ଲୌହ ସୁକ୍ରୋଜ ବା ଆଇରନ ସୁକ୍ରୋଜ ( ଆଇଏସ୍ ), ବିକ୍ରୟ ନାମ ଭେନୋଫର, ହେଉଛି ଏକ ଔଷଧ ଯାହା କି କ୍ରନିକ୍ ବୃକ୍‌କ ରୋଗ ବା ଦୀର୍ଘକାଳୀନ ବୃକ୍‌କ ରୋଗରେ ଆକ୍ରାନ୍ତ ଲୋକଙ୍କର ଲୌହ ଅଭାବ ଜନିତରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଉଥିବା ଲୁହା ଅପେକ୍ଷା ଭଲ କାମ କରେ ।[୧]

ଲୌହ ସୁକ୍ରୋଜ
Clinical data
Trade namesVenofer, others
AHFS/Drugs.commonograph
MedlinePlusa614017
data
Pregnancy
category
  • AU: B3
  • US: B (No risk in non-human studies)
Routes of
administration
Intravenous
Legal status
Legal status
Identifiers
  • disodium;(2R,3R,4S,5S,6R)-2-[(2S,3S,4S,5R)-3,4-dihydroxy-2,5-bis(hydroxymethyl)oxolan-2-yl]oxy-6-(hydroxymethyl)oxane-3,4,5-triol;iron(3+);oxygen(2-);hydroxide;trihydrate
Chemical and physical data
FormulaC12H29Fe5Na2O23
Molar mass୮୬୬.୫୫ g·mol−1
3D model (JSmol)
  • C(C1C(C(C(C(O1)OC2(C(C(C(O2)CO)O)O)CO)O)O)O)O.O.O.O.[OH-].[O-2].[O-2].[O-2].[O-2].[O-2].[O-2].[O-2].[O-2].[Na+].[Na+].[Fe+3].[Fe+3].[Fe+3].[Fe+3].[Fe+3]
  • InChI=1S/C12H22O11.5Fe.2Na.4H2O.8O/c13-1-4-6(16)8(18)9(19)11(21-4)23-12(3-15)10(20)7(17)5(2-14)22-12;;;;;;;;;;;;;;;;;;;/h4-11,13-20H,1-3H2;;;;;;;;4*1H2;;;;;;;;/q;5*+3;2*+1;;;;;8*-2/p-1/t4-,5-,6-,7-,8+,9-,10+,11-,12+;;;;;;;;;;;;;;;;;;;/m1.................../s1
  • Key:FWZTTZUKDVJDCM-CEJAUHOTSA-M

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ନିମ୍ନ ରକ୍ତଚାପ, ଗଲୁ, ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଲକ୍‌ସିସ ହୋଇପାରେ ।[୧] ଲୌହ ଡେକ୍ସଟ୍ରାନ୍ ଅପେକ୍ଷା ଏହାର କମ୍ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୧] ଲୌହ ସୁକ୍ରୋଜ ରକ୍ତରେ ଥିବା ଲୌହକୁ ବଦଳାଇ ଲାଲ ରକ୍ତ କଣିକା ଉତ୍ପାଦନକୁ ବୃଦ୍ଧି କରେ ।[୧]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଇରନ ସୁକ୍ରୋଜ ଅନୁମୋଦିତ ହୋଇଥିଲା; କିନ୍ତୁ ଏହା ପୂର୍ବରୁ ୟୁରୋପରେ ବ୍ୟବହୃତ ହୋଇସାରିଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ପିଛା ୧୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ନିମନ୍ତେ ପ୍ରାୟ ୬୦ ଡଲାର ଖର୍ଚ୍ଚ ହେଉଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Iron Sucrose Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2021. Retrieved 28 November 2021.
  2. Auerbach M, Ballard H (2010-12-04). "Clinical use of intravenous iron: administration, efficacy, and safety". Hematology. American Society of Hematology. Education Program. 2010 (1): 338–47. doi:10.1182/asheducation-2010.1.338. PMID 21239816.
  3. Cançado RD, Muñoz M (2011). "Intravenous iron therapy: how far have we come?". Revista Brasileira de Hematologia e Hemoterapia. 33 (6): 461–9. doi:10.5581/1516-8484.20110123. PMC 3459360. PMID 23049364.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1068. ISBN 978-0857114105.
  5. "Venofer Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 28 November 2021.