ଲୋକନାଥ ମିଶ୍ର (ରାଜନେତା, ୧୯୬୭ ମୃତ୍ୟୁ)

ଓଡ଼ିଆ ରାଜନୀତିଜ୍ଞ (୧୯୬୭ ମୃତ୍ୟୁ)

ଲୋକନାଥ ମିଶ୍ର (୪ ଅପ୍ରେଲ ୧୯୦୯ - ୧୭ ଜୁଲାଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ଚାରି ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୩୬ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୂର୍ବ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସ୍ୱାଧୀନତା ପରେ ୧୯୫୨, ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲୋକନାଥ ମିଶ୍ର
ବିଧାୟକ: ୧ମ, ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ନିର୍ବାଚନ ମଣ୍ଡଳୀପାଟକୁରା
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀପୂର୍ବ କେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-04-04)୪ ଅପ୍ରେଲ ୧୯୦୯
ମୃତ୍ୟୁ୧୭ ଜୁଲାଇ ୧୯୬୭(1967-07-17) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହାଇମାବତି ଦେବୀ
ବାପା/ବୋଉହରି ଚନ୍ଦ୍ର ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲୋକନାଥ ମିଶ୍ର ୧୯୦୯ ମସିହାର ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରି ଚନ୍ଦ୍ର ମିଶ୍ର ଓ ପତ୍ନୀଙ୍କ ନାମ ହାଇମାବତି ଦେବୀ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଲୋକନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ଚାରି ଥର କାର୍ଯ୍ୟ କରିଥିଲେ ।[୨] ୧୯୬୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଲୋକନାଥ ମିଶ୍ର ୧୯୬୭ ମସିହାର ଜୁଲାଇ ୧୭ ତାରିଖରେ ମୃତ୍ୟବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "Shri Lokanath Mishra". odishaassembly.nic.in. Odisha Assembly. Retrieved 1 December 2022.