ଲାମିଭୁଡିନ/ନେଭିରାପିନ/ଜିଡୋଭୁଡିନ

ଲାମିଭୁଡିନ/ନେଭିରାପିନ/ଜିଡୋଭୁଡିନ (ଇଂରାଜୀ ଭାଷାରେ Lamivudine/nevirapine/zidovudine ବା 3TC/NVP/AZT) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ । ଏହା ଏକ ସ୍ଥିରୀକୃତ ମାତ୍ରାର ଆଣ୍ଟିରେଟ୍ରୋଭାଇରାଲ ମିଶ୍ରିତ ଔଷଧ (fixed dose combination) ଯେଉଁଥିରେ ଲାମିଭୁଡିନ, ନେଭିରାପିନଜିଡୋଭୁଡିନ ଥାଏ । ଏହି ଔଷଧ ଏକ‌କ ଭାବରେ ବା ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ (antiretrovirals) ଔଷଧ ସାଥିରେ ଦିଆଯାଏ । ଗର୍ଭାବସ୍ଥାରେ ଏହା ଦିଆଯାଇପାରେ । ଦିନ‌କୁ ଦୁଇ ଥର ପାଟିରେ ଦିଆଯାଏ ।[୨]

ଲାମିଭୁଡିନ/ନେଭିରାପିନ/ଜିଡୋଭୁଡିନ
Combination of
Lamivudinenucleoside reverse transcriptase inhibitor
Nevirapinenon-nucleoside reverse transcriptase inhibitor
Zidovudinenucleoside reverse transcriptase inhibitor
Clinical data
Trade namesDuovir-N, Zidovex-LN, others[୧]
ATC code

ଏହି ଔଷଧ ସାଧାରଣତଃ ଉତ୍ତମ ରୂପେ ସ‌ହ୍ୟ କରିହୁଏ ।[୧] ଏହାର ଉପାଦାନମାନଙ୍କର ପାର୍ଶ ପ୍ରତିକ୍ରିୟା ହୋଇପାରେ ।[୨] ଏଥିରେ ରାସ୍, ଅଗ୍ନାଶୟ ପ୍ରଦାହ, ସ୍ୱଳ୍ପ ଶ୍ୱେତ ରକ୍ତକଣିକା ସ୍ତର (low white blood cell levels) ଓ ପେଶୀ ଯନ୍ତ୍ରଣା (muscle pain) ହୋଇପାରେ । ଉଲ୍ଲେଖନୀୟ ଯକୃତ ସମସ୍ୟା (liver problems) ଥିଲେ ଏହା ଦେବାକୁ ନିଷେଧ କରାଯାଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ ଥାଏ । [୧] ପିଲାମାନଙ୍କୁ ଏହା ଦେବା ଠିକ ନୁହେଁ ।[୨]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୪ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୮.୫୪ରୁ ୧୮.୯୪ ଆମେରିକୀୟ ଡଲାର ଥିଲା । [୪] ସନ ୨୦୧୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଉପଲବ୍‌ଧ ହୋଇନାହିଁ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Nevirapine, zidovudine and lamivudine" (PDF). aidsmap. Retrieved 18 December 2016.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 157, 161. ISBN 9789241547659. Retrieved 8 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Lamivudine + Zidovudine + Nevirapine". International Drug Price Indicator Guide. Retrieved 8 December 2016.[permanent dead link]
  5. "What is LNZ (lamivudine, nevirapine and zidovudine)? - Anti-HIV Agent". Sharecare. Retrieved 18 December 2016.