କିଟୋଜେନିକ ଖାଦ୍ୟ

ଅନିୟନ୍ତ୍ରିତ ଅପସ୍ମାର ବାତ ହେଉଥିବା ଶିଶୁର ଚିକିତ୍ସାରେ ଦିଆଯାଉଥିବା ଅଧିକ ସ୍ନେହସାର , ଯଥେଷ୍ଟ ପୁଷ୍ଟିସାର,
(Ketogenic dietରୁ ଲେଉଟି ଆସିଛି)

କିଟୋଜେନିକ ଖାଦ୍ୟ କ‌ହିଲେ ଅଧିକ ସ୍ନେହସାର (fat), ଯଥେଷ୍ଟ ପୁଷ୍ଟିସାର, ସ୍ୱଳ୍ପ ଶ୍ୱେତସାର ଖାଦ୍ୟକୁ ବୁଝାଏ ଯାହା ପ୍ରାଥମିକ ଭାବରେ ଅନିୟନ୍ତ୍ରିତ ଅପସ୍ମାର ବାତ ହେଉଥିବା ଶିଶୁର ଚିକିତ୍ସାରେ ଦିଆଯାଏ । ଏହି ଖାଦ୍ୟ ଖାଇଲେ ଶରୀରରେ ଶ୍ୱେତସାର ବଦଳରେ ଚର୍ବି ପୋଡ଼ିବାକୁ ଲାଗେ । ସାଧାରଣତଃ ଖାଦ୍ୟରେ ଥିବା ଶ୍ୱେତସାର ଦେହରେ ଗ୍ଲୁକୋଜରେ ରୁପାନ୍ତରିତ ହୋଇ ସାରା ଶରୀରକୁ ବିଶେଷତଃ ମସ୍ତିଷ୍କ‌କୁ ସରବରାହ ଓ ସେଠାରେ ତାହାର ମେଟାବୋଲିଜ୍ମ (fueling brain function) ହୁଏ । ଖାଦ୍ୟରେ କିଛି ପରିମାଣର ଶ୍ୱେତସାର ରହିଯାଇଥିଲେ ଟ୍ରାଇଏସିଲଗ୍ଲିସେରଲ (fat) ଯକୃତରେ ଫ୍ୟାଟି ଏସିଡରେ (fatty acid) ପରିଣତ ହୁଏ ଓ ତା'ପରେ କିଟୋନ ବଡିରେ (ketone bodies) ପରିଣତ ହୋଇଯାଏ । ଏହି କିଟୋନ ବଡି ରକ୍ତରେ ମସ୍ତିଷ୍କ‌କୁ ଯାଇ ଗ୍ଲୁକୋଜ ବଦଳରେ ଶକ୍ତି ଉତ୍ସ ରୂପେ କାମ କରେ ଯାହାକୁ କିଟୋସିସ (ketosis) କୁହାଯାଏ ଓ ଏହି ପରିବର୍ତ୍ତନ ଯୋଗୁ ଅପସ୍ମାର ବାତର ଆବୃତ୍ତି କମିଯାଏ । [] ଏହି ଖାଦ୍ୟ ସାହାଯ୍ୟରେ ଅର୍ଦ୍ଧେକ ସଂଖ୍ୟକ ଶିଶୁ ଓ ଯୁବକମାନଙ୍କର ବାତ ମାରିବା ସଂଖ୍ୟା ଅଧା ହୋଇଯାଏ ଯାହାର ପ୍ରଭାବ ଏହି ଖାଦ୍ୟ ବନ୍ଦ କରିବା ପରେ ମଧ୍ୟ ରହେ ।[] କେତେକ ପ୍ରମାଣରୁ ଜଣାଯାଏ, ପରିବର୍ତ୍ତିତ ଆଟକିନ ଖାଦ୍ୟ (Atkins diet) ଯାହା ଏହାଠାରୁ କମ୍ ହୋଇଥିଲେ ମଧ୍ୟ ଉପକାର ମିଳେ ।[] ଏପରି ଖାଦ୍ୟ ଶୃଙ୍ଖଳାରେ କୋଷ୍ଠକାଠିନ୍ୟ, ହାଇପରକୋଲେସ୍ଟେରୋଲେମିଆ (high cholesterol), ଧୀର ଶରୀର ବିକାଶ, ଏସିଡୋସିସ ଓ ବୃକ୍‌କ ପଥର ରୋଗ ଇତ୍ୟାଦି ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[]

A test strip is compared with a colour chart that indicates the degree of ketonuria.
Testing for ketone bodies in urine

