ଲୌହ-ଅଭାବ ଜନିତ ଆନିମିଆ

ଲୌହ-ଅଭାବ ଜନିତ ଆନିମିଆ (ଇଂରାଜୀ ଭାଷାରେ Iron-deficiency anemia) ଏକ ପ୍ରକାର ଆନିମିଆ ଯାହା ଦେହରେ ଲୌହ ଅଭାବ (lack of iron) ଯୋଗୁ ହୁଏ ।[୨] ରକ୍ତରେ ଲୋହିତ ରକ୍ତ କଣିକା (red blood cell) ବା ହେମୋଗ୍ଲୋବିନ (hemoglobin) ଅଭାବ ଦେଖାଦେଲେ ତାହାକୁ ଆନିମିଆ କୁହାଯାଏ ।[୭][୨] ସାଧାରଣତଃ ଏହି ରୋଗ ବ‌ହୁତ ଧୀରେ ଆରମ୍ଭ ହୁଏ, ଲକ୍ଷଣମାନ ନିର୍ଦ୍ଦିଷ୍ଟ ନଥାଏ ଯେପରିକି ଥକ୍କାଣ (feeling tired), ଦୁର୍ବଳତା, ଅଣନିଶ୍ୱାସୀ (shortness of breath) ବା ବ୍ୟାୟାମ ଅକ୍ଷମତା । [୧] ଦୃତ ଗତିରେ ଏହି ରୋଗ ହେଲେ ମାନସିକ ଦ୍ୱନ୍ଦ୍ୱ (confusion), ଚେତା ହାରିବା ଅନୁଭବ (feeling like one is going to pass out) ଓ ଅଧିକ ତୃଷା ।[୧] ଶେତା (pale) ଦେଖାଯିବା ନିମନ୍ତେ ଉଲ୍ଲେଖନୀୟ ଆନିମିଆ ଥିବା ଆବଶ୍ୟକ ।[୧] ଶିଶୁମାନଙ୍କର ଏହି ରୋଗ ହେଲେ ବୃଦ୍ଧି ଓ ବିକାଶ କମିଯାଏ ।[୨] ଅନ୍ତର୍ନିହିତ ଅନ୍ୟ କାରଣ ଥିଲେ ଅଧିକ ଲକ୍ଷଣ ଦେଖାଯାଏ । [୧]

ଲୌହ-ଅଭାବ ଜନିତ ଆନିମିଆ (Iron-deficiency anemia)
Iron-deficiency anaemia
ବିଭାଗରକ୍ତ ବିଜ୍ଞାନ (Hematology
ଲକ୍ଷଣଥକ୍କାଣ (Feeling tired), ଦୁର୍ବଳତା (weakness), ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ (confusion), (pallor)[୧]
କାରଣଲୌହ ଅଭାବ (Iron deficiency)[୨]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests)[୩]
ଔଷଧଲୌହ ପରିପୂରକ, ଜୀବସାର ଗ, ରକ୍ତ ଅନ୍ତର୍ଭରଣ (blood transfusion)[୪]
ଚିକିତ୍ସାଖାଦ୍ୟ ପରିବର୍ତ୍ତନ, ଔଷଧ, ଅପରେଶନ[୨]
ପୁନଃପୌନିକ୧.୪୮ ନିୟୁତ (୨୦୧୫)[୫]
ମୃତ୍ୟୁ ସାନ୍ଦ୍ରତା୫୪,୨୦୦ (୨୦୧୫)[୬]

ଖାଦ୍ୟାଭାବ, ରକ୍ତ କ୍ଷୟ (blood loss) ବା ଦେହ ଭିତରେ ଖାଦ୍ୟର ଅବଶୋଷଣ ସଠିକ ଭାବରେ ନ ହୋଇପାରିଲେ ଲୌହ ଅଭାବ ଜନିତ ଆନିମିଆ ହୁଏ ।[୨] ରକ୍ତ କ୍ଷୟର କାରଣ ମଧ୍ୟରେ ଅତ୍ୟଧିକ ଋତୁସ୍ରାବ, ଶିଶୁଜନ୍ମ, ଜରାୟୁ ଫାଇବ୍ରଏଡ, ପାକସ୍ଥଳୀ ଘାଆ, କୋଲୋନ କର୍କଟହେମାଚୁରିଆ ବା ପରିସ୍ରାରେ ରକ୍ତ କ୍ଷୟ (urinary tract bleeding) ନାମ ଉଲ୍ଲେଖନୀୟ ।[୮] (କ୍ରନସ ରୋଗ) ବା ଗ୍ୟାସ୍ଟ୍ରିକ ବାଇପାସ କରାଯାଇଥିଲେ ଖାଦ୍ୟ ଅବଶୋଷଣ ହୋଇପାରେ ନାହିଁ ।[୮] ବିକାଶଶୀଳ ଦେଶମାନଙ୍କରେ ପରଜୀବୀ , ମ୍ୟାଲେରିଆଏଚଆଇଭି/ଏଡସ ରୋଗ ଥିଲେ ଏହି ଲୌହ-ଅଭାବ ଜନିତ ଆନିମିଆ ସଙ୍କଟ ବଢ଼ିଯାଏ ।[୯] ରକ୍ତ ପରୀକ୍ଷା (blood tests) କରି ରୋଗ ନିର୍ଣ୍ଣୟ କରାଯାଏ ।[୩]

