣSeizures with significant movement but without loss of consciousness[]
କାରଣGenetics, malformed areas of brain, brain tumors, injury[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ସଠିକ ରୋଗ ନିର୍ଣ୍ଣୟPsychogenic non-epileptic seizures (PNES);[] sleep disorders; absence seizures;[] paroxysmal kinesigenic choreoathetosis[]
ଚିକିତ୍ସାAnti-epileptic medications, ketogenic diet, vagal nerve stimulation, surgery[][]
ପୁନଃପୌନିକ1 in 5,000 to 20,000[][]

ରୋଗର କାରଣଗୁଡ଼ିକ ମଧ୍ୟରେ ଜେନେଟିକ୍ସ, ବିକୃତ ମସ୍ତିଷ୍କ ସ୍ଥାନ, ମସ୍ତିଷ୍କ ଅର୍ବୁଦ ଏବଂ ଆଘାତ ହୋଇପାରେ ।[] ବ୍ୟକ୍ତି ଶୋଇଥିବା ସମୟରେ ସେଗୁଡ଼ିକ ପ୍ରାୟ ଘଟେ ।[] [] ସେଗୁଡ଼ିକ ମସ୍ତିଷ୍କର ଫ୍ରଣ୍ଟାଲ୍ ଲୋବରୁ ଉତ୍ପନ୍ନ ହୁଏ ।[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[] ପ୍ରାୟ ୬୬% କ୍ଷେତ୍ରରେ ଅସ୍ୱାଭାବିକ ଏମଆରଆଇ (MRI) ମିଳିଥାଏ, ଯେତେବେଳେ ଏକ ଇଇଜିରେ (EEG) ଅଳ୍ପ ଯୋଗ ହୋଇଥାଏ ।[] ପଜିଟ୍ରନ୍ ନିର୍ଗମନ ଟୋମୋଗ୍ରାଫି (PET) କିମ୍ବା ଏକକ ଫୋଟନ ନିର୍ଗମନ CT (SPECT) ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରେ ।[] ଏକା ଭଳି ଦେଖାଯାଉଥିବା ଅନ୍ୟାନ୍ୟ ଅବସ୍ଥା ମଧ୍ୟରେ ସାଇକୋଜେନିକ୍ ଅଣ-ଏପିଲିପଟିକ୍ ବାତ (PNES) ଏବଂ ଶୋଇବା ବ୍ୟାଧି ଅନ୍ତର୍ଭୁକ୍ତ ହୋଇପାରେ ।[] []

ପ୍ରାରମ୍ଭିକ ଚିକିତ୍ସାରେ ଆଣ୍ଟି-ଏପିଲିପ୍ଟିକ୍ ଔଷଧ, କିଟୋଜେନିକ ଖାଦ୍ୟ କିମ୍ବା ଭ୍ୟାଗାଲ ସ୍ନାୟୁ ଉତ୍ତେଜକ ଦିଆଯାଇପାରେ ।[] [] ଅଧିକାଂଶ ସମୟରେ ଔଷଧ ଯୋଗୁ ବାତ ବନ୍ଦ ହୁଏ ନାହିଁ କିନ୍ତୁ ଶାରୀରିକ ବାତରୁ ରକ୍ଷା କରିପାରନ୍ତି ।[] ଯଦି ଏହା ପ୍ରଭାବଶାଳୀ ହୁଏ ନାହିଁ ତେବେ ଫ୍ରଣ୍ଟାଲ ଲୋବର ପ୍ରଭାବିତ ଅଂଶକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରେ ।[] ୫ବର୍ଷରେ ପ୍ରାୟ ୩୦% ଲୋକଙ୍କ ମଧ୍ୟରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ସଫଳ ହୋଇଛି ।[]

ଅପସ୍ମାର ଅପେକ୍ଷାକୃତ ଏକ ସାଧାରଣ ରୋଗ ଯାହା ଜନସଂଖ୍ୟାର ୦.୫-୧% ଲୋକଙ୍କୁ ପ୍ରଭାବିତ କରିଥାଏ,[] ଫ୍ରଣ୍ଟାଲ ଲୋବ ଅପସ୍ମାର ଏହି ସଂଖ୍ୟାର ୧-୨% (୫୦୦୦ରୁ ୨୦,୦୦୦ ମଧ୍ୟରେ ୧) ରହିଥାଏ ।[] ଟେମ୍ପୋରାଲ ଲୋବ ଅପସ୍ମାର ପରେ ଏହା ହେଉଛି ଦ୍ୱିତୀୟ ସାଧାରଣ ସ୍ଥାନୀୟ ଅପସ୍ମାର ଅଟେ ।[] ପୁରୁଷ ଏବଂ ମହିଳା ସମ ଭାବରେ ପ୍ରଭାବିତ ହୁଅନ୍ତି ।[] ଫ୍ରଣ୍ଟାଲ୍ ଲୋବ୍ ବାତର ପ୍ରଥମ ସ୍ପଷ୍ଟ ବର୍ଣ୍ଣନା ୧୮୨୭ ମସିହାରେ ଜେଏଫ୍ ବ୍ରାଭାଇସଙ୍କଦ୍ୱାରା ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Frontal lobe seizure". www.epilepsydiagnosis.org. Archived from the original on 13 December 2022. Retrieved 10 September 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Panayiotopoulos C (2005). "Symptomatic and Probably Symptomatic Focal Epilepsies: Topographical Symptomatology and Classification". The Epilepsies. Bladon Medical. Archived from the original on 2022-03-27. Retrieved 2022-03-25. {{cite book}}: |work= ignored (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Beleza, P; Pinho, J (May 2011). "Frontal lobe epilepsy". Journal of clinical neuroscience : official journal of the Neurosurgical Society of Australasia. 18 (5): 593–600. doi:10.1016/j.jocn.2010.08.018. PMID 21349720.
  4. ୪.୦ ୪.୧ Fiest, KM; Sauro, KM; Wiebe, S; Patten, SB; Kwon, CS; Dykeman, J; Pringsheim, T; Lorenzetti, DL; Jetté, N (17 January 2017). "Prevalence and incidence of epilepsy: A systematic review and meta-analysis of international studies". Neurology. 88 (3): 296–303. doi:10.1212/WNL.0000000000003509. PMID 27986877.
  5. ୫.୦ ୫.୧ McGonigal, Aileen (10 January 2022). "Frontal lobe seizures: overview and update". Journal of Neurology. doi:10.1007/s00415-021-10949-0. ISSN 1432-1459. PMID 35006387. Archived from the original on 25 March 2022. Retrieved 25 March 2022.
  6. ୬.୦ ୬.୧ Baulac, Michel (December 2018). "History of frontal lobe seizures". Revue Neurologique. 174 (10): 742. doi:10.1016/j.neurol.2018.09.010.