ଲିପି ଶିକ୍ଷାକେନ୍ଦ୍ର
ଲିପି ଶିକ୍ଷାକେନ୍ଦ୍ର, ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟ କରେ ।[୧] ଏଠାରେ ଓଡ଼ିଆ ଭାଷା କେବଳ କହିପାରୁଥିବା ଓ ଲେଖିପଢି ପାରୁନଥିବା ଲୋକଙ୍କୁ ଲିପି ଶିଖାଯାଇ, ସେମାନଙ୍କୁ ଓଡ଼ିଆ ପଢ଼ିବା ଲେଖିବାରେ ସମର୍ଥ କରାଯାଏ । ଉତ୍କଳ ସମ୍ମିଳନୀ ଏହି ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଅଛି ।[୨]
ସମୁଦାୟ ୫୯୪ଟି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ଝାଡ଼ଖଣ୍ଡରେ ୧୪୫ଟି, ଛତିଶଗଡ଼ରେ ୧୯୨ଟି, ପଶ୍ଚିମ ବଙ୍ଗରେ ୧୩୫ଟି ଓ ଆନ୍ଧ୍ର ପ୍ରଦେଶରେ ୧୨୨ଟି ଲିପି ଶିକ୍ଷାକେନ୍ଦ୍ର ଚାଲୁଅଛି । ଏହି ଅନୁଷ୍ଠାନର ପରିଚାଳନା ପାଇଁ ଅର୍ଥ ଓଡ଼ିଶା ସରକାର ଦେଇଥାନ୍ତି ଓ ପ୍ରତ୍ୟେକ ରାଜ୍ୟ ପାଇଁ ବିଧାନ ସଭା ପକ୍ଷରୁ ଭିନ୍ନ ଭିନ୍ନ କମିଟି ରହିଛି । ଏହି କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦୈନିକ ଏକ ଘଣ୍ଟା ଶିକ୍ଷାଦାନ କରାଯାଏ । ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମାସକୁ ୩୦୦୦ଟଙ୍କା ଦରମା ଦିଆଯାଏ ।[୩]
ଆଧାର
ସମ୍ପାଦନା- ↑ http://www.newindianexpress.com/states/odisha/article331081.ece[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2013-04-21. Retrieved 2016-05-10.
{{cite web}}
: Cite has empty unknown parameter:|1=
(help) - ↑ "ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିଖାଉଛି ଲିପି ଶିକ୍ଷାକେନ୍ଦ୍ର". ପ୍ରମେୟ ୦୮/୦୫/୨୦୧୬ ପୃଷ୍ଠା ୧୪.
{{cite news}}
:|access-date=
requires|url=
(help)