ରୋଗ ସମ୍ଭାବନା ଥିବା ଲୋକଙ୍କର ଅଧକ ଲୌହ ଥିବା ଖାଦ୍ୟ ବା ଲୌଜ ପରିପୂରକ ଖାଇବେ ।[୧୦] ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ଯେପରିକି ଖାଦ୍ୟ ପରିବର୍ତ୍ତନ, ଔଷଧ ଓ ଅପରେଶନ । [୨] ଲୌହ ପରିପୂରକଜୀବସାର ଗ ଦିଆଯାଏପାରେ ।[୪] ସାଂଘାତିକ କେଶ୍ ହୋଇଥିଲେ ରକ୍ତ ଅନ୍ତର୍ଭରଣ (blood transfusions) ବା ଲୌହ ଇଞ୍ଜେକସନ ଦିଆଯାଏ ।[୨]

ସନ ୨୦୧୫ରେ ୧.୪୮ ନିୟୁତ ଲୋକଙ୍କୁ ଲୌହ-ଅଭାବ ଜନିତ ଆନିମିଆ ରୋଗ ହୋଇଥିଲା ।[୫] ସେତେବେଳେ ପୃଥିବୀର ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ଖାଦ୍ୟରେ ଲୌହ ଅଭାବ ପରିଲକ୍ଷିତ ହୋଇଥିଲା ।[୧୧] ମହିଳା ଓ ଶିଶୁମାନେ ଏହି ରୋଗର ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ସେହି ସନ ୨୦୧୫ରେ ଏହି ରୋଗ ଯୋଗୁ ୫୪,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ଯାହା ସନ ୧୯୯୦ (୨୧୩,୦୦୦ ମୃତ୍ୟୁ) ଅପେକ୍ଷା କମ୍ ଥିଲା ।[୧୨][୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Janz, TG; Johnson, RL; Rubenstein, SD (Nov 2013). "Anemia in the Emergency Department: Evaluation and Treatment". Emergency Medicine Practice. 15 (11): 1–15, quiz 15-6. PMID 24716235.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "What Is Iron-Deficiency Anemia? - NHLBI, NIH". www.nhlbi.nih.gov (in ଇଂରାଜୀ). 26 March 2014. Archived from the original on 16 July 2017. Retrieved 17 July 2017.
  3. ୩.୦ ୩.୧ "How Is Iron-Deficiency Anemia Diagnosed?". NHLBI (in ଇଂରାଜୀ). 26 March 2014. Archived from the original on 15 July 2017. Retrieved 17 July 2017.
  4. ୪.୦ ୪.୧ "How Is Iron-Deficiency Anemia Treated?". NHLBI (in ଇଂରାଜୀ). 26 March 2014. Archived from the original on 28 July 2017. Retrieved 17 July 2017.
  5. ୫.୦ ୫.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  6. ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. Stedman's Medical Dictionary (28th ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908.
  8. ୮.୦ ୮.୧ "What Causes Iron-Deficiency Anemia?". NHLBI (in ଇଂରାଜୀ). 26 March 2014. Archived from the original on 14 July 2017. Retrieved 17 July 2017.
  9. "Micronutrient deficiencies". WHO. Archived from the original on 13 July 2017. Retrieved 17 July 2017.
  10. "How Can Iron-Deficiency Anemia Be Prevented?". NHLBI (in ଇଂରାଜୀ). 26 March 2014. Archived from the original on 28 July 2017. Retrieved 17 July 2017.
  11. Combs, Gerald F. (2012). The Vitamins (in ଇଂରାଜୀ). Academic Press. p. 477. ISBN 9780123819802. Archived from the original on 2017-08-18.
  12. GBD 2013 Mortality and Causes of Death, Collaborators (17 December 2014). "Global, Regional, and National Age-Sex Specific All-Cause and Cause-Specific Mortality for 240 Causes of Death, 1990-2013: a Systematic Analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