ମୌଳିକ ଡାକ୍ତରୀ ଅପସ୍ମାର ଶିଶୁ ଖାଦ୍ୟରେ ଶରୀରର ବୃଦ୍ଧି ଓ ମରାମତ ନିମନ୍ତେ ଆବଶ୍ୟକ ଯଥେଷ୍ଟ ପୁଷ୍ଟିସାର ଓ କ୍ୟାଲୋରି (calories) ଥାଏ ଯାହା ବୟସ ଅନୁପାତରେ ସଠିକ ଓଜନ ଓ ଉଚ୍ଚତା ବଜାୟ ରଖେ । ଡାକ୍ତରୀ କିଟୋଜେନିକ ଖାଦ୍ୟ ଶିଶୁ ଉପସ୍ମାର ରୋଗ ଚିକିତ୍ସା ନିମନ୍ତେ ସନ ୧୯୨ରେ ବିକଶିତ ହୋଇଥିଲା ଓ ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବ‌ହୃଟ ହେଉଥିଲା, କିନ୍ତୁ ଏହାର ଲୋକପ୍ରିୟତା କମିଗଲା ଯେତେବେଳେ ଆଣ୍ଟିକନଭଲସାଣ୍ଟ (anticonvulsant) ଔଷଧ ଦେବା ଆରମ୍ଭ ହେଲା । ଏହି ଉତ୍କୃଷ୍ଟ ଖାଦ୍ୟରେ ୪:୧ ଅନୁପାତରେ ଚର୍ବି ଓ ପୁଷ୍ଟିସାର ତ‌ଥା ଶ୍ୱେତସାର ମିଶ୍ରଣ ଥାଏ । ଅଧିକ ଶ୍ୱେତସାର ଥିବା ଖାଦ୍ୟ ଯେପରିକି ପାଉଁରୁଟି, ପାସ୍ତା, ଶସ୍ୟ, ଚିନି ଓ ସ୍ଟାର୍ଚ୍ଚ ଖାଦ୍ୟ ବିଦାୟ ଦେଇ ଚର୍ବି ଜାତୀୟ ଖାଦ୍ୟ ଯେପରିକି କ୍ରିମ, ଲହୁଣୀ ଓ ଅଖରୋଟ ଇତ୍ୟାଦି ଖାଇବାକୁ ଉପଦେଶ ଦିଆଯାଏ । [] ଅଧିକାଂଶ ଡାଏଟାରି ଖାଦ୍ୟରେ ଲମ୍ବା ଚେନ‌ଯୁକ୍ତ ଟ୍ରାଇଗ୍ଲିସେରାଇଡ ଥାଏ । ଛୋଟ କାର୍ବନ ଚେନ (carbon chain) ବିଶିଷ୍ଟ ଫ୍ୟାଟି ଏସିଡରୁ ତିଆରି ମିଡିଅମ-ଚେନ ଟ୍ରାଇଗ୍ଲିସେରାଇଡ ଅଧିକ କିଟୋଜେନିକ ହୁଏ । ଆଉ ଏକ ପ୍ରକାର କ୍ଲାସିକ ଡାଏଟରେ ଅଧିକ ଏମସିଟି ଥିବା ନଡ଼ିଆ ତେଲ ଥାଏ ଯାହା ପ୍ରାୟ ଅଧା କ୍ୟାଲୋରି ଦିଏ ଓ ଏହାକୁ ଏମସିଟି କିଟୋଜେନିକ ଖାଦ୍ୟ କୁହାଯାଏ । ଏହି ଖାଦ୍ୟ ଖାଇଲେ ଅଧିକ ଶ୍ୱେତସାର ଓ ପୁଷ୍ଟିସାର ଖାଇବା ଆବଶ୍ୟକ ହୁଏ ।[][]


  1. ୧.୦ ୧.୧ ୧.୨ Freeman JM, Kossoff EH, Hartman AL. The ketogenic diet: one decade later. Pediatrics. 2007 Mar;119(3):535–43. doi:10.1542/peds.2006-2447. PMID 17332207
  2. Martin-McGill KJ, Jackson CF, Bresnahan R, Levy RG, Cooper PN. Ketogenic diets for drug-resistant epilepsy. Cochrane Database Syst Rev. 2018 Nov 7;11:CD001903. doi:10.1002/14651858.CD001903.pub4. PMID 30403286
  3. Kossoff EH, Wang HS. Dietary therapies for epilepsy. Biomed J. 2013 Jan-Feb;36(1):2-8. doi:10.4103/2319-4170.107152 PMID 23515147
  4. Liu YM. Medium-chain triglyceride (MCT) ketogenic therapy. Epilepsia. 2008 Nov;49 Suppl 8:33–6. doi:10.1111/j.1528-1167.2008.01830.x. PMID 19049583
  5. Zupec-Kania BA, Spellman E. An overview of the ketogenic diet for pediatric epilepsy. Nutr Clin Pract. 2008 Dec–2009 Jan;23(6):589–96. doi:10.1177/0884533608326138. PMID 19033218